ବିଶ୍ଵ ମ୍ୟାଲେରିଆ ଦିବସରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ମଶାରୀ ବଣ୍ଟନ

ଯୋଡା : ମ୍ୟାଲେରିଆ ଏବଂ ଡେଙ୍ଗୁ ଭଳି ମାରାତ୍ମକ ରୋଗ ସଂକ୍ରାନ୍ତୀୟ ସଚେତନତା ସୃଷ୍ଟି ଏବଂ ଏହି ରୋଗରୁ ବର୍ତିବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ବିଶ୍ଵ ମ୍ୟାଲେରିଆ ଦିବସ ଅବସରରେ ଯୋଡା ବ୍ଲକ ଅଧିନସ୍ଥ 13 ନମ୍ବର ୱାର୍ଡ ର ସରଗିତଳିଆ ଠାରେ ମଙ୍ଗଳବାର ମଶାରୀ ବଣ୍ଟନ କରାଯାଇଛି I ସେହି ୱାର୍ଡର ପ୍ରାୟ 200 ଅଧିବାସୀଙ୍କ ମଧ୍ୟରେ ମଶାରୀ ବଣ୍ଟନ କରାଯାଇଥିଲା I ଆଗାମୀ ଦିନରେ ଏହି ମ୍ୟାଲେରିଆ ନିରାକରଣ ଅଭିଯାନ ଜାରି ରଖି, ଟିଏସ୍ଏଫ୍ ଯୋଡା ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ 13,000 ମଶାରୀ ବଣ୍ଟନ କରିବାର ଯୋଜନା ରଖିଛି I
ଏହି ପରିପ୍ରେକ୍ଷୀରେ ଟିଏସ୍ଏଫ୍ ଅଧିକାରୀ ମାନେ ଗ୍ରାମବାସୀ ମାନଙ୍କୁ ମଶା ଦ୍ଵାରା ହେଉଥିବା ବିଭିନ୍ନ ରୋଗ ଯଥା ମ୍ୟାଲେରିଆ, ଡେଙ୍ଗୁ, ଫାଇଲେରିଆ ଏବଂ ଜାପାନିଜ୍ ଏନସେଫାଲାଇଟିସ ବିଷୟରେ ଅବଗତ କରାଯାଇ ଏହାର ପ୍ରତିକାର ସମ୍ବନ୍ଧରେ ମଧ୍ୟ ବୁଝାଇ ଥିଲେ I ଅନେକ ସମୟରେ କିଭଳି ଏହି ରୋଗଗୁଡିକ ଅତ୍ୟନ୍ତ ମାରାତ୍ମକ ହୋଇ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ, ସେ ବିଷୟରେ ମଧ୍ୟ ଆଲୋକପାତ କରାଯାଇଥିଲା I ଖଣି ଖାଦାନ ଭରା ଯୋଡା ଅଞ୍ଚଳର  ପାର୍ଶ୍ଵବର୍ତ୍ତୀ ଗ୍ରାମଗୁଡିକରେ ମ୍ୟାଲେରିଆ ସମ୍ପର୍କିତ ସଚେତନତାର ଅଭାବ ହେତୁ ବହୁ ମ୍ୟାଲେରିଆ ରୋଗୀ ଚିହ୍ନଟ ହେଉଥିବାରୁ, ଏହାକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଟିଏସ୍ଏଫ୍ ପକ୍ଷରୁ ଏଭଳି ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ଯାହାକୁ ଗ୍ରାମବାସୀ ମାନେ ଖୁବ ପ୍ରଶଂସା କରିଥିଲେ I ଏହି କାର୍ଯ୍ୟକ୍ରମରେ ଜନପ୍ରତିନିଧି ଦୀପ୍ତି ରଞ୍ଜନ ବେହେରା, ଚର୍ଚିଲ ମହାକୁଡ, ପ୍ରମୋଦ ରଜକ, ଡାଃ ଆକାଶ ଶତପଥୀ, ଡାଃ ଅନମଲ ଟିଗା, ବୀରେନ୍ଦ୍ର ମହାନ୍ତ, ଜ୍ୟୋତ୍ସ୍ନାରାଣୀ ବାରିକ, ସର୍ବେଶ୍ଵର ବେହେରା ପ୍ରମୁଖ ଉପସ୍ଥିତ ଥିଲେ I

Leave A Reply

Your email address will not be published.

8 + fourteen =