ବିଞ୍ଝାରପୁର ଆଇଆଇସିଙ୍କ ସମେତ ୨୦ ହୋମ କ୍ୱାରେଂଟାଇନରେ

ବିଞ୍ଝାରପୁର: ବିଞ୍ଝାରପୁରରେ ଦିନକୁ ଦିନ କରୋନ ସ୍ଥିତି ସଙ୍ଗନ ହେଉଛି । ଜଣେ ହତ୍ୟା ଅଭିଯୁକ୍ତଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଆଜି ବିଞ୍ଝାରପୁର ଥାନା ଆଇଆଇସିଙ୍କ ସମେତ ମୋଟ ୨୦ ଜଣ ପୁଲିସ କର୍ମଚାରୀ ହୋମ କ୍ୱାରେଂଟାଇନରେ ରହିଥିବା ଜଣାପଡିଛି । ଖବର ମୁତାବକ ସୟଦପୁର ପଞ୍ଚାୟତ ଗୟାସୁଦ୍ଧିନ ଛକ ନିକଟରେ ଏକ ନାଳରୁ ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଥିଲା । ଏହି ଶବଟି ବିଞ୍ଝାରପୁରରେ ରହି ଗୁପଚୁପ ବ୍ୟବସାୟ କରୁଥିବା ଜଣେ ଗୁପଚୁପ ବ୍ୟବସାୟିଙ୍କ ପତ୍ନୀଙ୍କର ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିଥିଲା । ତେବେ ଏହି ମୃତୁ୍ୟ ଏକ ହତ୍ୟା ଘଟଣା ବୋଲି ସନେ୍ଦହ କରି ପୁଲିସ ମାମଲା ରୁଜ କରି ଅଧିକ ତଦନ୍ତ କରିବାରୁ ଜଣାପଡିଥିଲା ଯେ ବିହାର ଉକ୍ତ ଗୁପଚୁପ ବ୍ୟବସାୟି ଜଣଙ୍କ ନିଜ ପତ୍ନୀଙ୍କୁ ହତ୍ୟା କରି ବିହାର ପଳାଇଯାଇଛି ବୋଲି । ଥାନା ଅଧିକାରୀ ଶିବ ଚରଣ ବେହେରା ଓ ଅନ୍ୟ କେତେକ ପୁଲିସ କର୍ମଚାରୀ ଗତ ୫ ତାରିଖରେ ବିଞ୍ଝାରପୁରରୁ ବିହାର ଯାଇଥିଲେ ସେଠାରେ ୬ ତାରିଖ ଦିନ ପହଁଚି ୭ ତାରିଖ ଦିନ ହତ୍ୟାକାରୀ ଅଭିଯୁଗ୍ମ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରି ୮ ତାରିଖରେ ବିଞ୍ଝାରପୁରରେ ପହଁଚି ୯ ତାରିଖ ଦିନ ଅଭିଯୁକ୍ତଙ୍କୁ କେସନଂ ୧୮୩/୨୦କୋର୍ଟ ଚାଲାଣ କରିଥିଲେ । ତେବେ ଏହି ହତ୍ୟାକାରୀ ଅଭିଯୁକ୍ତ ଜଣଙ୍କ କରୋନା ଆକ୍ରାନ୍ତ ବୋଲି ଗତକାଲି ଜଣାପଡିବା ପରେ ବିଞ୍ଝାରପୁର ଥାନା ଆଇଆଇସିଙ୍କ ସମେତ ମୋଟ ୨୦ ଜଣ ପୁଲିସ କର୍ମଚାରୀ ହୋମକ୍ୱାରେଂଟାଇନରେ ରହିଛନ୍ତି । ଆଜି ଏହି ୨୦ ଜଣ ପୁଲିସ କର୍ମଚାରୀଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଛି । ବିଞ୍ଝାରପୁର ଅଗ୍ନିଶମ ବିଭାଗ ପକ୍ଷରୁ ଥାନାକୁ ସମ୍ପୁର୍ଣ୍ଣ ସାନିଟାଇଜ କରାଯାଇଛି । ଆଜି ପୂର୍ବହ୍ନରେ ଯାଜପୁର ଏସପି ଚରଣ ସିଂହ ମୀନା ବିଞ୍ଝାରପୁରରେ ପହଁଚି କରୋନା ସ୍ଥିତି ସମିକ୍ଷା କରିବା ସହିତ ହୋମ କ୍ୱାରେଂଟାଇନରେ ଥିବା କୁପୁଲି ଅଧିକାରୀ ଓ କର୍ମଚାରୀ ମାନଙ୍କ ସହିତ କଥା ହୋଇଥିଲେ । ଏହାପରେ ଏସପି ଶ୍ରୀ ମୀନା ବିଞ୍ଝାରପୁରର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ଦୁଇ ଦିନିଆ ସର୍ଟଡାଉନ ସ୍ଥିତି ସମିକ୍ଷା କରିଥିଲେ । ତେବେ ବର୍ତମାନ ପରିସ୍ଥିତିରେ କରୋନା ମୁକାବିଲା ପାଇଁ ଲୋକଙ୍କୁ ଅଧିକ ସଚେତନ ହେବାକୁ ପଡିବ । ଲୋକେ ସାମାଜିକ ଦୁରତ୍ୱ, ମାକ୍ସ ପିନ୍ଧିବା ଓ ବିଭିନ୍ନ ସରକାରୀ ନିୟମର ସଠିକ ଅନୁପାଳନ କରିବାକୁ ଏସପି ଶ୍ରୀ ମୀନା ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ବିଞ୍ଝାରପୁର ବ୍ଲକରେ ଆକ୍ରାନ୍ତ ସଂଖ୍ୟା ଦେଢଶହ ଛୁଇଁବାକୁ ବସିଥିବା ବେଳେ ପ୍ରବାସୀଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢୁଛି । ଫଳରେ ଆଉ ୪ଟି ନୂତନ ଟିଏମସି ପ୍ରତିଷ୍ଠା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଉଥିବା ନେଇ ବିଡିଓ ମିନତୀ ଜଗଦେବ ସୂଚନା ଦେଇଛନ୍ତି । ଦୁଇଦିନ ପୂର୍ବରୁ ବିଞ୍ଝାରପୁର ଅଞ୍ଚଳରୁ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏମାନଙ୍କ ମଧ୍ୟରୁ ବହୁ ହୋମ ମକ୍ୱାରେଂଟାଇନରେ ରହିଥିଲେ । ସେହିସବୁ ଅଞ୍ଚଳକୁ ଆଜି କଂଟେନମେଂଟ ଘୋଷଣା କରାଯାଇଛି । ବିଞ୍ଝାରପୁର ବ୍ଲକର ରଣପୁର, ବାଙ୍ଗରା, ଉଞ୍ଚଙ୍ଗରା ପଞ୍ଚାୟତର ବାଲିଚନ୍ଦ୍ରପୁର, ଓଳେଇଚନ୍ଦନପୁରକୁ ୧୪ ଦିନ ପାଇଁ କଂଟେନମେଂଟ ଘୋଷଣା କରାଯାଇଥିବା ବିଞ୍ଝାରପୁର ତହସିଲଦାର ଅସ୍ମିତା ଦାଶ ସୂଚନା ଦେଇଛନ୍ତି । ଆଲୋଚନା ହେଉଛି ।

Leave A Reply

Your email address will not be published.

9 − six =