ଯାଜପୁର: ବ୍ୟାପକ ବୃକ୍ଷ ରୋପଣ ସହ ଏହା ମାଧ୍ୟମରେ ଯେପରି ଜୀବିକା ଊପାର୍ଜନ ଓ ଆର୍ଥିକ ଅଭିବୃଦ୍ଧି ଘଟିପାରିବ ସେଥିପ୍ରତି ମଧ୍ୟ ମନୋନିବେଶ କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୦୨୦-୨୧ ବର୍ଷ ପାଇଁ ବୃକ୍ଷ ରୋପଣ ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଦାସ ପରିବେଶର ସୁରକ୍ଷା ପାଇଁ ଗଚ୍ଥ ଲଗାଇବା ଆବଶ୍ୟକ ବୋଲି କହିଥିଲେ । ତେବେ ଏହାକୁ ଏକ ପ୍ଳାନିଂ ଆକାରରେ ଲଗାଇଲେ ତାହାଦ୍ୱାରା ଅନେକ କ୍ଷେତ୍ରରେ ରୋଜଗାର ସୃଷ୍ଟି କରାଯାଇପାରିବ । ବର୍ତ୍ତମାନ କରୋନା ପରିସ୍ଥିତିରେ ବିଭିନ୍ନ କ୍ଷେତ୍ରରୁ ଉପାର୍ଜନ ବନ୍ଦ ହୋଇଥିବା ବେଳେ ଊପଯୁକ୍ତ ମାର୍ଗ ଦର୍ଶନ ଦ୍ୱାରା ଯଦି ଯୁବ ବର୍ଗକୁ ସଠିକ ପ୍ରଶିକ୍ଷଣ ମାଧ୍ୟମରେ ଦକ୍ଷତା ବିକାଶ କରାଯାଇପାରିବ ତେବେ ତାହା ଏକ ବଡ ସମ୍ୱଳ ହୋଇ ଊଭା ହୋଇପାରିବ ବୋଲି ସେ କହିଥିଲେ । ପଡୋଶୀ ରାଜ୍ୟରେ ଅନେକ ଶିକ୍ଷିତ ଯୁବକ ଏହା ମାଧ୍ୟମରେ ବେଶ ଆର୍ଥିକ ସ୍ୱାବଲମ୍ୱି ହୋଇଥିବା ବେଳେ ଆମେମାନେ ମଧ୍ୟ ଯୁବ ବର୍ଗଙ୍କୁ ସଚେତନ କରାଇ ସପଂଳ ହୋଇପାରିବା ବୋଲି ସେ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଇନ୍ଦ୍ରମଣି ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ ମନରେଗାର ଲକ୍ଷ୍ୟ ଓ ଉଦେ୍ଧଶ୍ୟ ସହ ଚଳିତ ବର୍ଷର ଧାର୍ଯ୍ୟଲକ୍ଷ୍ୟକୁ ପୂରଣ ଦିଗରେ ଉଦ୍ୟମ କରିବାକୁ ବିବିଧ ବିଭାଗକୁ ଅନୁରୋଧ କରିଥିଲେ । ଡି.ଏପଂ.ଓ., କଟକ ଚଳିତ ବର୍ଷ ଆଭିନୁ୍ୟ ପ୍ଳାଣ୍ଟେସନ ବା ରାସ୍ତା ଦୁଇ ପାଶ୍ୱର୍ରେ ବୃକ୍ଷ ରୋପଣ ପାଇଁ ୭୨ କି.ମି., ଟ୍ରେଞ୍ଚ ୩୪୬୦ ମିଟର, ବ୍ଳ୍କ ମାନଙ୍କରେ ବୃକ୍ଷ ରୋପଣ ପାଇଁ ୯୯୫ ହେକ୍ଟର, ଉଜୁଡା ଜଙ୍ଗଲର ପୁନରୁଦ୍ଧାର ପାଇଁ ୯୫୦ ଏକରରେ ମୋଟ ୭ ଲକ୍ଷ ୪୦ ହଜାରରୁ ଉର୍ଦ୍ଧ୍ୱ ଗଚ୍ଥ ଲଗାଇବାକୁ ଲକ୍ଷ୍ୟ ରଖି କାର୍ଯ୍ୟ ଆରମ୍ଭ କରିଚ୍ଥି । ଉଦ୍ୟାନ ବିଭାଗ ପକ୍ଷରୁ ୪୦୯.୭୫ ହେକ୍ଟର ଅଞ୍ଚଳରେ ବିଭିନ୍ନ ପ୍ରକାରର ଆମ୍ୱ, କାଜୁ ଓ ନଡିଆ ଗଚ୍ଥ ରୋପଣ ଲକ୍ଷ୍ୟ ରଖାଯାଇ କାର୍ଯ୍ୟ ଆରମ୍ଭ ହୋଇଚ୍ଥି । ଜଳଚ୍ଥାୟା ପ୍ରକଳ୍ପ ମାଧ୍ୟମରେ ୨୬ କି.ମି. ରାସ୍ତାର ଦୁଇ ପାର୍ଶ୍ୱରେ ବୃକ୍ଷ ରୋପଣର ଓ ୩୨୩୪ ଟି ପୋଖରୀର ଲକ୍ଷ୍ୟ ରଖି କାର୍ଯ୍ୟ ଆରମ୍ଭ ହୋଇସାରିଚ୍ଥି ।