ବୁର୍ଲା ଭିମ୍ସାର: ପଂଚମ ଦିନରେ ପହଂଚିଲା କୋଭିଡ ସେବିକାଙ୍କ ଆନ୍ଦୋଳନ


ବୁର୍ଲା: ସ୍ଥାୟୀ ନିଯୁକ୍ତି ଦାବିକୁ ନେଇ ବୁର୍ଲା ଭିମସାର ହସିପିଟାଲ ସମ୍ମୁଖରେ କୋଭିଡ ସେବିକା ଆନେ୍ଦାଳନ ପଂଚମ ଦିବସରେ ପହଂଚିଛି । ତେବେ ମଧ୍ୟ ଏହି କୋଭିଡ ସେବିକା ମାନେ କଳାବ୍ୟାଚ ପରିଧାନ କରି ସେମାନଙ୍କର ଶାନ୍ତି ପୁର୍ଣ୍ଣ ଆନ୍ଦୋଳନ ଜାରି ରଖୀଥିବା ବେଳେ କିନ୍ତୁ ଭିମସାର କର୍ତୃପକ୍ଷ ଆନେ୍ଦାଳନକୁ ଭଣ୍ଡୁର କରୁଥିବା ସତ୍ୱେ କୌଣସି ଫଳାଫଳ ମିଳି ନାହିଁ । ଆନ୍ଦୋଳନ ଜାରି ରଖିଛନ୍ତି କୋଭିଡ ଠିକା ସେବିକା ମାନେ । ଅନ୍ୟପଟେ ସେବିକା ମାନଙ୍କ ଦାବୀ ଶୁଣିବାକୁ କୌଣସି ହସପିଟାଲ ଅଧିକାରୀ ପାଖକୁ ଆସୁ ନାହାନ୍ତି କି ସେମାନଙ୍କ ସହିତ ଦାବୀ ଶୁଣିବାକୁ କୌଣସି ଆଲୋଚନା କରୁ ନ ଥିବାରୁ ଆନେ୍ଦାଳକାରୀଙ୍କ ମହଲରେ ଆଶାନ୍ତି ପ୍ରକାଶ କରିଛନ୍ତି । ତେବେ କେତେଦିନ ଏହି ଆନେ୍ଦାଳନ ଜାରୀ ରହିବ ଏବଂ ଆଗକୁ ଆନେ୍ଦାଳନର ରୂପରେଖ କଣ ରହିବ ତାହା ହିଁ ଦେଖିବା ବାକି ରହିଲା । ସୂଚନା ଥାଉ କି ସମ୍ବଲପୁର ଜିଲ୍ଲାର ବୁର୍ଲା ଭିମସାରର କୋଭିଡ ହସପିଟାଲରେ କୋଭିଡ-୧୯ ସ୍ତିତିରେ ଚୁକ୍ତିଭିତିକ ଭାବରେ ପ୍ରାୟ ୧୮୮ ଜଣ ମହିଳା ଏବଂ ପୁରୁଷ ସେବିକା କାର୍ଯ୍ୟ କରୁଛନ୍ତି । ବର୍ତମାନ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉକୃଷ୍ଟତା ଆଣିବା ପାଇଁ ସମଗ୍ର ରାଜ୍ୟରେ ସମୁଦାୟ ୬୪୩୨ ଜଣ ଠିକାଭିତିକ ସେବିକା ପଦବୀ ସୃଷ୍ଟି କରିଛନ୍ତି । ଏହା ମ୍ମରୁ ସମ୍ବଲପୁର ଜିଲ୍ଲାର ବୁର୍ଲା ଭିମସାରର କୋମିଡ ହସପିଟାଲରେ ୨୨୦ଟି ନୂତନ କୋଭିଡ ସେବିକା ପଦବୀ ସୃଷ୍ଟି କରିଛନ୍ତି । ତେବେ ପ୍ରାୟ ୭ରୁ ୮ ମାସ ହେବ କୋଭିଡ ପାଇଁ ଆଉଟ ସୋର୍ସିଂ ଭାବେ ନିଯୁକ୍ତି ପାଇଥିବା ସେବିକା ମାନଙ୍କୁ ସରକାର ପକ୍ଷରୁ ନିଯୁକ୍ତି ପାଇଁ ବାହାରିଥିବା ଚୁକ୍ତିଭିତିକ ନିଯୁକ୍ତି ପାଇଁ ପ୍ରଥମେ ସୁଯୋଗ ଦିଆଯାଉ ଯହାକି ୬ ବର୍ଷ କାମ କରିବା ପରେ ଉକ୍ତ ପଦବୀ ଗୁଡିକ ନୀୟମିତ ହୋଇଥାଏ ବୋଲି ସେବିକା ମାନେ ଦାବି କରିଚନ୍ତି ।

Leave A Reply

Your email address will not be published.

11 + nine =