ବାରିପଦା: ସ୍ଥାନୀୟ ପାଲବଣୀ ସ୍ଥିତ ଲେଡି ହେମିଲେଟନ ସରକାରୀ ଉଚ୍ଚ ବିଦୟାଳୟରେ କୋଭିଡ -୧୯ ର ସ୍ୱାବ କଲେକସନ ସେଂଟର ପରିଚାଳିତ ହେଉଥିବା ବେଳେ, ନିର୍ଜନତାର ସୁଯୋଗ ନେଇ ଚୋରପଶି ବିଦ୍ୟାଳୟର କମ୍ପୁଟର ଲ୍ୟାବ, ସାଇନ୍ସ ଲ୍ୟାବ, ସମେତ ଶ୍ରେଣୀ ଗୃହ ମାନଙ୍କର ତାଲାବାଙ୍ଗି ଗତ ୧୧ ତାରିଖ ରାତିରେ କଲାକନା ବୁଲାଇ ଦେଇଥିବାର ଜନାଯାଇଛିି ।
କମ୍ପୁଟର ଲ୍ୟାବରୁ ଦଶଟିରୁ ଅଧିକ କମ୍ପୁଟର, ମନିଟର, ପ୍ରିଂଟର, ପ୍ରଜେକ୍ଟର, ସି.ପି.ୟୁ. ଚୋରି କରିନେବା ସହିତ ବହୁ ଫେନ ମଧ୍ୟ ଚୋରିକରି ନେଇଛନ୍ତି । ସାଇନ୍ସ ଲ୍ୟାବରୁ ବହୁ ମୂଲ୍ୟବାନ ଉପକରଣ, ୩୦ରୁ ଉର୍ଦ୍ଧ ପ୍ଲାଷ୍ଟିକ ଚେୟାର ମଧ୍ୟ ଚୋର ମାନେ ଚୋରି କରି ନେଇଥିବାର ଆଜି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ପଲେଇ ଥାନାରେ ଅଭିଯୋଗ କରିଛନ୍ତି । ଚୋରୀ ହୋଇଥିବା ଦ୍ରବ୍ୟର ଆନୁମାନିକ ମୂଲ୍ୟ ତିନିଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ଅଭିଯୋଗ ପାଇ ଟାଉନ ଥାନା ପକ୍ଷରୁ ମାମଲା ରୁଜୁ କରାଯାଇ ସାଇଂଟିଫିକ ଟିମ ସାହାର୍ଯ୍ୟରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇ ଥିବାର ଜଣାଯାଇଛି ।