ମାଲକାନଗିରି : ମାଲକାନଗିରି ସଦରମହକୁମା ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲେ ନିର୍ବାଚିତ ଜନ ପ୍ରତିନିଧି। ଅଣ ବିଜେଡି ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ବାରମ୍ବାର ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ଖୋଦ ବ୍ଲକ ଉପାଧ୍ୟକ୍ଷ ଓ ଅନ୍ୟ ସମିତି ସଭ୍ୟ। ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଗ୍ରାମସଭା କିମ୍ବା ପଲ୍ଲୀସଭା କରୁନଥିବା ଅଭିଯୋଗ କରିଛନ୍ତି। ଏପରି କି ଆମ ସହ ସାମାନ୍ୟ ଆଲୋଚନା ମଧ୍ୟ କରୁନାହାନ୍ତି। ଜନ ପ୍ରତିନିଧି ହୋଇଥିବାରୁ ସବୁବେଳେ ବିଡ଼ିଓ ଓ ବ୍ଲକ କର୍ମଚାରୀ ମାନେ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରରେ ଯାହା ସବୁ କାର୍ଯ୍ୟ ଅବା ଆକ୍ସନ ପ୍ଲାନ ଅନୁମୋଦନ କରାଯାଉଛି ସେଥିରେ କାହାରି ମତାମତ ନିଆ ଯାଇନାହିଁ। ବିଡିଓ ମହୋଦୟା ଙ୍କ ଏଭଳି କାର୍ଯ୍ୟକଳାପକୁ ବିରୋଧ କରି ଆଜି ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇବା ସହିତ ନିଜ ଯିଦ୍ ରେ ବସିଥିଲେ ସମସ୍ତ ଜନପ୍ରତିନିଧିଗଣ। ଏହାକୁ ନେଇ ଆଜି ବ୍ଲକ କାର୍ଯ୍ୟାଳୟ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିବାରୁ ଶେଷରେ ପୋଲିସ ଘଟଣାସ୍ଥଳରେ ପହଂଚି ତାଲାକୁ ଭାଙ୍ଗିବି ପରେ ବିଡ଼ିଓ ଏବଂ ଅନ୍ୟାନ୍ୟ କର୍ମଚାରୀ କାର୍ଯ୍ୟାଳୟକୁ ପ୍ରବେଶ କରିଥିଲେ । ଏପରିକି ବିଡ଼ିଓ ମହାଶୟା ବିଜେଡିର ଏଜେଣ୍ଟ ହୋଇ ଆସିଥିବା କହି ଅଭିଯୋଗ କଲେ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର। ଯଦି ସବୁବେଳେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ବିଡିଓ ମହାଶୟା ଅଣଦେଖା କରୁଛନ୍ତି। ତେବେ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ଉଛେଦ କରନ୍ତୁ ରାଜ୍ୟ ସରକାର ବୋଲି ଅଭିଯୋଗ କରିଛନ୍ତି ସମସ୍ତ ଜନପ୍ରତିନିଧି। ଅପରପକ୍ଷରେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଡିଓ ପ୍ରଭାତୀ ଝଡ଼ିଆ ମହୋଦୟା ଏବଂ ଆଇନକୁ ହାତକୁ ନେବା ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଶୋଭା ପାଉନଥିବା କହିବା ସହିତ ଆଗାମୀ ଦିନରେ ସେମାନଙ୍କ ଆପତ୍ତି ଅଭିଯୋଗକୁ ତଦନ୍ତ କରି ଉଚିତ ପଦକ୍ଷେପ ନେବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି।