ଭୁବନେଶ୍ୱର: ଓକାକ୍ ଓ ତିନିଟି ବିତରଣ ୟୁଟିଲିଟି ନେସ୍କୋ, ୱେସ୍କୋ ଏବଂ ସାଉଥକୋ ମଧ୍ୟରେ ‘ଓଡ଼ିଶା ୱାନ୍’ ୱାନ୍ ପୋର୍ଟାଲ୍ରେ ବିଦ୍ୟୁତ ବିଲ୍ ପୈଠ ପାଇଁ ହୋଇଥିବା ଚୁକ୍ତିନାମାକୁ କାର୍ଯ୍ୟକାରୀ କରାଯାଇଛି । ଙ୍ଗଙ୍ଗଙ୍ଗ.କ୍ଟୟସଗ୍ଦଷବକ୍ଟଦ୍ଭର.ଶକ୍ଟଙ୍ଖ.ସଦ୍ଭ ଜରିଆରେ ଗ୍ରାହକ ବିଦ୍ୟୁତ ବିଲ୍ ପୈଠ କରିପାରିବେ । ଭିଡିଓ କନ୍ଫରେନ୍ସିଂ ଜରିଆରେ ଗ୍ରୀଡିକୋର ଅଧ୍ୟକ୍ଷ ତଥା ତିନି ସଂସ୍ଥାର ପ୍ରଶାସନକ ଡ.ସୌରଭ ଗର୍ଗ, ଇଲେକ୍ଟେ୍ରାନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସଚିବ ମନୋଜ ମିଶ୍ରଙ୍କ ଉପସ୍ଥିତିରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଗ୍ରୀଡକୋ ପରିଚାଳନା ନିର୍ଦେଶକ ତ୍ରିଲୋଚନ ପଣ୍ଡା କହିଥିଲେ ଯେ, ଗ୍ରାହକ ସ ହିତାଧିକାରୀଙ୍କ ପାଇଁ ଏହା ସକାରାତ୍ମକ ପ୍ରାୟାସ ସାବ୍ୟସ୍ତ ହେବ । ଗ୍ରାମାଂଚଳ ଗ୍ରାହକ ମଧ୍ୟ ପଂଚାୟତସ୍ତରରେ ୯୦୦୦ ‘ମୋ ସେବା କେନ୍ଦ୍ର’ରେ ଅନ୍ଲାଇନ୍ ବିଦ୍ୟୁତ ବଲ୍ ପୈଠ ସେବା ପାଇବେ । ୱେବ ପୋର୍ଟାଲ୍ରେ ବିଦ୍ୟୁତ ବିଲ୍ ପୈଠ ସେବା ୭୫ଟି ଗ୍ରାହକ କେନ୍ଦ୍ରକ ଇ-ସେବା ସମନ୍ୱିତ କରାଯାଇଥିବା ମନୋଜ ମିଶ୍ର ଉଲ୍ଲେଖ କରିଥିଲେ । ଏହି ବ୍ୟବସ୍ଥାରେ ଦେୟ ପୈଠ କଲେ ଗ୍ରାହକ ୨% ରିଆତି ପାଇବେ । ତିନି ସଂସ୍ଥାର ପ୍ରଶାସକ ଡ.ସୌରଭ ଗର୍ଗ କହିଥିଲେ ଯେ, ସର୍ବନିମ୍ନ ମାନବସମ୍ବଳ ଉପଯୋଗରେ ୟୁଟିଲିଟିର କାର୍ଯ୍ୟଦକ୍ଷତା ବୃଦ୍ଧିପାଇବ । କାର୍ଯ୍ୟକ୍ରମକୁ ଗ୍ରୀଡକୋର ଅର୍ଥ ନିଦେର୍ଶକ ଗଗନବିହାରୀ ସ୍ୱାଇଁ ସଂଯୋଜନା କରିଥିଲେ ଓ ମନୋଜ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।