‘ବିପିଏଲ-୨୦୨୦’ଉଦ୍ୟାପିତ: ସି ଟାଇଗର୍ସକୁ ହରାଇ ଡେକାନ୍ ୱାରିୟର୍ସ ଚାମ୍ପିୟନ୍


ବାଲେଶ୍ୱର: ବାଲେଶ୍ୱର କ୍ରିକେଟିୟର୍ସ ଆସୋସିଏସନ ପକ୍ଷରୁ ଗତ ଫେବୃଆରୀ ୨୭ ତାରିଖରୁ ଆରମ୍ଭ ହୋଇଥିବା ବାଲେଶ୍ୱର ପ୍ରିମିୟର ଲିଗ୍ର ଏକାଦଶ ସଂସ୍କରଣ ‘ବିପିଏଲ-୨୦୨୦’ କ୍ରିକେଟ୍ ପ୍ରେମୀଙ୍କ ବିପୁଳ ସମାଗମ ମଧ୍ୟରେ ସହରର ପରମିଟ୍ ପଡ଼ିଆରେ ଉଦ୍ୟାପିତ ହୋଇଯାଇଛି । ୨୦ ଓଭର ବିଶିଷ୍ଟ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍ଟି ସି ଟାଇଗର୍ସ ଓ ଡେକାନ୍ ୱାରିୟର୍ସ ମଧ୍ୟରେ ଅନୁÂିତ ହୋଇଥିଲା । ଡେକାନ ୱାରିୟର୍ସ ଟସି ଜିତି ପ୍ରଥମେ ବ୍ୟାଟିଂ କରିବା ସହ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୨୦ ରନ କରିଥିଲା । ଜବାବରେ ସି ଟାଇଗର୍ସ ୨୦ ଓଭରରେ ୯ ଗୋଟି ୱିକେଟ ହରାଇ ୧୦୭ ରନ୍ କରିବାକୁ ସକ୍ଷମ ହୋଇଥିଲା । ଚିତ୍ତାକର୍ଷକ ଖେଳ ମଧ୍ୟରେ ଶେଷରେ ୧୩ ରନ୍ର ବ୍ୟବଧାନରେ ସି ଟାଇଗର୍ସ ପରାଜୟ ସମ୍ମୁଖୀନ ସହ ରନର୍ସ ଅପ୍ ହେବାର ସୌଭାଗ୍ୟ ଅର୍ଜନ କରିଥିଲା ।ଏହି ଫାଇନାଲ ମ୍ୟାଚରେ ପ୍ରଦୀପ୍ତ ଦାସଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ଘୋଷଣା କରାଯାଇଥିଲା । ଅମିତ୍ ଅମିତାଭ ମହାକୁଡ଼, ଅଶ୍ୱିନୀ ସାମଲ, ପ୍ରୀତି ରଂଜନ ବିଜୟସିଂହ ଆମ୍ପାୟର ଭାବେ ଏହି ମ୍ୟାଚ୍କୁ ପରିଚାଳନା କରିଥିଲେ । ଟୁର୍ଣ୍ଣାମେଣ୍ଟ ଶେଷରେ ଆୟୋଜିତ ଉଦଯାପନ ସମାରୋହରେ ବାଲେଶ୍ୱରର ଅତିରିକ୍ତ ଜିଲ୍ଲାପଳ ସମ୍ବିତ୍ କୁମାର ନାୟକ,କଳିଙ୍ଗ ଗ୍ରୁପ୍ ଅଫ୍ ପ୍ରପୋଟିଜ୍ର ଅଧ୍ୟକ୍ଷ ମନୋଜ କୁମାର ଜେନା, ଅର୍ବାନ ସମବାୟ ବ୍ୟାଙ୍କ ପରିଚାଳକ ପ୍ରକାଶ କୁମାର ନାୟକ ବରେଣ୍ୟ ଅତିଥି ଭାବେ ଯୋଗଦେଇ ବାଲେଶ୍ୱର କ୍ରିକେଟିୟର୍ସ ଆସୋସିଏସନର ଦୀର୍ଘବର୍ଷର ଉଦ୍ୟମୁ ଭୂୟସୀ ପ୍ରଶଂସା କରିଥିଲେ । ଉଭୟ ଦଳର ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଖେଳରେ ସବୁବେଳେ ଭାଇଚାରା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅତିଥିମାନେ ଚାମ୍ପିୟନ ଦଳ ଡେକାନ ୱାରିୟର୍ସ ଓ ରନର୍ସ ଅପ୍ ଦଳ ସି ଟାଇଗର୍ସକୁ ଟ୍ରଫି ଏବଂ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଚାମ୍ପିୟନ ଦଳକୁ ୫୫ ହଜାର ୫୫୫ ଟଙ୍କା ଓ ରନର୍ସ ଅପ୍ ଦଳକୁ ୪୪ ହଜାର ୪୪୪ ଟଙ୍କା ପ୍ରଦାନ କରାଯାଇଥିଲା । ଏଥି ସହିତ ଶ୍ରେÂ ବ୍ୟାଟ୍ସମ୍ୟାନ୍ ଦିବ୍ୟଶକ୍ତି ଚକ୍ରବର୍ତ୍ତୀ ନିର୍ବିଶଙ୍କର ବାରିକ, ନରୋତ୍ତମ ଭଞ୍ଜଙ୍କୁ ମ୍ୟାନ୍ ଅଫ୍ ଦି ଲିଗ୍ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏହା ବ୍ୟତୀତ ୧୪ ବର୍ଷରୁ କମ୍ ବୟସର ଓଡ଼ିଶା ଦଳରେ ସ୍ଥାନ ପାଇଥିବା ଭବମ୍ୟ ବେହେରା ଓ ମହିଳା ଦଳର ଅଙ୍କିତା ଗିରିଙ୍କ ସମେତ ଜାତୀୟ ସ୍ତରୀୟ କବାଡ଼ି ଖେଳଳି ଲକ୍ଷ୍ମୀଧର ଜେନା, ଖୋଖ ଦଳି ଖେଳାଳି ସିଦେ୍ଧଶ୍ୱର ଟୁଡୁ, ସତ୍ୟଜିତ୍ ସିଂହ, ସବିଲା ଖାତୁନ୍ ଓ ଜଗନ୍ନାଥ ମୁର୍ମୁଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ସଂଗଠନର ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

eleven − 2 =