ବିଞ୍ଝାରପୁର,୭ ।୦୬(ନି.ପ୍ର.): ବିଞ୍ଝାରପୁରରେ ସଟ୍ଡାଉନ କଡାକଡି ଭାବେ ପାଳନ କରାଯାଇଛି । ଲୋକେ ଘରୁ ବାହାରି ନଥିବା ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନକୁ ଛାଡି ଅନ୍ୟ ସବୁ ଦୋକାନ ବଜାର ବନ୍ଦ ରହିଥିଲା । ଏସପି ଚରଣସିଂହ ମୀନା ଆଜି ବିଞ୍ଝାରପୁର ଗସ୍ତରେ ଆସି ଶାସନ୍ଦା, ମଇଁଦା, ବାଳମୁକୁଳି, ସିଂହପୁର, ଜରୀ, ବାଙ୍ଗରା ପ୍ରମୁଖ ସ୍ଥାନକୁ ଯାଇ ସ୍ଥିତି ସମିକ୍ଷା କରିଥିଲେ । ସେହିପରି ବିଞ୍ଝାରପୁର ଥାନା ଆଇଆଇସି ଶିବ ଚରଣ ବେହେରାଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ପୁଲିସ କଡାକଡି ଭାବେ ଗାଡି ଯାଂଚ କରୁଛି । ରାତ୍ରି ସମୟରେ କର୍ଫୁ୍ୟରେ ବହୁ ଅମାନିଆ ବାଇକ ଧରି ବୁଲାବୁଲି କରୁଥିବା ପୁଲିସ ନଜରକୁ ଆସିବା ପରେ ଯାଂଚ ଓ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି । ଆଜି ତହସିଲଦାର ଅସ୍ମିତା ଦାଶ ବିଭିନ୍ନ ଅଂଚଳକୁ ଗସ୍ତକରି ସର୍ଟଡାଉନ ପରିସ୍ଥିତି ତଦାରଖ କରିଥିଲେ । ସେହିପରି ବିଡିଓ ମିନତୀ ଜଗଦେବ ମଧ୍ୟ ବିଭିନ୍ନ ଆଇସୋଲେସନ୍ ସେଂଟର ପରିଦର୍ଶନ କରିବା ସହିତ ସଟ୍ଡାଉନ ତଦାରଖ କରିଥିଲେ ।