ବିରଜା ଓ ନାଭିଗୟା, ପିତୃପକ୍ଷ ଉପଲକ୍ଷେ ପିତୃଶ୍ରାଦ୍ଧ

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ପରିସରରେ ନାଭିଗୟା ଅଟୋ ଏହି ନାଭିଗୟାକୁ ସାରା ଭାରତବର୍ଷର ହିନ୍ଦୁ ଧର୍ମାବଲମ୍ବୀ ଲୋକମାନେ ପିଣ୍ଡଦାନ କରିବାକୁ ଆସିଥାନ୍ତି । ସାଧାରଣତଃ ଦେଖାଯାଏ ପିତୃପକ୍ଷ ଓ ମାତୃପକ୍ଷରେ ବର୍ଷର ଦୁଇଥର ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ପିଣ୍ଡଦାନ କରିବାକୁ ନାଭିକ୍ଷେତ୍ରକୁ ଆସିଥାନ୍ତି । ସାଧାରଣତଃ ଆଶ୍ୱିନ ମାସର କୃଷ୍ଣପକ୍ଷ ପ୍ରତିପଦାଠାରୁ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନ ଧରି ପିତୃପୁରୁଷମାନଙ୍କ ଉଦେ୍ଧର୍ଶରେ ଶ୍ରାଦ୍ଧ ଦିଆଯାଏ । ଏହାକୁ ପିତୃପକ୍ଷ କୁହାଯାଏ । ଶାସ୍ତ୍ରୀୟ ମତରେ ପିତୃଗଣଙ୍କର ସୃଷ୍ଟି ଆଶ୍ୱିନ ମାସ କୃଷ୍ଣପକ୍ଷ ମହାଳୟା ଅମାବାସ୍ୟା ତିଥିରେ ହୋଇଥିଲାା ଏଣୁ ପିତୃପୁରୁଷମାନେ ଏହି ଆଶ୍ୱିନ ମାସର କୃଷ୍ଣପକ୍ଷରେ ମର୍ତ୍ୟ ଲୋକକୁ ଆସନ୍ତି ଏବଂ ମହାଳୟା ଅମାବାସ୍ୟାରେ ବିଶେଷ ପିଣ୍ଡ ଗ୍ରହଣ କରି ଦୀପାବଳୀ ଅମାବାସ୍ୟାରେ ପୁଣି ପିତୃଲୋକକୁ ଫେରିଯାଆନ୍ତି । ଭାରତବର୍ଷର ତ୍ରିଗୟା ମଧ୍ୟରେ ଯାଜପୁରରେ ଅବସ୍ଥିତ ନାଭିଗୟା ସର୍ବତ୍ର ପ୍ରସିଦ୍ଧ । ଦେବୀ ବିରଜାଙ୍କ ଐଶାନ୍ୟ କୋଣରେ ପିତୃତୀର୍ଥ ନାଭିଗୟା ଅବସ୍ଥିତ । ଏହି ନାଭିଗୟାର ସୃଷ୍ଟି ସମ୍ପର୍କରେ ଦୁଇଟି ମତ ରହିଛିା ପ୍ରଥମେ ହେଉଛି ଦକ୍ଷ ପ୍ରଜାପତିଙ୍କର କନ୍ୟା ମହାଯୋଗୀ ଶଙ୍କରଙ୍କ ପତ୍ନୀ ଦେବୀ ସତୀଙ୍କର ନାଭି ପତନ କାରଣରୁ ନାଭିଗୟାର ସୃଷ୍ଟି । ଏହା ଶାକ୍ତ ପରମ୍ପରା ସହିତ ଜଡ଼ିତ । ଦ୍ୱିତୀୟ ମତ ହେଉଛି ଯଜ୍ଞ କାର୍ଯ୍ୟ ସମାପନ ପାଇଁ ନିଜର ଶରୀରକୁ ସମର୍ପଣ କରିଥିବା ଗୟାସୁର ଶରୀରର ମଧ୍ୟଭାଗ ବିରଜାକ୍ଷେତ୍ର ହୋଇଥିବାରୁ ଏଠାରେ ନାଭିଗୟାର ସୃଷ୍ଟି । ଏହି ମତ ବୈଷ୍ଣବ ପରମ୍ପରା ସହିତ ଜଡ଼ିତା ନାଭିଗୟା ମନ୍ଦିର ମଧ୍ୟରେ ୫ ହାତ ପରିଧି ବିଶିଷ୍ଟ ଏକ କୂପ ବିଦ୍ୟମାନ ।
ନାଭିକୂପର ଐଶାନ୍ୟ କୋଣରେ ମୃତୁ୍ୟଞ୍ଜୟଶ୍ୱର ଓ ମୃତୁ୍ୟଞ୍ଜୟ ତୀର୍ଥ ଏବଂ ପଶ୍ଚିମ ପାଶ୍ୱର୍ରେ ୨ ହାତ ଉଚ୍ଚତା ବିଶିଷ୍ଟ ଚତୁର୍ଭୁଜ ଗଦାଧର ଶୋଭା ପାଉଛନ୍ତି । ଏହି ଗଦାଧରଙ୍କୁ ସାକ୍ଷୀ କରି ପିଣ୍ଡଦାତା ନିଜର ପିତୃପୁରୁଷମାନଙ୍କୁ ପିଣ୍ଡଦାନ କରନ୍ତି । ପିଣ୍ଡଦାତା ପିଣ୍ଡଦାନ ପରେ ଗଦାଧରଙ୍କୁ ସାକ୍ଷୀକରି ବାମ ଭାଗରେ ପୂର୍ବ ମୁହାଁହୋଇ ପିତୃଗଣକୁ ଉଦ୍ଧାର କରିବା ଉଦେ୍ଧଶ୍ୟରେ ପ୍ରାର୍ଥନା କରେ । ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ପ୍ରଭୃତି ଦେବଗଣକୁ ପ୍ରାର୍ଥନାପୂର୍ବକ ପିଣ୍ଡଦାତା କହନ୍ତି ମୁଁ ଏହି ନାଭିଗୟାକୁ ଆସି ପିଣ୍ଡଦାନ କରି ଋଣତ୍ରୟରୁ ଉଦ୍ଧାର ପାଇଲି । ଏହି ତିନି ଋଣ ହେଉଛି ପିତୃଋଣ, ଅତିଥିଋଣ, ଦେବଋଣ । ଏଠାରେ ପିଣ୍ଡଦାନରେ ପିଣ୍ଡଦାତା ମହାଶକ୍ତି ବିରଜାଙ୍କୁ ଦର୍ଶନ କରିବାର ଯେଉଁ ପରମ୍ପରା ରହିଛି ତାହା ଅନ୍ୟ କୌଣସି ଶକ୍ତିପୀଠରେ ଦେଖାଯାଏ ନାହିାଁ ଏଠାରେ ମା’ ବିରଜାଙ୍କୁ ପିତୃ ରୂପିଣୀ ବୋଲି ପ୍ରାର୍ଥନା କରି ପ୍ରାଣୀ ଜଗତର ମୁକ୍ତି ପାଇଁ ନିବେଦନ କରାଯାଇଛି । ଶାସ୍ତ୍ରମାନଙ୍କରେ ବିରଜାଙ୍କୁ ପିତୃକନ୍ୟାରୂପେ ଗ୍ରହଣ କରାଯାଇଛି । ଏହି ଦୃଷ୍ଟିରୁ ପିତୃପୁରୁଷମାନଙ୍କୁ ପିଣ୍ଡଦାନ ପରେ ପିତୃକନ୍ୟାରୂପିଣୀ ବିରଜାଙ୍କୁ ଦର୍ଶନ କରିବାପାଇଁ ଶାସ୍ତ୍ରୀୟ ବିଧି ରହିଛି । ଦେବୀ ବିରଜା ଆଜ୍ୟପା ପିତୃଗଣଙ୍କର ମାନସୀ କନ୍ୟାରୂପେ ପରିଚିତ । ପୁଲହଙ୍କଠାରୁ ଜାତ ହୋଇଥିବା କର୍ଦ୍ଧମ ପ୍ରଜାପତିଙ୍କର ଆଜ୍ୟପା ନାମରେ ପିତୃଗଣ ଅଛନ୍ତି । ଏହି ପିତୃଗଣ ପକ୍ଷୀମାନଙ୍କ ପରି ନିଜ ଇଚ୍ଛାରେ ସର୍ବଲୋକରେ ରହିପାରନ୍ତି । ଏହି ପିତୃଗଣକୁ ଫଳକାମୀ ବୈଶ୍ୟମାନେ ଶ୍ରାଦ୍ଧ ସମୟରେ ଅବାହନ କରିଥାଆନ୍ତି । ବିରଜା ହେଉଛନ୍ତି ଏହି ପିତୃଗଣଙ୍କ ମାନସୀ କନ୍ୟା, ଯଯାତିଙ୍କର ଜନନୀ ଓ ନହୁଷଙ୍କର ପତିବ୍ରତା ପତ୍ନୀ । ଲିଙ୍ଗ ପୁରାଣରେ ମଧ୍ୟ ଦେବୀ ବିରଜା ପିତୃକନ୍ୟା ରୂପେ ବର୍ଣ୍ଣିତ ହୋଇଛନ୍ତି । ଏଣୁ ଏହି କ୍ଷେତ୍ରରେ ନାଭିଗୟାଠାରେ ପିଣ୍ଡଦାନ କରି ଦେବୀଙ୍କୁ ଦର୍ଶନ କଲେ ପିତୃଗଣ ମୋକ୍ଷଲାଭ କରନ୍ତି । ହିନ୍ଦୁମାନଙ୍କର ଏହି ତୀର୍ଥଟିରେ ଭାରତ, ନେପାଳ, ସିଂହଳ ପ୍ରଭୃତି ଦେଶରୁ ଆସି ହିନ୍ଦୁ ଧର୍ମାବଲମ୍ବୀ ଲୋକମାନେ ପିତୃପୁରୁଷଙ୍କ ଉଦେ୍ଧଶ୍ୟରେ ପିଣ୍ଡଦାନ କରୁଥିବାର ଦେଖିବାକୁ ମିଳେ ।ଏଠାରେ ସୂଚନାଯୋଗ୍ୟ ଯେ, ନାଭିକୂପ ଗର୍ଭରେ ଶ୍ରଦ୍ଧାଳୁ ଭକ୍ତମାନେ ପିଣ୍ଡଦାନ କରିସାରିବା ପରେ ପିଣ୍ଡକୁ ବିସର୍ଜନ କରନ୍ତି । ଲକ୍ଷ ଲକ୍ଷ ଲୋକ ଏହି ନାଭିକୂପ ଗର୍ଭରେ ପିଣ୍ଡ ବିସର୍ଜନ କରୁଥିଲେ ହେଁ ସେସବୁ କୁଆଡେ଼ ଲୁଚିଯାଏ ଏହା ଏକ ବିସ୍ମୟ ଅଟେ । ଏପରିକି ନେପାଳର ପୂର୍ବତନ ରାଜା ଓ ବର୍ତମାନର ଶାସନର ମୁଖ୍ୟ କର୍ତାମାନେ ନାଭିଗୟାକୁ ଆସି ପିତୃପୁରୁଷଙ୍କୁ ପିଣ୍ଡ ଦେଉଥିବାର ନଜିର ଅଛିା ନାଭିଗୟା ହିନ୍ଦୁମାନଙ୍କର ପ୍ରସିଦ୍ଧ ତୀର୍ଥସ୍ଥଳୀ । ପୂର୍ବପୁରୁଷମାନଙ୍କ ସ୍ମୃତି ଉଜ୍ଜୀବୀତ କରି ଏହି ପବିତ୍ର ପୀଠରେ ଭୌମବଂଶୀ, ସୋମବଂଶୀ ରାଜା ଓ ପ୍ରଜାମାନଙ୍କଠାରୁ ଆରମ୍ଭକରି ଆଜିର ଆଧୁନିକ ମଣିଷମାନେ ପିଣ୍ଡଦାନ କରିଆସୁଛନ୍ତି । ଏହି ଶାଶ୍ୱତ ବୈତରଣୀ ତୀର୍ଥ ବିରଜାକ୍ଷେତ୍ର ନାଭିଗୟା ସାଂସାରିକ ପରିବର୍ତନ ଭିତରେ ତାହାର ମହତ୍ୱ ଏବେସୁଦ୍ଧା ବଜାୟ ରଖିଛି ।

Leave A Reply

Your email address will not be published.

5 × three =