ବିପଦ ସଂକୁଳ ଅବସ୍ଥାରେ ପୂର୍ତ ବିଭାଗ ବ୍ରିଜ୍

ଯାଜପୁର ତା୦୭/୬ (ନି.ପ୍ର) : ପୂର୍ତ ବିଭାଗ ଅଧିନ ଯାଜପୁର ଟାଉନ – ସିଂହପୁର ରାଜ୍ୟ ସଡ଼କ ପଥ ଅନ୍ତର୍ଗତ ବାଲିପଦା ଛକରେ ଥିବା ପ୍ରମୁଖ ବି୍ରଜଟି ରକ୍ଷଣା ବେକ୍ଷଣ ଅଭାବରୁ ବିପଦସଂକୁଳ ଅବସ୍ଥାରେ ରହିଛି । ବ୍ରିଜର ୨ ପାଶ୍ୱର୍ର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଫାଟ ତଥା ଗଭୀର ଗାତ ମାନ ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି । ଫଳରେ କେତେବେଳେ ଯେ ବଡ଼ ଧରଣର ଅଘଟଣ ନ ଘଟିବ ତାହା କେହି କହି ପାରିବେ ନାହିଁ ।
ସ୍ଥାନୀୟ ବରିଷ୍ଠ ବାସିନ୍ଦାଙ୍କ କହିବା ମୁତାବକ ୧୯୬୯ ମସିହା ଯାଜପୁର ଟାଉନ – ସିଂହପୁର ରାସ୍ତା ନିର୍ମାଣ ସମୟରେ ଉକ୍ତ ବି୍ରଜଟି ନିର୍ମାଣ କରାଯାଇଥିଲା । ତେବେ ଏହି ବି୍ରଜ୍ ତଳ ଦେଇ ବୈତରଣୀ ନଦୀରୁ ବାହାରିଥିବା ଯାଜପୁର ଜଳସେଚନ ବିଭାଗର ଅନ୍ୟତମ ମୁଖ୍ୟ କେନାଲ ଚିତାଳୋକୁ ସଂଲଗ୍ନ ହୋଇଛି । ଏହି କେନାଲ ତଳି ଅଂଚଳରେ ଚାଷ ପାଇଁ ଆବଶ୍ୟକ ପାଣି ମୁଖ୍ୟ କେନାଲରୁ ପ୍ରବାହିତ ହୋଇ ଇନ୍ଦାସ, ବିଜିପୁର, କପାସି ଅଂଚଳର ସବ କେନାଲକୁ ସଂଯୋଗ କରିଛି ।
କେନାଲର ପ୍ରଖର ପାଣି ସ୍ରୋତରେ ବହୁ ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ବି୍ରଜର ଦୁଇ ପାଶ୍ୱର୍ ଗାଡର଼୍ ୱାଲ ଦୁର୍ବଳ ହେବା ସହ ଉଭୟ ପାଶ୍ୱର୍ର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ ଛୋଟ ବଡ଼ ପଥର ଖସି ଗଲାଣି । ଏପରିକି ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ବି୍ରଜର ଗାଡର଼୍ ୱାଲରେ ଉଠିଥିବା ଅନାବନା ଗଛ ପ୍ରଭାବରୁ ବି୍ରଜଟି କ୍ରମଶଃ ଦୁର୍ବଳ ହେବା ସହ ତଳକୁ ଦବି ଗଲାଣି । ମାତ୍ର ବିଭାଗ ପକ୍ଷରୁ ବେପରୁଆ ଭାବେ କେବଳ ସିମେଂଟ ପୋଛରେ ବି୍ରଜରେ ସୃଷ୍ଟି ହୋଇଥିବା ଫାଟ ଓ ଗାତ ଗୁଡ଼ିକୁ ରଠ ଭାବେ ମରାମତି କରାଯାଉଛି ।
ଅନ୍ୟ ପକ୍ଷରେ ଏହି ବ୍ରିଜ ଉପର ଦେଇ ଦୈନିକ ସିଂହପୁର, ଯାଜପୁରଟାଉନ୍, କଟକ, ଭୁବନେଶ୍ୱର, କୋଲକାତା, ରାଉରକେଲା, ସମ୍ବଲପୁର, କେଉଁଝର, ବରଗଡ଼ ପ୍ରଭୃତି ଅଂଚଳକୁ ଶତାଧିକ ଯାତ୍ରୀବାହୀ ଯାନବାହାନ ସମେତ ହଜାର ହଜାର ସଂଖ୍ୟାରେ ଛୋଟବଡ଼ ମାଲବାହୀ ଯାନ ଯାତାୟତ କରିଥାଏ ।
ସେହିପରି ବିଭିନ୍ନ ସମୟରେ ପଡେ଼ାଶୀ କେନ୍ଦ୍ରାପଡ଼ା ଜିଲ୍ଲାର ଓଳାଭର, ପଟାମୁଣ୍ଡାଇ, ଆଳି, ରାଜକନିକା ଆଦି ଅଂଚଳକୁ ବହୁ ସଂଖ୍ୟାରେ ଗାଡ଼ି ଏହି ରାସ୍ତା ଦେଇ ଯାଆସ କରୁଥିବା ହେତୁ ତୁରନ୍ତ ରାସ୍ତାର ଏହି ପ୍ରମୁଖ ବି୍ରଜି ପ୍ରତି ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.

four × 2 =