ଯାଜପୁର: ବ୍ୟାପକ ବୃକ୍ଷ ରୋପଣ ସହ ଏହା ମାଧ୍ୟମରେ ଯେପରି ଜୀବିକା ଊପାର୍ଜନ ଓ ଆର୍ଥିକ ଅଭିବୃଦ୍ଧି ଘଟିପାରିବ ସେଥିପ୍ରତି ମଧ୍ୟ ମନୋନିବେଶ କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୦୨୦-୨୧ ବର୍ଷ ପାଇଁ ବୃକ୍ଷ ରୋପଣ ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଦାସ ପରିବେଶର ସୁରକ୍ଷା ପାଇଁ ଗଚ୍ଥ ଲଗାଇବା ଆବଶ୍ୟକ ବୋଲି କହିଥିଲେ । ଯେପରି ଆଗ୍ରହ ସୃଷ୍ଟି କରି ଯୁବପିଢୀ ମାନଙ୍କ ମାଧ୍ୟମରେ ପୁଂଲ ଚାଷ, ବିଭିନ୍ନ ପରିବା ଚାଷ, ଅଳ୍ପ ଦିନରେ ପଂଳୁଥିବା ନଡିଆ, ଆମ୍ୱ, ପିଜୁଳିକୁ ଅତ୍ୟାଧୁନିକ ପଦ୍ଧତିରେ କରିବା ପାଇଁ ପ୍ରସଚୋହିତ କରିବା, ମତ୍ସ ଚାଷ, ଗୋ-ଚାଷ, କୁକୁଡା ଚାଷ, ଚ୍ଥେଳି ଚାଷ ଇତ୍ୟାଦି ପାଇଁ ମଧ୍ୟ ପ୍ରସଚୋହିତ କରିବାକୁ ବିଭାଗୀୟ ଅଧିକାରୀମାନେ ପଦକ୍ଷେପ ନେବାକୁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ । ବର୍ତମାନ କରୋନା ପରିସ୍ଥିତିରେ ବିଭିନ୍ନ କ୍ଷେତ୍ରରୁ ଉପାର୍ଜନ ବନ୍ଦ ହୋଇଥିବା ବେଳେ ଊପଯୁକ୍ତ ମାର୍ଗ ଦର୍ଶନ ଦ୍ୱାରା ଯଦି ଯୁବ ବର୍ଗକୁ ସଠିକ ପ୍ରଶିକ୍ଷଣ ମାଧ୍ୟମରେ ଦକ୍ଷତା ବିକାଶ କରାଯାଇପାରିବ । ପ୍ରାରମ୍ଭରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ ମନରେଗାର ଲକ୍ଷ୍ୟ ଓ ଉଦେଶ୍ୟ ସହ ଚଳିତ ବର୍ଷର ଧାର୍ଯ୍ୟଲକ୍ଷ୍ୟକୁ ପୂରଣ ଦିଗରେ ଉଦ୍ୟମ କରିବାକୁ ବିବିଧ ବିଭାଗକୁ ଅନୁରୋଧ କରିଥିଲେ । ଉଦ୍ୟାନ ବିଭାଗ ପକ୍ଷରୁ ୪୦୯.୭୫ ହେକ୍ଟର ଅଂଚଳରେ ବିଭିନ୍ନ ପ୍ରକାରର ଆମ୍ୱ, କାଜୁ ଓ ନଡିଆ ଗଚ୍ଥ ରୋପଣ ଲକ୍ଷ୍ୟ ରଖାଯାଇ କାର୍ଯ୍ୟ ଆରମ୍ଭ ହୋଇଚ୍ଥି । ଜଳଚ୍ଥାୟା ପ୍ରକଳ୍ପ ମାଧ୍ୟମରେ ୨୬କି.ମି. ରାସ୍ତାର ଦୁଇ ପାର୍ଶ୍ୱରେ ବୃକ୍ଷ ରୋପଣର ଓ ୩୨୩୪ ଟି ପୋଖରୀର ଲକ୍ଷ୍ୟ ରଖି କାର୍ଯ୍ୟ ଆରମ୍ଭ ହୋଇସାରିଚ୍ଥି । ସେହିପରି ଜଳସେଚନ ବିଭାଗ ପକ୍ଷରୁ ୧୦ ହଜାର ବୃକ୍ଷ ରୋପଣର ଲକ୍ଷ୍ୟ ରଖାଯାଇଚ୍ଥି । ଜିଲ୍ଲାରେ ପ୍ରାୟ ୧୦ ଲକ୍ଷ ବୃକ୍ଷ ରୋପଣର ଲକ୍ଷ୍ୟ ରଖାଯାଇଚ୍ଥି ଓ ଏଥିପାଇଁ ୧୧୪୦.୫୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟଲକ୍ଷ୍ୟ ମଧ୍ୟରୁ ବର୍ତମାନ ସୁଦ୍ଧା ୩୫୦.୬୫ ଲକ୍ଷ ଟଙ୍କାର କାର୍ଯ୍ୟ ଆରମ୍ଭ ହୋଇସାରିଚ୍ଥି ।