ବିଦ୍ୟାଳୟ ପରିସରରେ ଭାଲୁ

ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ଉଚ୍ଚ ବିଦ୍ୟାଳୟ ଶ୍ରେଣୀ ଗୃହ ମଧ୍ୟରେ ୫ଟି ଭାଲୁ ପଶିଥିବା ଜଣାପଡିବା ପରେ ଛାତ୍ରଛାତ୍ରୀ ଓ ଶିକ୍ଷକ ମହଲରେ ଭୟର ବାତାବରଣ ଖେଳିଯାଇଛି l ସୋମବାର ବିଦ୍ୟାଳୟ ଖୋଲିବା ପୂର୍ବରୁ କୌଣସି ସୂତ୍ରରୁ ଖବର ପାଇ ପ୍ରଧାନ ଶିକ୍ଷକ ଅଭିଳାଷ ସାହୁ ପ୍ରଥମେ ପହଞ୍ଚିଥିଲେ l ୨ଟି ଛୁଆ ସମେତ ୫ ଟି ଭାଲୁ ବିଦ୍ୟାଳୟ ପରିସରରେ ଥିବା ସ୍ପଷ୍ଟ ହେବାପରେ ବନବିଭାଗକୁ ଖବର ଦିଆଯାଥିଲା l ତେବେ ଛାତ୍ରଛାତ୍ରୀ ଆସିବା ପରେ ସେମାନଙ୍କୁ ସୁରକ୍ଷା ଦୃଷ୍ଟିରୁ ଶ୍ରେଣୀ ଗୃହର ମାନଙ୍କରେ ରଖା ଯାଇଥିଲା l ପରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ମଧ୍ୟାହ୍ନ ଭୋଜନ ପରେ ବିଦ୍ୟାଳୟ ଛୁଟି କରାଯାଇଛି l ଅନ୍ୟ ପକ୍ଷରେ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ ଘଟଣାସ୍ଥଳରେ ପହଞ୍ଚି ଭାଲୁ ଘଉଡ଼ାଇବାକୁ ଉଦ୍ୟମ ଆରମ୍ଭ କରିଛି l ପୂର୍ବରୁ ମଧ୍ୟ ଦୁଇଥର ବିଦ୍ୟାଳୟ ପରିସରରେ ଭାଲୁ ପଶିଥିବାବେଳେ ବନବିଭାଗ ପକ୍ଷରୁ କେବଳ ଭାଲୁ ଘଉଡ଼ାଇ ଦିଆ ଯାଇଥିଲେ ମଧ୍ୟ ଭାଲୁ ପ୍ରବେଶ କରି ନପାରିବା ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ l ବିଦ୍ୟାଳୟର ପାଚେରୀ ଭାଙ୍ଗି ଯାଇଥିବାରୁ ସେହି ଆଡେ ଆସୁଛି,ବିଦ୍ୟାଳୟରେ ମୋଟ ୨୩୮ ଛାତ୍ରଛାତ୍ରୀ ରହିଥିବାବେଳେ ବିଭିନ୍ନ ସମୟରେ ବିଦ୍ୟାଳୟ ଭିତରେ ଭାଲୁ ପଶୁଥିବା କାରଣରୁ ଭୟର ବାତାବରଣ ସୃଷ୍ଟି ହେଉଛି ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି l

Leave A Reply

Your email address will not be published.

5 × two =