ବିଦ୍ୟୁତ ପ୍ରକଳ୍ପ ଗଲା କୁଆଡେ?

ବଅଁରପାଳ: ନାଲକୋ ଅନୁଗୋଳ ସ୍ଥିତ ଆଲୁମିନିୟମ ଉତ୍ପାଦନ କରୁଥିବା ସ୍ମେଲଟର ପ୍ଲାଂଟକୁ କାର୍ଯ୍ୟକ୍ଷମ କରିବା ପାଇଁ ଅଧିକ ବିଦ୍ୟୁତ ଶକ୍ତିର ଆବଶ୍ୟକତା ରହିଛି । ସେହି ଆବଶ୍ୟକତାକୁ ପୁରଣ କରିବା ପାଇଁ ନାଲକୋର ନିଜସ୍ୱ ତାପଜ ବିଦ୍ୟୁତ କେନ୍ଦ୍ର ଅଛି । ସେହି ବିଦ୍ୟୁତ ପ୍ରକଳ୍ପରୁ ୧୨୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି, ଯାହାକି ନାଲକୋ ସ୍ମେଲଟରର ବିଦ୍ୟୁତ ଚାହିଦାକୁ ପୂରଣ କରିପାରୁ ନାହିଁ । ଫଳରେ ନାଲକୋ ବାହାରୁ ଚଢା ଦରରେ ବିଦ୍ୟୁତ ଖରିଦ କରିବାକୁ ପଡୁଛି, ଯାହାକି ଏକ ବ୍ୟୟବହୁଳ କାର୍ଯ୍ୟ । ଏହି ବିଦ୍ୟୁତ ଚାହିଦାକୁ ପୁରଣ କରିବା ପାଇଁ ନାଲକୋର ତତକାଳୀନ ଅଧକ୍ଷ ତଥା ପରିଚାଳନା ନିଦେ୍ର୍ଧଶକ ଘୋଷଣା କରିଥିଲେ ଯେ ଅନୁଗୋଳସ୍ଥ ନିଜସ୍ୱ ତାପଜ ବିଦ୍ୟୁତ କେନ୍ଦ୍ର ପାର୍ଶ୍ୱରେ ୨୦୧୫ ସୁଦ୍ଧା ଆଉ ଏକ ୫୦୦ମେଗାୱାଟର ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ନାଲକୋ ଖାଲି ଜମିର ଅଭାବ ଦର୍ଶାଇବା ପରେ ଭେଲ କଲୋନିକୁ ତରବରିଆ ଭାବେ ଭାଙ୍ଗିଦିଆଗଲା । ଯଦିଓ ସେହି କଲୋନିଟି ଉତମ ରୁପେ ବସବାସ ଯୋଗ୍ୟ ଥିଲା ଓ ସେଥିରେ ନାଲକୋର କର୍ମଚାରୀମାନେ ସପରିବାର ରହୁଥଲେ । ଅଥଚ ୫୦୦ମେଗାୱାଟ ପାୱାର ପ୍ଲାଂଟ ନିର୍ମାଣ ପାଇଁ ୫ବର୍ଷ ବିତି ଯାଇଥିଲେ ମଧ୍ୟ ଏହା ନିର୍ମାଣ ହୋଇପାରିନାହିଁ । ତେବେ ତରବରିଆ ଭାବେ ଭେଲ କଲୋନୀକୁ ଭାଙ୍ଗ ଏହାର ଚତୁଃପାଶ୍ୱର୍ରେ ପାଚେରୀ ନିର୍ମାଣ କରାଗଲା କାହିଁକି? ୫୦୦ମେଗାୱାଟ ନିର୍ମାଣ ନାଁରେ ଠିକାଦାର ପୋଷଣ ହୋଇନିତ ବୋଲି ନାଲକୋ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ଆଲୋଚନା କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.

six − one =