ବାଲିକୁଦା,୧୭,୬ (ନି.ପ୍ର.): ମାଛଗାଁ କେନାଲ ବନ୍ଧ ଗାର୍ଡ ୱାଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଆଜି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଷରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି । ମୃତ ଯୁବକ ଜଣକ ଏରସମା ବ୍ଲକ ଆମ୍ବିକି ପଂଚାୟତ ବାଘାଡି ଗାଁର ସୁକଦେବ ମଣ୍ଡଳଙ୍କ ପୁଅ ରାଜେନ୍ଦ୍ର ମଣ୍ଡଳ (୩୫)ବୋଲି ଜଣା ପଡିଛି । ରାଜେନ୍ଦ୍ର ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି । ଆଜି ବାଲିକୁଦା ଠାରେ ମାଛଗାଁ କେନାଲ ବନ୍ଧର ନିର୍ମାନ କାର୍ଯ୍ୟ ସେ ନିୟୋଜିତ ଥିଲେ । ଏଠାରେ ହେଉଥିବା ଢଳେଇ କାର୍ଯ୍ୟରେ ବ୍ୟବହୃତ ମିଶ୍ଚର ମେସିନିକୁ ଟାଣି ଟାଣି ନେଉଥିବା ସମୟରେ ପାଖରେ ଥିବା ୧୧ କେଭି ଖୁଂଟର ଷ୍ଟେ ତାର ସହ ମିଶ୍ଚର ମେସିନ ଲାଗି ଯାଇଥିଲା ଫଳରେ ମେସିନଟି ଷ୍ଟେ ତାରରେ ଲାଗିଯିବା ବେଳେ ସେଥିରେ ବିଦ୍ୟୁତ ସ୍ରୋତ ପ୍ରବାହିତ ହୋଇଥିଲା ଓ ଯାହା ରାଜେନ୍ଦ୍ରଙ୍କ ମୃତ୍ୟୁର କାରଣ ହୋଇଥିଲାା