ବ୍ୟାସନଗର ରାଜୀବ ଗାନ୍ଧୀ ଷ୍ଟାଡିୟମର ବିକାଶ ନିମନ୍ତେ ଆସନ୍ତା ୨୪ ତାରିଖରୁ ଆମରଣ ଅନଶନ

ବ୍ୟାସନଗର : ବ୍ୟାସନଗର ପୌର ପରିଷଦରେ ଥିବା ରାଜୀବ ଗାନ୍ଧୀ ଷ୍ଟାଡିୟମର ଦୂରାବସ୍ଥାର ସ୍ଥାୟୀ ପ୍ରତିକାର ନିମନ୍ତେ  ଭେଟରାନ୍ କ୍ରୀଡାବିତ୍ ବି, ଏସ, କେ ସାମଲ ଡାକରା ଦେଇଥିବା ଆନ୍ଦୋଳନକୁ ଯାଜପୁରରୋଡ ସିଭିଲ ସୋସାଇଟି ସମ୍ପୁର୍ଣ୍ଣ ସମର୍ଥନ କରିଥିଲା । ପୂର୍ବ ନିଷ୍ପତି ଅନୁଯାୟୀ ସିଭିଲ ସୋସାଇଟି ତରଫରୁ ଆଜି ସ୍ଥାନୀୟ ଗୋପବନ୍ଧୁ ଛକଠାରେ ସୋସାଇଟିର ଆବାହାକ ବିବେକାନନ୍ଦ ମହାନ୍ତିଙ୍କ  ସଭାପତିତ୍ବରେ ସହରର ବିଭିନ୍ନ ରାଜନୈତିକ ଦଳର କାର୍ଯ୍ୟ କର୍ତ୍ତା ଗଣସଂଗଠନ , ବିଭିନ୍ନ କ୍ରୀଡାବିତ ଯୁବକ, ଛାତ୍ର ଛାତ୍ରୀଙ୍କର ଏକ ଜନ ଜାଗରଣ ସଭା ଅନୁଷ୍ଟିତ ହୋଇ ଯାଇଛି। ସୋସାଇଟିର ଉପଦେଷ୍ଠା ତଥା କୋରାଇ ସଂଗ୍ରାମ ସମିତିର ସଭାପତି ବିଦ୍ୟାଧର ମହାନ୍ତି   ଉକ୍ତ ସଭାରେ ଉପସ୍ଥିତ ହୋଇ ଆସନ୍ତା ୨୪ ତାରିଖରେ ଆମରଣ ଅନଶନରେ ସହରର ସମସ୍ଥ ଛାତ୍ର, ଯୁବକ, ବରିଷ୍ଠ  ଏବଂ ଜନ ସାଧାରଣ ଯୋଗ ଦେବାକୁ ଆହ୍ବାନ ଦେଇଥିଲେ । ଆନ୍ଦୋଳନ ବିନା ସହରର ବିକାଶ ଅସମ୍ଭବ ବୋଲି କ୍ଷୋଭ ପ୍ରକାଶ କରିଥିଲେ। ସୋସାଇଟି ଓ ଅନେକ ସଂଗଠନ ଅତୀତରେ ଅନେକ  ଥର ବିଭାଗୀୟ କର୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ ହେଁ କିଛି ସୁଫଳ  ଏ ପର୍ଯ୍ୟନ୍ତ ମିଳିନାହିଁ। ଏହାର ନବୀକରଣ ଓ ନିର୍ମାଣ ବଦଳରେ ଧୂଳିସାତ ହେବାକୁ ବସିଲାଣି। କ୍ରୀଡାର ଭିତ୍ତି ଭୂମି ସୁଡ଼ୁଢ଼ କରିବାକୁ ରାଜ୍ୟ ସରକାର ଆଗଭର ଥିଲା ବେଳେ ବ୍ୟାସନଗର କାହିଁକି ଅବହେଳିତ ଏହାଇଁ ପ୍ରଶ୍ନ। ଉକ୍ତ ଜନ ଜାଗରଣ ସଭାରେ ଅନଶନ ଡାକରା ଦେଇଥିବା ଅନ୍ତରଷ୍ଟ୍ରୀୟ  ବିଶିଷ୍ଟ  କ୍ରୀଡାବିତ୍ ବି ଏସ କେ ସାମଲ, ସି ପି ଏମ ର ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ନାୟକ, ବିଜେପି  ନେତା ନିରଞ୍ଜନ ଘଡ଼େଇ, କୋରାଇ ସଂଗ୍ରାମ ସମିତିର ସାଧାରଣ ସମ୍ପାଦକ ଅଭିମନ୍ୟୁ ମିଶ୍ର, ଉପସଭାପତି ଆଲୋକ ମହାନ୍ତି  ସଭାରେ ଉଦବୋଧନ ଦେଇ, ନିର୍ଦ୍ଧାରିତ ୨୪ ତାରିଖ ଭିତରେ ଯଦି ଉଚ୍ଚ କର୍ତ୍ତପକ୍ଷ କୌଣସି ବିଧିବଦ୍ଧ ଭାବେ ଲିଖିତ ପ୍ରତିଶୃତି ନ ଦିଅନ୍ତି ସମସ୍ତେ ଆନ୍ଦୋଳନ ତଥା ଅନଶନରେ ବସିବାକୁ ଅନୁରୋଧ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୋସାଇଟି ର ବରିଷ୍ଠ ସଦସ୍ୟ ସନ୍ତୋଷ କୁମାର୍ ମହାନ୍ତି, କଂଗ୍ରେସ ନେତା ରାଇ ଚରଣ ମହାନ୍ତି,  ଆଦର୍ଶ ଯୋଗ କେନ୍ଦ୍ର ର ଗୁରୁଜୀ ବଟକୃଷ୍ଣ ପ୍ରଧାନ, ପୂର୍ବତନ ବାୟୁସେନା ଅଧିକାରୀ ମହେଶ୍ବର ପ୍ରଧାନ , କଳ୍ପତରୁ ଧିର,ପ୍ରମୁଖ ସଭାରେ ରେ ଯୋଗ ଦେଇ ଆନ୍ଦୋଳନ ଓ ଆମରଣ ଅନଶନକୁ ସମର୍ଥନ ସହିତ ଏହାକୁ ଏକ ପୂର୍ଣ୍ଣାଙ୍ଗ ଷ୍ଟାଡିୟମରେ ପରିଣତ କରିବାକୁ ଦାବୀ କରିଥିଲେ। ଉକ୍ତ ସଭାରେ ଶତାଧିକ କ୍ରୀଡାବିତ୍ ଯୋଗ ଦେଇଥିଲେ। ଶେଷରେ ସ୍ୱାସ୍ଥ୍ୟ ସୁରକ୍ଷା ମଞ୍ଚର ଯୋଗେଶ  ଚନ୍ଦ୍ର ଭଞ୍ଜ ସମସ୍ତଙ୍କୁ  ଧନ୍ୟବାଦ୍ ଦେଇଥିଲେ। 

Leave A Reply

Your email address will not be published.

6 + 8 =