ବୀରାପ୍ପାନ ଝିଅ ବିଜେପି ତାମିଲନାଡୁ ଯୁବ ଶାଖା ଉପାଧ୍ୟକ୍ଷା ନିଯୁକ୍ତ

ଭୁବନେଶ୍ୱର : ଦକ୍ଷିଣ ଭାରତରେ ଏକଦା ଆତଙ୍କ ସୃଷ୍ଟି କରିଥିବା ଚନ୍ଦନକାଠ ତସ୍କର ବୀରାପ୍ପାନଙ୍କ ଝିଅ ବିଦ୍ୟା ବୀରାପ୍ପାନ ଏବେ ବିଜେପିରେ । ସେ ତାମିଲନାଡୁ ବିଜେପି ଯୁବଶାଖାର ଉପାଧ୍ୟକ୍ଷା ଭାବରେ ନିଯୁକ୍ତି ପାଇଛନ୍ତି । ବୀରାପ୍ପାନ ଦାନ୍ତ ପାଇଁ ୧୦୦ରୁ ଅଧିକ ହାତୀକୁ ହତ୍ୟା କରିଥିବା ଏବଂ ଚନ୍ଦନକାଠ ଚୋରା କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା । ୨୦୦୪ରେ ସେ ପୋଲିସ ଏନକାଉଂଟରରେ ପ୍ରାଣ ହରାଇଥିଲା । ବିଦ୍ୟା କିନ୍ତୁ ଜଣେ ଆଇନ୍ ସ୍ନାତକ ଓ ଏକ ସ୍କୁଲ ଚଳାଇବା ସହ ସମାଜସେବା କରୁଛନ୍ତି । ଗତ ଫେବ୍ରୃଆରୀରେ ସେ ବିଜେପିରେ ଯୋଗ ଦେଇଥିଲେ । ରାଜ୍ୟ ବିଜେପି ନେତୃତ୍ୱଙ୍କ ଏକ ଫେସବୁକ୍ ପୋଷ୍ଟରେ ବିଦ୍ୟାଙ୍କୁ ନିଯୁକ୍ତି ମିଳିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

18 + thirteen =