ବିଶ୍ୱକର୍ମା ପୂଜା ପାଳିତ

ଜଗତସିଂହପୁର: ବାଲିକୁଦା ପାଇପ ଜଳ ଓ ପରିମଳ ବିଭାଗ ପକ୍ଷରୁ ମହାପ୍ରଭୁ ବିଶ୍ୱକର୍ମାଙ୍କ ପୁଜା ଆନନ୍ଦ ସହାଗରେ ପାଳିତ ହୋଇଯାଇଛି । ଏଥିରେ କନିଷ୍ଠ ଯନ୍ତ୍ରୀ ବାଲିକୁଦା ନଂ-୧ ଓ ନଂ-୨ ବବିଭାଗୀୟ ଯନ୍ତ୍ରୀ ଭାରତ ଭୁୁଷଣ ଲେଙ୍କା, ଇଂ- ସତ୍ୟରନ ଭୋଇଙ୍କ ତତ୍ୱାବଧାନରେ ବିଶ୍ୱକର୍ମା ପୁଜା ଅର୍ଚ୍ଚନା କରାଯାଇ ସତାଧିକ କର୍ମଚାରୀ ପୁଷ୍ପାଳି ଦେଇଥିଲେ । କର୍ତା ଇଂ-ଶ୍ରୀ ଲେଙ୍କାଙ୍କ ଘୃତାହୁତି ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନୃସିଂହ ଚରଣ ଦାସ, ପ୍ରଫୁଲ କୁମାର ରାଉତ, ପୁର୍ଣ୍ଣଚନ୍ଦ୍ର ବିଶ୍ୱାଳ, ପ୍ରତାପ ଦାସ, ଶିବ ପ୍ରସାଦ ସ୍ୱାଇଁ, ନିରଁନ ମଲ୍ଲିକ, ବିଳାସ ମଲ୍ଲିକ, କୃର୍ଷ୍ଣ ଚନ୍ଦ୍ର ଦାସ, ବଳରାମ ମହାନ୍ତି । ମନୋଜ ଶୁକ୍ଳା ପ୍ରମୁଖ ଅଂଶ ଗ୍ରହଣ କରି ମହାପ୍ରଭୁଙ୍କ ପ୍ରତି ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ । ସେହିପରି ବାଲିକୁଦା ବ୍ଲକ ବିଦ୍ୟୁତ ନଂ-୧ର ସହକାରୀ ଯନ୍ତ୍ରୀ ଦେବଦତ ଉପାଧ୍ୟାୟ, କନିଷ୍ଠ ଯନ୍ତ୍ରୀ ମନୋରନ ପତିଙ୍କ ଦ୍ୱାରା ବିଶ୍ୱକର୍ମା ପୁଜା ପାଳିତ ହୋଇଥିଲା । ଏଥିରେ ଲାଇନ ମ୍ୟାନ କର୍ତାଭାବେ ଘୃତାହୁତି କରିଥିଲେ । ସେହିପରି ପଣ୍ଡିତ ଲୁନା ଶତପଥିଙ୍କ ଦ୍ୱାରା ପୁଜାବିଧି ସୁଚାରୁ ରୁପେ ପାଳନ କରାଯାଇଥିଲା ।

Leave A Reply

Your email address will not be published.

1 × 3 =