ବିଶ୍ୱ ପାଳିଲା କି “ପ୍ରେସ ସ୍ୱାଧୀନତା ଦିବସ “?

କରଞ୍ଜିଆ : ଗତ ତା-3.5.23 ରେ ସାରା ବିଶ୍ୱ ପାଳନ କଲା  କି ” ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ”? ତେବେ ଏହି ଦିବସର ଉଦେଶ୍ୟ କଣ ହୋଇଥାଇପାରେ? ଯଦି ଆମେ ଦେଖିବା ବିଶ୍ୱରେ ପ୍ରାୟତଃ ସାମ୍ବାଦିକ ଏକ ସ୍ୱଚ୍ଛଳସ୍ଵଚ୍ଛନ୍ଦ ଖବର ଗଣମାଧ୍ୟମକୁ ଆଣିବାରେ ବହୂ ନିନ୍ଦା, ଅପବାଦ, ଅସହିଷ୍ଣୁତାର ସମ୍ମୁଖୀନ ହୁଅନ୍ତି| ଆଜି ମୁଁ କହୁଛି ସେହି ସାମ୍ବାଦିକ ମାନଙ୍କ କଥା, ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଦିଅନ୍ତି ଖବରର ଅନୁସନ୍ଧାନରେ| ନିଜ କର୍ମକୁ ଆଖିଆଗରେ ରଖି ଭୁଲିଯାନ୍ତି ନିଜର ଛୋଟିଆ ପରିବାରର କଥା ଯିଏ ଦିନ-ରାତି, ଝଡ଼, ତାତି, ଆଦିକୁ ବିଚାର ନକରି ଲାଗିପଡ଼ନ୍ତି ସତ୍ୟତାର ଅନୁସନ୍ଧାନରେ |ଏହି ବ୍ୟସନ ମଧ୍ୟରେ ସହବାସ କରୁଥିବା ଅଗଣିତ ଜନତା କୁ ଏକ ତଥ୍ୟପୂର୍ଣ୍ଣ ଖବର ପ୍ରଦାନ କରିବାରେ କେତେ ତାଡନାଯନ୍ତ୍ରଣା ଯେ ଜଣେ ସାମ୍ବାଦିକ ନସହେ ତାହା ବଖାଣିବା ଏହି କିଂଚିତଶବ୍ଦ ରେ ପ୍ରକାଶିତ କରିହେବ ନାହିଁ| ତେବେ ପ୍ରଶ୍ନଉଠେ ଯେତେବେଳେ ସତ୍ୟତାର ଅନୁସନ୍ଧାନ କରି ତୋଡ଼ାଘାତ ଖାଇ ଯେତେବେଳେ ଜଣେ ସାମ୍ବାଦିକ ଜେଲ୍ ର ଚାରିକାନ୍ଥ ମଧ୍ୟରେ କବଳିତ ହୋଇ ଆକୁଳ ପ୍ରାର୍ଥନା କରେ ନିଜ ପରିବାରର ସୁରକ୍ଷା ପାଇଁ ସେତେବେଳେ କେତେ ଜନତା ଧାଇଁ ଆସନ୍ତି? କଣ ସତ୍ୟତା ପରିପ୍ରକାଶର ଏହା ଉପହାର ହୋଇପାରେ କି? କଣ ଏହା ଏକ ସାମ୍ବାଦିକକୁ ସ୍ୱାଧୀନତା ପ୍ରଦାନର ପରିଭାଷା ଅଟେ କି? ଏହି ପ୍ରଶ୍ନ କେବଳ ମୋର ନୁହେଁ ଏହି କୋଟି କୋଟି ଜନତାଙ୍କୁ ସକାଳର ଖବର ପ୍ରଦାନ କରୁଥିବା ସେହି ସାମ୍ବାଦିକଙ୍କର ମଧ୍ୟ| ତେବେ ମେ ମାସର 3 ତାରିଖରେ ବହୁ ବ୍ୟକ୍ତି କେତେ ଆଲୋଚନାଚକ୍ର ଆୟୋଜନ କରି ସାମ୍ବାଦିକଙ୍କୁ କୃତଜ୍ଞତା ଜଣାଇଥିବେ କେତେ କଣ ଗଠନମୂଳକ କଥା ମଧ୍ୟ ଏହି ଦିବସ ବିଷୟରେ କହିଥିବେ କିନ୍ତୁ ଯଦି ପ୍ରକୃତ “ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ” ର ମର୍ମକୁ ପ୍ରକାଶିତ କରିବାର ଅଛି ତେବେ ସେହିଦିନ ପ୍ରକୃତ ପରିଚୟ ପ୍ରଦାନ କରନ୍ତୁ ଯେଉଁ ଦିନ ଜଣେ ସାମ୍ବାଦିକ ସତ୍ୟତାରେ ସ୍ୱଚ୍ଛତା ଆଣିବାରେ ସମ୍ମୁଖୀତ ହୁଏ ନାନା ହିଂସାର, ସେହିଦିନ ତାକୁ ପ୍ରକୃତ ସ୍ୱାଧୀନତା ଉପଲବ୍ଧି ହେବ|

Leave A Reply

Your email address will not be published.

1 × 4 =