ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ୨ଟି ଫାଣ୍ଡି ବିନା ଅଧିକାରୀରେ ଚାଲିଥିବା ଜଣାପଡିଛି । ୨ଟି ଫାଣ୍ଡିରେ କୈାଣସି ଅଧିକାରୀ ନଥିବାରୁ ଦୁରଦୁରାନ୍ତର ଲୋକଙ୍କୁ କୈାଣସି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ ସ୍ଥାନୀୟ ତେନ୍ତୁଳିଖୁଣ୍ଟି ଥାନା ଉପରେ ନିର୍ଭର କରିବାକୁ ପଡୁଛି ।ସୂଚନା ଅନୁସାରେ ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ପାତ୍ରପୁଟ ‘ଫାଣ୍ଡ ିରେ ଏକ ବର୍ଷରୁ ଉଦ୍ଧ୍ୱର୍ ହେବ ଫାାଣ୍ଡି ଅଧିକାରୀ ନଥିବାବେଳେ କାମତା ଫାଣ୍ଡି ରେ ମଧ୍ୟ ଆଜକୁ ୨ବର୍ଷ ହେବ କେହି ଫାଣ୍ଡି ଅଧିକାରୀ ନଥିବା ଯୋଗୁଁ ସ୍ଥାନୀୟ ଲୋକେ ତେନ୍ତୁଳିଖୁଣ୍ଟି ଥାନା ଉପରେ ନିର୍ଭର କରୁଛନ୍ତି । ସୂଚନା ମୁତାବକ ତେନ୍ତୁଳିଖୁଣ୍ଟି ଥାନାରୁ ପାତ୍ରପୁଟ ଫାଣ୍ଡିର ଦୂରତା ପ୍ରାୟ ୧୮କି.ମି । ଉକ୍ତ ଫାଣ୍ଡିରେ ଜଣେ ଫାଣ୍ଡି ଅଧିକାରୀ ଙ୍କ ସହ ୨ଜଣ ସିପାହୀ ଏବଂ ୯ଜଣ ହୋମଗାର୍ଡ କାର୍ଯ୍ୟରତ ଥିଲେ । କିନ୍ତୁ ଗତ ବର୍ଷ ଫାଣ୍ଡି ଅଧିକାରୀଙ୍କ ବଦଳି ପରେ ଆଜକୁ ଏକ ବର୍ଷ ହେବା ପାତ୍ରପୁଟ ଫାଣ୍ଡି ବିନା ଅଧିକାରୀରେ ଚାଲିଛି ।ସେହିପରି କାମତା ଫାଣ୍ଡି ତେନ୍ତୁଳିଖୁଣ୍ଟି ଥାନା ଠାରୁ ୭କି.ମି ଦୂରତାରେ ଥିବାବେଳେ ୨ବର୍ଷ ହେବ ଫାାଣ୍ଡି ଅଧିକାରୀ ଙ୍କ ବଦଳି ହେବା ପରେ ତାଙ୍କ ସ୍ଥାନରେ ମଧ୍ୟ ଅନ୍ୟ କାହାକୁ ନିଯୁକ୍ତି ଦିଆଯାଇନାହିଁ । ‘ଳରେ ବିନା ଅଧିକାରୀରେ ୭ଜଣ ହୋମଗାର୍ଟ ୨ଜଣ ସିପାହୀରେ ଚାଲିଛି ଫାଣ୍ଡି । ଏହି ଦୁଇଗୋଟି ଫାଣ୍ଡି ମଧ୍ୟରୁ ପାତ୍ରପୁଟ ଫାଣ୍ଡି ଉପରେ ୩ଟି ପଞ୍ଝାୟତ ଯଥା ପାତ୍ରପୁଟ,କଟାଗାଁ ଏବଂ ଝରିଗୁମ୍ମା ପଞ୍ଜାୟତ ବାସି ନିର୍ଭର କରିଥାନ୍ତିା କୈାଣସି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ ସ୍ଥାନୀୟ ଲୋକଙ୍କୁ ଗାଡି ଭଡା କରି ଥାନାକୁ ଆସିବାକୁ ପଡେ । ଯାହା ଦ୍ୱାରା କି ସ୍ଥାନୀୟ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ଅତିଶିଘ୍ର ଏହି ଫାଣ୍ଡି ମାନଙ୍କରେ ସ୍ଥାୟୀ ଅଧିକାରୀ ନିଯୁକ୍ତି ପାଇଁ ସ୍ଥାନୀୟ ବାସିନ୍ଦା ଦାବିକରନ୍ତି ।