ବୈତରଣୀ ଖାଉଛି କୂଳ, ଆତଙ୍କିତ ଚାଷୀ

ଚମ୍ପୁଆ : ଓଡିଶା ଓ ଝାଡଖଣ୍ଡର ସୀମାରେଖା ଭାବେ ପରିଗଣିତ ବୈତରଣୀ ନଦୀର ଓଡିଶା ସୀମାରେ ରହିଛି ଗୋଧୂଳୀ ଗାଁ । ଏହି ଗାଁରେ ପ୍ରାୟ ୯୮ଭାଗ ଲୋକ ଆଦିବାସି ଶ୍ରେଣୀର । ଚାଷ କାମକୁ ପ୍ରାଧାନ୍ୟ ଦେଉଥିବା ଏହି ଅଧିବାସୀଙ୍କ ପାଇଁ ବୈତରଣି ନଦୀର ଗତିପଥ ପରିବର୍ତନ ତଥା କୂଳ ଖାଇବା ଦୁଃଖର କାରଣ ସାଜିଛି । ବକ୍ରାକାର ଭାବେ ବହିଯାଉଥିବା ଏହି ବୈତରଣି ନଦୀର ଶ୍ରୋତରେ ଦିନକୁ ଦିନ ଚାଷ ଜମି ଲିନ ହେବାକୁ ଲାଗିଛି । ଫଳରେ ଚାଷୀ ମାନଙ୍କୁ ଜମି ହରାଇବାର ଆଶଙ୍କା ଘାରିଲାଣି । ଗୋଧୂଳି ସୀମାକୁ ଲାଗିରହିଥିବା ଏହି ବୈତରଣୀ ନଦୀ କୂଳରେ ରହିଥିବା ଜମି ଗୁଡିକ ଧିରେ ଧିରେ ନଦୀ ଗର୍ଭକୁ ଲୀନ ହୋଇଯାଉଛି । ୨୦୧୫-୧୬ ମସିହାରେ ତକ୍ରାଳୀନ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ପ୍ରଚେଷ୍ଟାରେ ବୈତରଣୀ ଡିଭିଜନ ସାଳପଡା ଦ୍ୱାରା କିଛି ଦୁର ନଦୀ କାନ୍ଥରେ ପଥର ପ୍ୟାଚିଙ୍ଗ କରାଯାଇଥିଲା । ମାତ୍ର ଦିନକୁ ଦିନ ଉକ୍ତ ପଥର ଗୁଡିକ ଲଗାଣ ବର୍ଷା ଫଳରେ ନଦୀ ଗର୍ଭକୁ ଖସିଯାଉଛି । ଏହି ପଥର ପ୍ୟାଚିଙ୍ଗ ଦିନକୁ ଦିନ ଦୁର୍ବଳ ହେବା ଯୋଗୁଁ ନଦୀ କାନ୍ଥ ଗୁଡିକ ଧୋଇବା ଆରମ୍ଭ କଲାଣି । କେତେବେଳେ ନଦୀର ଖୋର ସ୍ରୋତରେ ପଥର ଗୁଡିକ ଲୀନ ହେଇ ଯାଉଛି ତ କେତେବେଳେ ଏହି ସ୍ରୋତ ପଥର ଗୁଡିକୁ ଧୋଇ ନେଇ ଏକତ୍ରିତ କରିଦେଉଛି । ଫଳରେ ନଦୀ କାନ୍ଥ ଦିନକୁ ଦିନ ଧୋଇଯାଇ ଦୁର୍ବଳ ହେବାରେ ଲାଗିଛି । ଏ ନେଇ ଚାଷୀମାନଙ୍କ ମଧ୍ୟରେ ଚାଷ ଜମି ହରାଇବାର ଆଶଙ୍କା ବୃଦ୍ଧି ପାଉଛି । ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହୋଇଛି ।

Leave A Reply

Your email address will not be published.

18 + twenty =