ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

ଜଗତସିଂହପୁର: ଜେପିଭିଟି ଆସୋସିଏସନ୍ ତରଫରୁ ବିଶ୍ୱ ଫଟୋଗ୍ରାଫି ଦିବସ ଓ ବାର୍ଷିକ ଉତ୍ସବ କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଆସୋସିଏସନ୍ ର ସଭାପତି ଶ୍ରୀ ମହେଶ୍ୱର ମହାନ୍ତି ଓ ସଂପାଦକ ଶ୍ରୀ ଯୁକ୍ତ ଶୂଭଙ୍କର ଜେନାଙ୍କ ସହିତ କର୍ମକର୍ତା ମାନେ ଉପସ୍ଥିତ ରହି କରୋନା ଯୋଦ୍ଧାଭାବେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଏସ୍.ପି. ଶ୍ରୀ ପ୍ରକାଶ ଆର୍, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ବିଜୟା ପଣ୍ଡା, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବିମଳ କୁମାର ଲେଙ୍କ। ଓ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଜନୀକାନ୍ତ ମିଶ୍ରଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ବାଲିକୁଦା ବ୍ଲକ ବୋରିକିନାର ଅସୁସ୍ଥ ଫଟୋଗ୍ରାଫର ଅଶୋକ ଦାସଙ୍କ ବାସସ୍ଥଳୀରେ ପହଂଚି ସମସ୍ତ କର୍ମକର୍ତା ମାନେ ତାଙ୍କର ଆଶୁ ଆରୋାଗ୍ୟ କାମନା କରିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । କରୋନା କଟକଣା ଯୋଗୁଁ ସଂଘର କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ଦ୍ୱାରା ଏହି ଉତ୍ସବର କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଲାଲା ସଂଗ୍ରାମ କେଶରୀ ରାୟ, ବାସୁଦେବ ସ୍ୱାଇଁ, ରୂପେଶ ବାରିକ, ସୁଧାକର ଜେନା, ଗଗନ କୁମାର ମଲ୍ଲିକ, ଅତନୁ କୁମାର ସ୍ୱାଇଁ, ବାସୁଦେବ ବେହେରା, ପ୍ରଦୀପ୍ତ ପ୍ରଧାନ, ବି ଏନ୍ଏନ୍ ପପୁ, କୁଶଲ କୁମାର ସିହ୍ନା, ବିଷ୍ଣୁଚରଣ ରାୟ ଓ ଜିତେନ୍ଦ୍ର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

13 + 16 =