ବ୍ରହ୍ମୋସର ବ୍ୟାବହାରିକ ପରୀକ୍ଷା ସଫଳ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରସ୍ଥିତ ଅନ୍ତରୀଣ ପରୀକ୍ଷଣ ଘାଟିରୁ ଆଜି ସୁପରସୋନିକ୍ କ୍ରୁଜ୍ କ୍ଷେପରାସ୍ତ୍ର ‘ବ୍ରହ୍ମୋସ’ ବ୍ୟାବହାରିକ ପରୀକ୍ଷା ସଫଳ ହୋଇଛି । ଆଜି ସକାଳ ୧୦ଟା ୨୭ରେ ଏହି ପରୀକ୍ଷଣ କ୍ଷେପଣାସ୍ତ୍ର କେନ୍ଦ୍ରର ୩ ନମ୍ବର ଲଞ୍ଚ୍ ପ୍ୟାଡରୁ ପରୀକ୍ଷା କରାଯାଇଥିଲା । ଭାରତ ଓ ରୁଷିଆର ମିିଳିତ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା କ୍ଷେପଣାସ୍ତ୍ର ବ୍ରହ୍ମୋସ ୪୦୦ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁପକ୍ଷର ଲକ୍ଷ୍ୟଭେଦ କରିବାର ସାମର୍ଥ୍ୟ ରହିଛି । ଏହି କ୍ଷେପଣାସ୍ତ୍ରକୁ ଉଭୟ ଜଳ ଓ ସ୍ଥଳଭାଗରୁ ନିକ୍ଷେପ କରାଯାଇପାରିବ । ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଗତି କରିପାରୁଥିବା ବ୍ରହ୍ମୋସ କ୍ଷେପଣାସ୍ତ୍ର ଦୁଇଟି ଷ୍ଟେଜ୍ ବିଶିଷ୍ଟ ଇଂଜିନ ବ୍ୟବହାର କରାଯାଇଛି । ୩ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ରହିଥିବା ଏହି କ୍ଷେପରାସ୍ତ୍ର ସ୍ଥଳଭାଗରୁ ୪୫୦ କିଲୋମିଟର ୬୦୦ କିଲୋମିଟର ଲକ୍ଷ୍ୟଭେଦ କରିପାରୁଥିବା ବେଳେ ବାୟୁସେନାର ଯୁଦ୍ଧ ବିମାନରୁ ୪ଶହ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟକୁ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ରହିଛି । ଘଂଟା ପ୍ରତି ୩ହଜାର ୪ଶହ କିଲୋମିଟରରୁ ୩ହଜାର ୭ଶହ କିଲୋମିଟର ବେଗରେ ଗତି କରିପାରୁଥିବା ସୁପର ସୋନିକ କ୍ରୁଜ ମିଜାଇଲ ବ୍ରହ୍ମୋସକୁ ୨୦୦୬ ମସିହାରୁ ପ୍ରତିରକ୍ଷା ବିଭାଗରେ ବ୍ୟବହାର କରାଯାଉଛି । ଏହାର ଲମ୍ବ ୮.୪ ମିଟର, ମୋଟେଇ ୦.୬ ମିଟର ଓ ଓଜନ ୩ ହଜାର କିଲୋଗ୍ରାମ ରହିଛି ।

Leave A Reply

Your email address will not be published.

3 × 3 =