ନଦୀରୁ ବେଆଇନ ବାଲି ଚୋରା ଚାଲାଣ ଅଭିଯୋଗ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ଚମକପୁର ସ୍ଥିତ ବୈତରଣୀ ନଦୀରୁ ଚୋର। ବାଲି ଚାଲାଣ ହେଉଥିବା ସ୍ଥାନୀୟ ଗ୍ରାମବାସୀ  ଅଭିଯୋଗ କରିଛନ୍ତି ।ଅଭିଯୋଗ ଅନୁଯାୟୀ,ଦୀର୍ଘ ଦିନ ହେଲାଣି ଚମକପୁର ବୈତରଣୀ ନଦୀରୁ ବେଆଇନ ଭାବେ ବାଲି ଚୋର ମାନେ ଦିନ ରାତି ବାଲି ଉଠାଇ କାନପୁର ଡ୍ୟାମ ନିର୍ମାଣ କରୁଥିବା ଏକ ଠିକା ସଂସ୍ଥା ପାଖରେ ବିକ୍ରି କରୁଛନ୍ତି ।   ଗତ ଶନିବାର ରାତ୍ରି ପ୍ରାୟ ୨ଟା ସମୟ ରେ ଯୋଡ଼ା ବ୍ଲକ ଚମକପୁର ଗ୍ରାମ ବୈତରଣୀ ନଦୀରୁ ବେଆଇନ ଭାବେ   ହାଇୱା ଟ୍ରକ୍  ନମ୍ୱର( ଓ ଡି ୦୯ଜି-୧୮୪୩) ରେ ବାଲି ବୋଝେଇ କରି ଚୋର। ଚାଲାଣ ହେଉଥିବାବେଳେ  ଡ଼ଙ୍ଗାକଟା ଅନ୍ଧାର ନାଳ ପୋଲରେ ଟ୍ରକ୍ ଟି ଭାରସାମ୍ୟ ହରାଇ ଓଲଟି ପଡିଥିବା ଦେଖିବାକୁ ମିଳିଥିଲା  । ତେବେଦୁର୍ଘଟଣାରେ କାହାରି କିଛି ହୋଇ ନ ଥିବା ଜଣା ପଡ଼ିଛି  । ଏ ନେଇ ବଡ଼ବିଲ ତହସିଲଦାର ଆଲୋକ କୁମାର ପଟେଲ ଙ୍କୁ ପଚାରିବାରୁ ସେ ଏହାର ତଦନ୍ତ ଚାଲିଛି,ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। 

Leave A Reply

Your email address will not be published.

four + thirteen =