ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ହୁ ହୁ ହୋଇ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଯାହା ସମସ୍ତ ଜିଲ୍ଲା ବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିବାରେ ଲାଗିଛି । ଜିଲ୍ଲାରେ ବ୍ରହ୍ମପୁର ସହରରେ ମଧ୍ୟ ପ୍ରତି ୱାର୍ଡରେ ଦିନକୁ ଦିନ ଏହି ସଂକ୍ରମଣ ବଢିବାରେ ଲାଗିଛି । ଯାହା ପ୍ରଶାସନର ମୁଣ୍ଡ ବ୧ିନ୍ଧାର କାରଣ ପାଲଟିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ୫ଦିନିଆ ସଟଡାଉନ ଘୋଷଣା କରିଥିଲେ ମଧ୍ୟ ଏହାର ପ୍ରଭାବ କିଛି ସନ୍ତୋଷ ଜନକ ମିଳିଲା ନାହିଁ । ଯାହା ଫଳରେ ବ୍ରହ୍ମପୁର ମହାନଗର କତୃପକ୍ଷ ବ୍ରହ୍ମପୁରର ସମସ୍ତ ପ୍ରବେଶ ପଥ ଅନିରୁଦିଷ୍ଟ କାଳ ପାଇଁ ବନ୍ଦନ କରିବାକୁ ନିଷ୍ପତିସ ନେଇଛନ୍ତି । ଏହି କଟକଣା ନିୟମ ଯାରି ଥିବା ପର୍ଯ୍ୟନ୍ତ ବାହରୁ ଯେ କୋଣସି ଲୋକ ଆସିପାରିବେନାହିଁ କି ସହରରୁ କେହି ବାହାରକୁ ଯାଇପାରିବେ ନାହିଁ । କେବଳ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀଙ୍କ ପାଇଁ ଏନିୟମ କୋହଳ କରାଯାଇଛି । ଯଦି ସହର ବାହାରକୁ ଯିବାକୁ ଇଛା ତେବେ ୧୦୦ ନମ୍ବରକୁ ଡାଏଲ କରି ଉତର ମିଳିବା ପରେ ହିଁ ଯାଇପାରିବେ ।
ଏହା ସହ ଜରୁରୀ ଦୋକାନ ସକାଳ ୫ଟାରୁୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୁଚନା ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସହରର ସମସ୍ତ ସୀମା ପଥରେ ୧୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହା ସହ ୧୪ ଠୁ ୧୬, ତିନିଦିନ କରୁଥିବା ବେଳେ ଏଭଳି ନିଷ୍ପତିକୁ ସହରବାସୀ କିପରି ପାଳୁନାହାନ୍ତି ତାହା ଦେଖିବା କଥା ରହିଲା ।