ପୁରୀ: କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ସିତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି ।
ପୁରୀ ସମୁଦ୍ରକୂଳ ଥାନାରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଗୋଟିଏ ଅଭିଯୋଗ କରାଯାଇଥିବା ବେଳେ ପୁରୀ ଜିଲ୍ଲା ଯୁବ ବିଜେପି ପକ୍ଷରୁ ଅନ୍ୟ ଏକ ଅଭିଯୋଗ କରାଯାଇଛି । ବିଜେପି ଯୁବମୋର୍ଚ୍ଚାର ସଭାପତି ଜୟନ୍ତ କୁମାର ଦାଶ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତକାଲି ସ୍ୱର୍ଗଦ୍ୱାରରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀରର ଅନ୍ତିମ ସଂସ୍କାର କରାଯାଇଥିଲା । ଗହଳି ଭିତରେ ଶୋଭାଯାତ୍ରା ସହ ଅନ୍ତିମ ସଂସ୍କାର କରାଯାଇଥିଲା ଗହଳି ଭିତରେ ଶୋଭାଯାତ୍ରା ସହ ଅନ୍ତିମ ସଂସ୍କାର କରାଯାଇଥିଲା ।
ଏହି ସମୟରେ କୋଭିଡ ନିୟମର ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇଥିଲା । ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ଓ ସତ୍ୟବାଦୀ ବିଧାୟକ ଶ୍ରୀ ସାମନ୍ତରାୟ କିଛିଦିନ ପୂର୍ବରୁ କୋଭିଡରେ ନିୟମ ଉଲ୍ଲଘଂନ କରିଥିବାରୁ ଦୁହିଁଙ୍କ ବିରୋଧରେ କାର୍ଯ୍ୟାନାଷ୍ଠାନ ପାଇଁ ଶ୍ରୀ ଦାଶ କରିଛନ୍ତି । ବିଜେପି ଯୁବମୋର୍ଚ୍ଚାର ସଭାପତି ଶ୍ରୀ ଦାଶଙ୍କ ସହ ଓମ୍ପ୍ରସାଦ ମହାନ୍ତି, ପ୍ରଦୀପ ନାୟକ, ତପନ କୁମାର ବାରିକ ପ୍ରମୁଖ ସମୁଦ୍ର କୂଳ ଥାନାରେ ଏତଲା ଦେଇଛନ୍ତି । ସମାନ ଅଭିଯୋଗ ଆଣିଛି ଶ୍ରୀଜଗନ୍ନାଥ ସେନା ସଙ୍ଗଠନର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଅଭିଯୋଗ କରିଛନ୍ତି, ମନ୍ତ୍ରୀ ଶ୍ରୀ ଦାଶ ୬ ଦିନ ତଳେ ଓ ବିଧାୟକ ଶ୍ରୀ ସାମନ୍ତରାୟ ୫ ଦିନ ତଳେ କରୋନାରେ ସଂକ୍ରମିତ ହୋଇଥିଲେ ।
ନିଜେ ଟ୍ୱିଟର ଓ ଅନ୍ୟ ସୋସିଆଲ୍ ମିଡିଆରେ ବି ଏ ସମ୍ପର୍କରେ ଜଣାଇବା ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ ଟେଷ୍ଟ ପାଇଁ ପରାମର୍ଶ ଦେଇଥିଲେ । ତଥାପି ଦୁଇଜଣ ସ୍ୱର୍ଗଦ୍ୱାରଠାରେ ଉପସ୍ଥିତ ରହିବା ସଂକ୍ରମଣର ଭୟ ସୃଷ୍ଟି କରିଛି । ଶ୍ରୀ ପଟ୍ଟନାୟ ଆହୁରି ମଧ୍ୟ କହିଛନ୍ତି, ରଥଯାତ୍ରା ସମୟରେ ସାମନ୍ୟ ଆନେ୍ଦାଳନ ପାଇଁ ତାଙ୍କୁ କରୋନା ମହାମାରୀ ଆଇନରେ ଗିରଫ କରାଗଲା । ଥରେ ନୁହେଁ, ଏକାଧିକ ଥର ଗିରଫ କରାଗଲା । ଏବେ ଯଦି ମନ୍ତ୍ରୀ, ବିଧାୟକ ଭୁଲ କରିଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ନଚେତ୍ ସରକାରଙ୍କ ଉପରୁ ଲୋକଙ୍କ ଭରସା ତୁଟିଯିବ ବୋଲି ସେ କହିଛନ୍ତି । ଜିଲ୍ଲା ପ୍ରଶାସନ ବି ଏ ଦିଗରେର ନିରବ ଘଟଣାକୁ ଉଭୟ ବିଜେପି ଓ ଶ୍ରୀଗଜନ୍ନାଥ ସେନା ବିରୋଧ କରିଛନ୍ତି । ଉଭୟ ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପୁରୀ ଏସ୍ସି ଅଖିଳେଶ୍ୱର ସିଂହ ଘଟଣା ସମ୍ପର୍କରେ ତଦନ୍ତ କରାଯିବ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଏ ସମ୍ପର୍କରେ ମନ୍ତ୍ରୀ ଦାଶ କହିଛନ୍ତି, ମୁଁ କୌଣସି ପରିସ୍ଥିତିରେ କୋଭିଡ ନିୟମ ଉଲ୍ଲଂଘ କରିନି । ମୋର ସେପ୍ଟେମ୍ବର ୧୪ ତାରିଖରେ କୋଭିଡ ପଜିଟିଭ ରିପୋର୍ଟ ଆସିଥିଲା ।
ସେହି ଅନୁସାରେ ଅଶ୍ୱିନୀ କୋଭିଡ ଡାକ୍ତରଖାନାରେ ମୁଁ ଚିକିସôତ ହେଲି । ପରେ ଘରେ ପୃଥକ୍ୱାସରେ ଥିଲି । ୨୧ ଦିନର ନିୟମ ମୁଁ ମାନିଛି । କୌଣସି କରୋନା ନିୟମ ଉଲ୍ଲଂଘନ କରିନି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି । ତେବେ, ଏ ସମ୍ପର୍କରେ ବିଧାୟକ ଶ୍ରୀ ସାମନ୍ତରାୟଙ୍କ ମତାମତ ମିଳିପାରିନି ।