ପାଟଣାଗଡ : ଜାତୀୟ ଗ୍ରୀନ ଟି୍ରିବୁ୍ୟନାଲ ଆଇନକୁ ଅମାନ୍ୟ କରି ପାଟଣାଗଡ ଏନଏସି ପରିସୀମା ସହିତ ଗ୍ରାମଚଂଳରେ ଥିବା ତହସିଲ ରାଜସ୍ୱ ସର୍କଲରେ ମଧ୍ୟ ବେଆଇନ ଇଟାଭାଟିରେ ଇଟାପୋଡା ଆରମ୍ଭ ହୋଇ ବିକ୍ରି ଚାଲିଥିବା ଦେଖିବାକୁ ମିଲିଛି । ବେଆଇନ ଇଟା ଭାଟି ପ୍ରଶାସନର ନାକ ତଲେ ଇଟା ଗଢିବା ଆରମ୍ଭ ହୋଇ ଶେଷ ମଧ୍ୟ ହୋଇଯାଉଥିବା ନଜରକୁ ଆସୁଛି । ଅଭିଯୋଗ ହେଲେ ନାମ ମାତ୍ରକୁ ପ୍ରଶାସନ ଚଢାଉ କରି କିଛି ଇଟା ଭାଟି ମାଲିକଙ୍କ ଉପରେ ନାମକୁ ମାତ୍ର କେବଳ ଫାଇନ ଲଗାଇ ଛାଡି ଦେଉଥିବା ବେଳେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି ।
ସୂଚନାମତେ ପାଟଣାଗଡ ସହର ତଥା ଅଚଂଳରେ ବେଆଇନ ଇଟାଭାଟି ନିର୍ମାଣ କରି ମାଲିକ ମାନେ ଇଟା ସଂଖ୍ୟାରେ କମ୍ ଦେଖାଇ ରାଜସ୍ୱ ଫାଙ୍କୁଥିବା ଜଣାପଡିଛି । ଯାହାଦ୍ୱାରା ତହସିଲ ବିଭାଗ ଲକ୍ଷ୍ୟ ଟଙ୍କାର ରାଜସ୍ୱ ହରାଇବା ଆଶାଙ୍କା କରାଯାଇଛି । ଜାତୀୟ ଗ୍ରୀନ ଟୁ୍ୟବନାଲ ପୋଡାଇଟା ଭାଟିକୁ ସମ୍ପୁର୍ଣ୍ଣ ଭାବେ ବେଆଇନ ଦର୍ଶାଇ ଇଟାପୋଡା ବନ୍ଦ ନଦେ୍ର୍ଧଶ ଦେଇଥିଲେ । ଯେଉଁମାନେ ଆଇନକୁ ଉଲଘଂନ କରିବେ ସେମାନଙ୍କ ନାମରେ ପ୍ରଶାସନ ତରଫରୁ ଏଫଆଇଆର ଦେବାର ମଧ୍ୟ ନିୟମ ରହିଛି । ପ୍ରଶାସନ ଅଧିକାରୀ ଭାଟିମାଲିକଙ୍କ ସହ ପରୋକ୍ଷ୍ୟ ଭାବରେ ମିଶିଥିବା ଯୋଗୁଁ ଆଇନ ଉଲଘଂନ ହେଲେ ମଧ୍ୟ କାର୍ଯ୍ୟନୁଷ୍ଠାନ କରାଯାଉ ନଥିବା ଜନସାଧାରଣରେ ଅଭିଯେ୍ଧଜ୍ଞ ହେଉଛି । । ବେଆଇନ ଇଟାଭାଟି ଯୋଗୁଁ ଜାଲେଣୀ କାଠ ପାଇଁ ଜଙ୍ଗଳ ନଷ୍ଟ ସହିତ, ଜମିର ଉର୍ବରତା ହ୍ରାସ କରିବା,ଶିଶୁ ଶ୍ରମିକ, ବେଆଇନ ଶ୍ରମିକ ନିୟୋଜନ, ପରିବେଶ ପ୍ରଦୂଷଣ କରିବା ଏବଂ ଆଇନ ଅନୁଯାୟୀ ବାୟୁ ପ୍ରଦୂଷଣ ଆଇନ ଧାରା (୨୧) ଓ ଜଳ ପ୍ରଦୂଷଣ ଧାରା (୨୬) (ପିସିସି ଆକ୍ଟ ୧୯୪୭)କୁ ସମ୍ପୂର୍ଣ୍ଣ ଉଲଘଂନ ହେଉଥିବା ଦେଖିବାକୁ ମିଲିଛି । ସହର ତଥା ଆଖପାଖ ଅଚଂଳରେ ବେଆଇନ ଇଟାଭାଟି ହେବା ଦ୍ୱାରା ବାୟୁ ପ୍ରଦୂଷଣ ହେବା ସହିତ ସହର ତଥା ଅଚଂଳରେ ତାପମାତ୍ରା ବୃଦ୍ଧି ହେବାକୁ ବସିଲାଣି । ଆଶ୍ଚର୍ଯ୍ୟର ବିଷୟ ପାଟଣାଗଡ ତହସିଲ କାର୍ଯ୍ୟାଳୟ ଠାରୁ ମାତ୍ର ୩ କିମି ପରିସୀମା ଭିତରେ ଥିବା ଏନଏସି ୱାର୍ଡର ଅନେକ ସ୍ଥାନରେ ବେଆଇନ ଇଟା ଭାଟି ଗଢି ତୋଲୁଥିବା ବେଳେ ପ୍ରଶାସନର ନଜର ପଡୁନଥିବା ଏକ ଆଶ୍ଚର୍ଯ୍ୟର ବିଷୟ ଅଟେ । ତେବେ ପାଟଣାଗଡ ତହସିଲ ତାର ଏତେ ବଡ ରାଜସ୍ୱ ସର୍କଲରେ ହେଉଥିବା ବେଆଇନ ଇଟାଭାଟି ଉପରେ କିପରି ଅଙ୍କୁଶ ଲଗାଉ ଥିବ ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସାଧାରଣ ଲୋକେ ଅଭିଯୋଗ କଲେ ଭାଟି ମାଲିକଙ୍କ ଦ୍ୱାରା ଧମକ ମିଲୁଥିବା ଯୋଗୁଁ ସ୍ଥାନିୟ ଲୋକେ ଅଭିଯୋଗ କରିବାକୁ ସାହାସ କରିପାରୁନାହାନ୍ତି । ସାଧାରଣ ନିରୀହ ଗରିବ ଶେଣ୍ରୀର ବ୍ୟକ୍ତିଙ୍କ ନାମରେ ଇଟାଭାଟି ଚାଲାଉଥିବା ସହିତ ଇଟାଭାଟି ଗଢିବା ପାଇଁ ଶିଶୁ ଶ୍ରମିକ ଓ ବେଆଇନ ଶ୍ରମିକ ନିୟୋଜିତ କରୁଥିବା ଜଣାପଡିଛି । ସହରର କିଛି ପୁିପତି ଲୋକଙ୍କ ହାତ ରହିଥିବା ଯୋଗୁଁ ପ୍ରଶାସନ ତରଫରୁ କିଛି ଦୃଢକାର୍ଯ୍ୟନୁଷ୍ଠାନ ନେଉ ନଥିବା ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ସ୍ଥାନିୟ ପ୍ରଶାସନ ସବୁ ଦେଖି ଆଖି ବୁଜି ଦେଉଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି । ଜିଲ୍ଲାପାଳ ଏହି ଘଟଣାକୁ ଗୁରୁତ୍ୱ ଦେବାକୁ ଜନସାଧାରଣରେ ଦାବି ହେଉଛି ।