ଭୁବନେଶ୍ୱର: କରୋନା ଯୋଗୁଁ ଏକାମ୍ର ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି । ତେବେ ଶୀତୁଆ ସଂଦ୍ଧାରେ ବିନ୍ଦୁସାଗର କୂଳରେ ଜମୁଛି ଭିଡ଼ । ଏଠାରେ ମିଉଜିକାଲ ଫାଉଂଟେନ୍ କାର୍ଯ୍ୟକ୍ଷମ ହୋଇଥିବାରୁ ବହୁ ଲୋକଙ୍କ ସମାଗମ ହେଉଛି । ସେଠାରେ ବସି ଶୀତୁଆ ପବନର ମଜା ନେବା ସହ ମିଉଜିକାଲ ଫାଉଂଟେନ ଦୃଶ୍ୟ ଉପଭୋଗ କରୁଛନ୍ତି । ଅପରାହ୍ନ ୪ଟାରୁ ସନ୍ଧ୍ୟା ସାଢେ଼ ୭ଟା ପର୍ଯ୍ୟନ୍ତ ମିଉଜିକାଲ ଫାଉଂଟେନ ଦର୍ଶକଙ୍କ ମନ ମୋହୁଛି । ପୂର୍ବଘାଟ, ଉତରେଶ୍ୱର ଘାଟ, ଦ୍ୱାରବସିନୀ ଘାଟରେ ଅଧିକ ଯୁବକ ଯୁବତୀ ସବୁଥିବା ଦେଖିବାକୁ ମିଳିଛି । ତିନି ଦିନ ହେଲା ଏହା କାର୍ଯ୍ୟକ୍ଷମ ହୋଇଛି । ସନ୍ଧ୍ୟାରେ ଦୁଇଟି ସୋ’ ଚାଲୁଛି । ଯାହା ଏକାମ୍ରକ୍ଷେତ୍ରର ଅନ୍ୟତମ ଆକର୍ଷଣ ପାଲଟିଛି ।