ଭୁବନେଶ୍ୱର- ବିବାଦୀୟ ଭାଇରାଲ ଅଡିଓ ମାମଲାରେ ଦୁଇ ବନ୍ଧୁଙ୍କ ଗରିଫ କରାଯାଇଛି ବୋଲି କମିସନରେଟତ ପୋଲିସ କହିଛନ୍ତି । ଏହି ଦୁଇ ଜଣ ହେଲେ ବିଶ୍ୱଜିତ ମହାନ୍ତି ଓ ଲକ୍ଷ୍ମୀକାନ୍ତ ବେହେରା । ଭାଈରାଲ ହୋଇଥିବା ଅଡିଓ ସମ୍ପର୍କରେ ମାନିଛନ୍ତି ଲକ୍ଷୀକାନ୍ତଙ୍କ ବନ୍ଧୁ ବିଶ୍ୱଜିତ । ସେ ୨୫ ଜଣ ସାଙ୍ଗକୁ ଉଭୟଙ୍କ ବାର୍ତାଳାପ ଅଡିଓ ଭାଇରାଲ କରିଛନ୍ତି ବୋଲି କହିଛନ୍ତି । ରବିବାର ଅପରାହ୍ନରେ ଦୁଇ ଜଣଙ୍କୁ କମିଶନରେଟ୍ ପୋଲିସ ଉଠାଇ ନେଇ ୧୨ ଘଂଟା ଧରି ଜେରା କରିଥିବା ଜଣାପଡିଛି । ଦୀର୍ଘ ସମୟର ଜେରା ପରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଅଡିଓ କ୍ଳିପରେ ଏହି ଦୁଇଜଣ ପଜିଟିଭ ରିପୋର୍ଟ ନ ଆସି ମଧ୍ୟ ଲୋକଙ୍କୁ କରୋନା ରୋଗୀ କହି ବିିଭିନ୍ନ ହସ୍ପଟାଲକୁ ପଠାଯାଉଛି ବୋଲି କଥା ହୋଇଥିଲେ । ରୋଗୀଙ୍କ ପିଛା କେନ୍ଦ୍ର ଦେଢ ଲକ୍ଷରୁ ଅଢେଇ ଲକ୍ଷ ଟଙ୍କା ଚିକିତ୍ସା ଖର୍ଚ୍ଚ ଆସୁଛି ,ସେଥିପାଇଁ ଦିନକୁ ଶହେ ରୋଗୀଙ୍କୁ ଏ ସବୁ ହସ୍ପିଟାଲକୁ ପଠାଇବାକୁ ବିଏମସି ଟାର୍ଗେଟ ଅଛି ବୋଲି ସେମାନେ କହୁଥିଲେ । ଅଗଷ୍ଟ ୬ ତାରିଖରେ ଏକ ବୈଦିତୁକ ଗଣମାଧ୍ୟମ ଏହି ବାର୍ତାଳାପର ରେକର୍ଡିଂ ପ୍ରସାରଣ କରିଥିଲେ । ଏହି ବର୍ତାଳାପ ଏକ ବୈଦିତୁକ ଗଣମାଧ୍ୟମରେ ପ୍ରସାରଣ ହେବାପରେ ସଂସ୍ଥା ବିରୋଧରେ କ୍ୟାପିଟାଲ ଥାନାରେ ମାମାଲ ହୋଇଥିଲା ।