ବିଶାଖାପାଟଣା ଗ୍ୟାସ୍ ଦୁର୍ଘଟଣା – ପୁଣି ନିର୍ଗତ ହେଉଛି ବିଷାକ୍ତ ଗ୍ୟାସ୍

ଆନ୍ଧ୍ରପ୍ରଦେଶର : ବିଶାଖାପାଟଣାରେ ଗୁରୁବାର ଏକ ଏଲଜି ପଲିମର କମ୍ପାନୀରୁ ଗ୍ୟାସ୍ ଲିକ୍ ହେବା ଯୋଗୁଁ ୧୧ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶତାଧିକ ଗୁରୁତର ହୋଇଛନ୍ତି । ତେବେ ବିଳମ୍ବିତ ରାତି୍ରରେ ପୁଣି ଉକ୍ତ ଟାଙ୍କିରୁ ଷ୍ଟେରିନ୍ ଗ୍ୟାସ୍ ନିର୍ଗତ ହୋଇଛି । ପରିସ୍ଥିତିକୁ ଆୟତ କୁ ଆଣିବା ପାଇଁ ଏନ୍ଡ଼ିଆର୍ଏଫ୍ ସମେତ ୫୦ ଅଗ୍ନିଶମ କର୍ମଚାରୀ ପହଂଚିଛନ୍ତି । ଖବର ପ୍ରକାଶ ପାଇବାପରେ ଜିଲ୍ଲା ଅଗ୍ନୀଶମ ଅଧିକାରୀ ସ୍ଥାନୀୟ ଲୋକଙ୍କୁ ସେହି ଅଂଚଳରୁ ୨୩ କିଲୋମିଟର ଦୁରକୁ ଯିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ୧୦ଟି ଅଗ୍ନୀଶମ ଗାଡ଼ି ଓ ୨ଟି ଫେଣ ସ୍ପେ୍ର କରୁଥିବା ଗାଡ଼ି ଦ୍ୱାରା ଲିକ୍ ବନ୍ଦ୍ କରିବାକୁ ଚେଷ୍ଟା ୁକରାଯାଇ ଥିଲା । ତେବେ ପରିସ୍ଥିତିକୁ ସଂମ୍ପୂର୍ଣ୍ଣ ଆୟତକୁ ଆଣିବା ପାଇଁ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନରେ କେମିକାଲ ଓ ବିଶେଷଜ୍ଞ ଦଳ ଆସି ପହଂଚିଥିଲେ ।

Leave A Reply

Your email address will not be published.

19 + fifteen =