ବେଦୀ ଛାଡି ଦୌଡ଼ିଲେ ବର-କନ୍ୟା

ବାସୁଦେବପୁର: ପୋଲିସ ଓ ମାଜିଷ୍ଟ୍ରେଟକୁ ଦେଖି ବର-କନ୍ୟା ବେଦୀରୁ ଚମ୍ପଟ ମାରିଛନ୍ତି । ବିବାହ ନିମନ୍ତେ ମନ୍ଦିରକୁ ଆସି ବର ପକ୍ଷ ଓ କନ୍ୟା ପକ୍ଷର ଲୋକେ ହରକତ ହୋଇଛନ୍ତି । ପୋଲିସ ମନ୍ଦିର ସିଲ୍ କରିଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିନଗର ପଂଚାୟତ ରାଧାକୃଷ୍ଣ ମନ୍ଦିରରେ ଏଭଳି ଘଟଣା ଚର୍ଚ୍ଚାର ବିଷୟ ହୋଇଛି । କୋଭିଡ-୧୯ ନିୟମ ଭଙ୍ଗ ଅଭିଯୋଗରେ ବାସୁଦେବପୁର ଅଂଚଳର ୬ଟି ହୋଟେଲ ଓ ଗୋଟିଏ ମନ୍ଦିରକୁ ବ୍ଲକ ପ୍ରଶାସନ ସିଲ୍ କରିଛି । ଉକ୍ତ ହୋଟେଲଗୁଡ଼ିକରେ ଭିଡ଼ି ଲାଗିଥିବାରୁ ତହସିଲଦାର ଏହି ପଦକ୍ଷେପ ନେଇଛନ୍ତି । ସେହିପରି ବାଲିନଗର ଯାଦବ ପଡ଼ିଆରେ ଥିବା ରାଧାକୃଷ୍ଣ ମନ୍ଦିରରେ ବାହାଘର ପାଇଁ ଭିଡ଼ ଲାଗିଥିଲା । ତହସିଲଦାର ଶ୍ରୀ ପାଣିଗ୍ରାହୀ ପୋଲିସ ପ୍ରଶାସନ ସହ ଉକ୍ତ ମନ୍ଦିର ପରିସରରେ ପହଂଚିଥିଲେ । ପୋଲିସ ଦେଖି ବିବାହ ପାଇଁ ଆସିଥିବା ବର-କନିଆ ବେଦୀରୁ ଚମ୍ପଟ ମାରିଥିଲେ । ମନ୍ଦିରରେ ପ୍ରତିଦିନ ୧୦ରୁ ଉଦ୍ଧ୍ୱର୍ ବାହାଘର ହେଉଥିବା ବେଳେ ୨୨ଟି ବିବାହ ହେବାର ଥିଲା । ସିଲ୍ ହୋଇଥିବା ସ୍ଥାନଗୁଡ଼ିକରୁ ପରେ ଜରିମାନା କଟାଯିବ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

seventeen − twelve =