ବିଶ୍ଵ ପରିବେଶ ଦିବସ: ଟାଟା ଷ୍ଟିଲ ପକ୍ଷରୁ ସୁନା ନଦୀ କୂଳ ପରିଷ୍କାର

ଯୋଡ଼ା : ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଟାଟା ଷ୍ଟିଲ ପକ୍ଷରୁ ସୁନା ନଦୀ ର କୁନ୍ଦୁରୁନଳା କୂଳକୁ ପରିଷ୍କାର କରାଯାଇଛି I ଏହି ଅଭିଯାନ ରେ କମ୍ପାନୀର ପ୍ରାୟ 50 ଜଣ ସ୍ଵେଚ୍ଛାସେବୀ ଯୋଗଦେଇ ନଦୀକୂଳ କୁ ପରିଷ୍କାର କରିଥିଲେ I ଏହା ପରେ, ଏହି ଆବର୍ଜନାକୁ ଯୋଡା ମୁନିସିପାଲିଟି ଡମ୍ପୟାଡକୁ ପଠାଯାଇଥିଲା I ରାଜେଶ କୁମାର, ମୁଖ୍ୟ, ଟାଟା ଷ୍ଟିଲ, ଯୋଡା ମେଡିସିନାଲ ପାର୍କ ଠାରେ, କମ୍ପାନୀର କର୍ମଚାରୀମାନଙ୍କ ଉପସ୍ଥିତିରେ ଏକ ଚାରା ରୋପଣ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ I ଚଳିତ ବର୍ଷର ବିଷୟବସ୍ତୁ, “ବିଟ ପ୍ଲାଷ୍ଟିକ ପଲ୍ୟୁସନ” ଉପରେ ସମସ୍ତ ଉପସ୍ଥିତ ଲୋକମାନଙ୍କୁ, ସମାଜ ଉପରେ ପ୍ଲାଷ୍ଟିକର କୁପ୍ରଭାବ ଉପରେ ସଚେତନ କରାଯାଇଥିଲା I ସମସ୍ତେ ପରିବେଶ ସୁରକ୍ଷା ଉପରେ ଏକ ଶପଥ ପାଠ ମଧ୍ୟ କରିଥିଲେ I ଏହି କାର୍ଯ୍ୟକ୍ରମରେ, ପୂର୍ବରୁ ବିଭିନ୍ନ ପ୍ରତିଯୋଗୀତା ରେ କୃତିତ୍ଵ ଅର୍ଜନ କରିଥିବା କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା I ଏହା ପୂର୍ବରୁ ବିଭିନ୍ନ ସ୍କୁଲର ପିଲାମାନଙ୍କ ମଧ୍ୟରେ ଆୟୋଜିତ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା I ଜୁନ ମାସ ବ୍ୟାପୀ ପାଳନ ହେବାକୁଥିବା ସସ୍ଟେନେବିଲିଟି କାର୍ଯ୍ୟକ୍ରମରେ, ଟାଟା ଷ୍ଟିଲ ପକ୍ଷରୁ, ଯୋଡାଏବଂ ଏହାର ଆଖପାଖ ଅଞ୍ଚଳରେ ଚାରି ହଜାର ରୁ ଉର୍ଦ୍ଧ୍ବ ଚାରା ରୋପଣ କରିବାର ଯୋଜନା କରାଯାଇଛି I

Leave A Reply

Your email address will not be published.

7 − seven =