ବ୍ଲାକ୍ ଫଙ୍ଗସ୍ : ବ୍ରହ୍ମପୁର ବଡ ଡାକ୍ତରଖାନାରେ ୬ ଜଣିଆ ବିଶେଷଜ୍ଞ କମିଟି ଗଠନ

ବ୍ରହ୍ମପୁର : ବ୍ରହ୍ମପୁରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସମସ୍ତେ ଏହାର ମୁକାବିଲାରେ ଲାଗିପଡିଛନ୍ତି । କରୋନା ପରେ ଏବେ ଚିନ୍ତା ବଢାଇଛି ବ୍ଲାକ ଫଙ୍ଗସ । କରୋନା ସୁସ୍ଥ ହେଉଥିବା ରୋଗୀ ଏଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହାର ମୁକାବିଲା ପାଇଁ ରାଜ୍ୟ ସ୍ତରରେ ଉଦ୍ୟମ ଆରମ୍ଭ ହୋଇସାରିଛି । ଏଥିପାଇଁ ଏକ ୬ ଜଣିଆ ରାଜ୍ୟ ସ୍ତରିୟ କମିଟି ଗଠନ କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ପାଇଁ ଏକ ୬ ଜଣିଆ ବିଶେଷଜ୍ଞ କମିଟି ଗଠନ କରାଯାଇଛି । ଅଧିକ୍ଷକ ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର ଏହି ସୂଚନା ଦେଇଛନ୍ତି । ଏହି କମିଟି ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କୁ ଅନୁଧ୍ୟାନ କରି ଚିକିତ୍ସା ବ୍ୟବସ୍ଥା ଉପରେ ଡ଼ାକ୍ତରଙ୍କୁ ଆବଶ୍ୟକ ପରାମର୍ଶ ଦେବେ ।

Leave A Reply

Your email address will not be published.

4 + 14 =