ଯାଜପୁର: ମହାମାରୀ କୋଭିଡ୍-୧୯ର ସମସ୍ତ ନିୟମାବଳିକୁ ପାଳନ ପୂର୍ବକ ତଥା ସାମାଜିକ ଦୂରତା ରକ୍ଷାକରି ବିରଜା ସାହିତ୍ୟ ସଂସ୍କୃତି ଓ ଗବେଷଣା ପରିଷଦର ରକ୍ଷାବନ୍ଧନ ଉତ୍ସବ ଶ୍ରୀଧରପୁରସ୍ଥିତ ଆଂଚଳିକ କାର୍ଯ୍ୟାଳୟରେ ସଭାପତି ସାର୍ ନଟବର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ପରିଷଦର ପଣ୍ଡିତ ଜଗନ୍ନାଥ ପାଣି ବୈଦିକ ରୀତିନୀତି ଅନୁସାରେ ରକ୍ଷାବନ୍ଧନ କରାଇଥିଲେ । ପରିଷଦର ଉପଦେଷ୍ଟା ଜଗନ୍ନାଥ ଧଳ, ରବିନ୍ଦ୍ର ନାୟକ, ଉପସଭାପତି ଅକ୍ଷୟ ବିଶ୍ୱାଳ, କୋଷାଧ୍ୟକ୍ଷ ରବିନ୍ଦ୍ର ମହାନ୍ତି, ବାର୍ତା ସଂପାଦକ ମୀନକେତନ ସାହୁ ତଥା ସଂପାଦକ ଶିକ୍ଷକ ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ପରିଷଦର ସର୍ବସମ୍ମତି କ୍ରମେ ଆଗାମୀ ସାରଦୀୟ ଦୂର୍ଗୋତ୍ସବରେ ପରିଷଦର ମୁଖପତ୍ର “ମୁକ୍ତି” ପତି୍ରକା ପ୍ରକାଶ ପାଇବା ପାଇଁ ସ୍ଥିର କରାଗଲା । ଏହି ବୈଠକରେ ମନୋଜ କୁମାର ମହାନ୍ତି, ରାଜ କିଶୋର ଦିକ୍ଷିତ୍, କମଳାକାନ୍ତ ମହାଳିକ, ବିଶ୍ୱନାଥ ପୃଷ୍ଟି ପ୍ରମୁଖ ବିରଜା ଭକ୍ତ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ସଭା ଭଙ୍ଗ ହେବା ସହ ବାର୍ତା ସଂପାଦକ ମୀନକେତନ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।