ଯାଜପୁର- ଗ୍ରାମବାସୀଙ୍କ ଯିବା ଆସିବା ରାସ୍ତାରେ ଉଚ୍ଚ କ୍ଷମତା ସଂପନ୍ନ ୧୧ କେଭି ବିଦ୍ୟୁତ ତାର ସଂଯୋଗ ପାଇଁ ବିଦ୍ୟୁତ ଖୁଂଟ ପୋତିବାକୁ ନେଇ ଦଶରଥପୁର ବ୍ଲକ୍ ବିରଜାପୁର ପଂଚାୟତ ବାମଦେବପୁର ଗ୍ରାମରେ ଉତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ତହସିଲଦାରଙ୍କ ହସ୍ତକ୍ଷେପ ପରେ ଉତେଜନା ସାମାନ୍ୟ ପ୍ରସମିତ ହୋଇଥିଲେ ହେଁ କୈାଣସି ଅଘଟଣ ଘଟିବା ଆଶଙ୍କାରେ କାର୍ଯ୍ୟସ୍ଥଳରେ ପୁଲିସ ମୃତୟନ ଥିବା ଜଣାଯାଇଛି । ସୂଚନା ମୁତାବକ ଦଶରଥପୁର ବ୍ଲକ୍ ବିରଜାପୁର ପଂଚାୟତ ବାମଦେବପୁର ଗ୍ରାମ ଦେଇ ଯାଇଥିବା ୱାନ -ଏ କେନାଲ ବନ୍ଧ ଦେଇ ସ୍ଥାନୀୟ ବାସିନ୍ଦା ଯାତାୟତ କରିଥାଆନ୍ତି । ତେବେ ବିଦ୍ୟୁତ ବିଭା ପକ୍ଷରୁ ଉକ୍ତ କେନାଲ ବନ୍ଧ ରାସ୍ତା ଦେଇ ଉଚ୍ଚ କ୍ଷମତା ସଂପନ୍ନ ୧୧ କେଭି ବିଦ୍ୟୁତ ତାର ସଂଯୋଗ ପାଇଁ କିଛି ଦିନ ତଳେ ନେସ୍କୋ ବିଦ୍ୟୁତ ବଂଟନ କମ୍ପାନୀ ତରଫରୁ ସର୍ବେକ୍ଷଣ କାର୍ଯ୍ୟ କରାଯାଉଥିବା ବେଳେ ସ୍ଥାନୀୟ ବାସିନ୍ଦା ଏହାର ଘୋର ବିରୋଧ କରିବା ସହ ଏହି କେନାଲ ବନ୍ଧ ରାସ୍ତାରେ ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ ଖୁଂଟ ପୋତା ହେବା ଦ୍ୱାରା ଭବିଷ୍ୟତରେ ବିପଦର ଆଶଙ୍କା ଅଛି ବୋଲି କୁହାଯାଇଥିଲା । ଫଳରେ ନେସ୍କୋ କମ୍ପାନୀ ପକ୍ଷରୁ କାର୍ଯ୍ୟ ବନ୍ଦ ରଖାଯାଇଥିବା ବେଳେ ହଠାତ୍ ସୋମବାର ପୂର୍ବାହ୍ନ ୯ଟା ସମୟରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଓ କର୍ମଚାରୀ ବିବାଦୀୟ ସ୍ଥାନରେ ବିଦ୍ୟୁତ ଖୁଂଟ ପୋତିବା କାର୍ଯ୍ୟ ଆରମ୍ଭ କରି୍ଥିଲେ । ଏହି କାର୍ଯ୍ୟକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଘୋର ଉତେଜନା ପ୍ରକାଶ ପାଇବା ସହ ପ୍ରାୟ ୫୦ରୁ ଉର୍ଦ୍ଧ ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଂଚି ଉକ୍ତ ବିବାଦ ଏବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ବିଚାରଧିନ ଅଛି ତେଣୁ ଏବେ ଏଠାରେ କୈାଣସି ପ୍ରକାର କାର୍ଯ୍ୟ କରିବା ଅନୁଚିତ ବୋଲି କହିବାରୁ ଉଭୟ ବିଭାଗୀୟ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବିବାଦ ବୃଦ୍ଧି ପାଇବା ସହ ଘଟଣା ସ୍ଥଳରେ ଉତେଜନା ସୃଷ୍ଟି ହୋଇଥିଲା । ପରେ ଘଟଣାକୁ ନେଇ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଦଶରଥପୁର ତହସିଲଦାର ଓ ଯାଜପୁର ଟାଉନ ଥାନା ପୁଲିସକୁ ଖବର ଜଣାଇବାରୁ ତହସିଲଦାର ସୈାଭାଗ୍ୟ ବେହେରା ଓ ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଉତେଜନା ଥମିଥିଲେ ହେଁ କୈାଣସି ଅଘଟନ ଆଶଙ୍କାରେ ଘଟଣା ସ୍ଥଳରେ ଯାଜପୁର ଟାଉନ ଥାନା ପକ୍ଷରୁ ପୁଲିସ କର୍ମଚାରୀ ମୃତୟନ ଥିବା ଦେଖିବାକୁ ମିଳିଛି ।