ବିପଦକୁ ନିମନ୍ତ୍ରଣ କରୁଛି ମୁକୁଳା ଟ୍ରାନ୍ସଫରମର

ଚମ୍ପୁଆ : ଉପାନ୍ତ ଚମ୍ପୁଆ ବ୍ଲକ, ସୁନାପଶି ପଞ୍ଚାୟତ ଅନ୍ତର୍ଗତ ଇନ୍ଦ୍ରପ୍ରସ୍ଥ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ନିକଟରେ ମୁକୁଳା ଭାବରେ ଠିଆ ହୋଇ ରହିଛି ଏକ ଟ୍ରାନ୍ସଫର୍ମର l ଯେଉଁଥିରେ ସୁରକ୍ଷା ବାଡ଼ ନାହିଁ କି କଟଆଉଟର ବ୍ୟବସ୍ଥା ମଧ୍ୟ ନାହିଁ l ଟ୍ରାନ୍ସଫର୍ମରଟି ବିଦ୍ୟାଳୟ ନିକଟ ରାସ୍ତା କଡରେ ଥିବାବେଳେ ଏହି ରାସ୍ତାରେ ଛୋଟ ଛୋଟ ନାବାଳକ ଛାତ୍ର, ଛାତ୍ରୀ ଦୈନିକ ବିଦ୍ୟାଳୟକୁ ଯିବାଆସିବା କରୁଛନ୍ତି l ଫଳରେ ଭବିଷ୍ୟତରେ ଏକ ବଡ଼ ଧରଣର ଅଘଟଣକୁ ଆମନ୍ତ୍ରଣ କରୁଛି  ଏହି ମୁକୁଳା ଟ୍ରାନ୍ସଫରମର । ଟ୍ରାନ୍ସଫର୍ମରଟି ବିନା କଟଆଉଟରେ ମୁକୁଳା ଭାବରେ ପଡ଼ିରହିଥିଲେ ମଧ୍ୟ ବିଦ୍ୟୁତ ବିଭାଗ ର ଏଥିପ୍ରତି ନିଘା ନାହିଁ l ବିଭାଗୀୟ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ,ମିଟର ରିଡିଂରେ ବ୍ୟତିକ୍ରମ ଏବଂ ସେମାନେ କେବଳ ବିଲ ସଂଗ୍ରହ ଓ ଫାଇନ ଆଦାୟରେ ବ୍ୟସ୍ତ ରହୁଥିବା ଅଭିଯୋଗ ହେଉଥିବାବେଳେ ଏହି ଟ୍ରାନ୍ସଫର୍ମର ପ୍ରତି ବିଦ୍ୟୁତ ବିଭାଗ କର୍ମଚାରୀ କି ଅଧିକାରୀ କାହାରି ନଜର ପଡୁ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି lଏନେଇ ନିକଟରେ କୁଟାରିପଶି ଗ୍ରାମବାସୀମାନେ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଥିଲେ ।  ଯଦି କେବେ କିଛି ଅଘଟଣ ଘଟେ ଏଥିପାଇଁ ଦାୟି କିଏ ରହିବ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ l ଏଣୁ କୌଣସି ଅଘଟଣ ଘଟିବା ପୂର୍ବରୁ ଯଥାଶୀଘ୍ର ଟ୍ରାନ୍ସଫର୍ମର କୁ ସୁରକ୍ଷା ବାଡ଼ ସହିତ ଏକ କଟଆଉଟ ବ୍ୟବସ୍ଥା ତଥା ବିଦ୍ୟୁତ ବିଭାଗର ପ୍ରକୃତ ଯୋଜନା ମୁତାବକ  ଏ ମୁକୁଳା ଟ୍ରାନ୍ସଫରମର ସୁରକ୍ଷିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି l 

Leave A Reply

Your email address will not be published.

4 × 3 =