ବ୍ୟାସ ନଗର : ସାମ୍ବାଦିକ ମାନେ ସମାଜ ର ଜାଗ୍ରତ ପ୍ରହରୀ, ସାମ୍ବାଦିକ ମାନଙ୍କ କଲମ ମୁନ ଖଣ୍ଡା ଠାରୁ ଶକ୍ତିଶାଳୀ, ଗଣତନ୍ତ୍ରର ରକ୍ଷକ ଗଣ ମାଧ୍ୟମ, ସାମ୍ବାଦିକମାନେ ବିଭିନ୍ନ ସମସ୍ୟା ଓ ସରକାର ଙ୍କ ଦୋଷ ତ୍ରୁଟି କୁ ସାମ୍ନାକୁ ଆଣିଛନ୍ତି ଓ ସମାଜକୁ ଦିଗ ଦର୍ଶନ ଦେଇଥାନ୍ତି। ତେଣୁ ସାମ୍ବାଦିକ ମାନେ କାହାରି ବୋଲ କେରା ନ ହୋଇ ସତ୍ୟ ନିରଫେକ୍ଷ ସମ୍ବାଦ ପରିବେଷଣ କରିଵାକୁ ବ୍ୟାସ ମିଡ଼ିଆ ଆସୋସିଏସନ ବାର୍ଷିକ ଉତ୍ସବରେ ଅଥିତି ମାନେ ଆହ୍ୱାନ ଦେଇଥିଲେ। ଅଗ୍ରଣୀ ସାମ୍ବାଦିକ ସଂଗଠନ ବ୍ୟାସ ପ୍ରିଣ୍ଟ ମିଡିଆ ଆସୋସିଏସନର ସପ୍ତମ ବାର୍ଷିକ ଉତ୍ସବ ରବିବାର ପୂର୍ବାହ୍ନ ରେ ସଂଘ ସଭାପତି ଶରତ ପଥାଳଙ୍କ ସଭାପତିତ୍ୱରେ ବ୍ୟାସଦେବ ଟାଉନ ହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଉପଦେଷ୍ଟା ହାରଧନ ବାନାର୍ଜୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ସଂଘର ସାଧାରଣ ସମ୍ପାଦକ ଡ଼.ଚିନ୍ତାମଣି ପାଢ଼ୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସମବାୟ, ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକମାନେ ସତ୍ୟ ଓ ନିର୍ଭିକ ସମ୍ବାଦ ପରିବେଷଣ କରିବାକୁ ପରାମର୍ଶ ଦେଇଥିଲେ। ସାମ୍ବାଦିକତା ଏକ ବୃତ୍ତି ନୁହେଁ ଏହା ଏକ ବ୍ରତ, ଯାଜପୁରକୁ ଏକ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ପାଇଁ ମୁଁ ସମ୍ପୂର୍ଣ୍ଣ ଚେଷ୍ଟିତବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଥିଲେ। ବିଶିଷ୍ଟ ଅତିଥି ଭାବେ କୋରାଇ ବିଧାୟକ ଆକାଶ ଦାସ ନାୟକ ଯୋଗଦେଇ ସାମ୍ବାଦିକଙ୍କ ଗୋଟିଏ ଲେଖା ଓ ଫଟୋ ଭିଏତନାମା ଆମେରିକା ଯୁଦ୍ଧ ବନ୍ଦ କରିଦେଇଥିଲା ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ବଡଖବର ଓ ସମାଲୋଚନା ବଡ଼ ଖବର ଟି ଭି ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଯୋଗଦେଇ ସାମ୍ବାଦିକମାନେ କୌଣସି ପରିସ୍ଥିତରେ ନିଜ କଲମକୁ ବିକ୍ରି କରିବା ବା ସରକାରଙ୍କ ସହିତ ସାଲିସ କରି ଅନୁଗୃହିତ ହେବା ସାମ୍ବାଦିକତା ବୃତ୍ତି ପାଇଁ କଳଙ୍କ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ଯୋଗଦେଇ ସମ୍ବିଧାନର ଚତୁର୍ଥ ସ୍ତମ୍ବ ପାଇଁ ଆମେ ବଞ୍ଚିଛୁ ଓ ପ୍ରକୃତ ସାମ୍ବାଦିକତା ମଣିଷ ଜୀବନରେ ପ୍ରାଣ ପ୍ରତିଷ୍ଠା କରେ ବୋଲି କହିଥିଲେ। ଏକ ସ୍ଥାୟୀ ଘର ପାଇଁ ପ୍ରିଣ୍ଟ ମିଡ଼ିଆର ଦାବିକୁ ଛ ମାସ ମଧ୍ୟରେ ପୂରଣ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନନ୍ଦ ପ୍ରତିଶୃତି ଦେଇଥିବାରୁ ସଂଘ ପକ୍ଷରୁ ତାଙ୍କୁ ସାଧୁବାଦ ଅର୍ପଣ କରାଯାଇଥିଲା। ଅନ୍ୟତମ ସମ୍ମାନିତ ଅତିଥି ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷ ସୁବାସ ବଳ ଯୋଗଦେଇ ସହରରେ ସାମ୍ବାଦିକମାନେ ଆମ ଭାଇଚାରାକୁ ବଞ୍ଚାଇ ରଖିଛନ୍ତି ବୋଲି କହିଥିଲେ। ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଖବର କାଗଜ ବିକ୍ରେତା ପଦ୍ମନାଭ ବେହେରା , ବରିଷ୍ଠ ସାମ୍ବାଦିକ ବାବୁରାମ ଜେନା, ସୁଜିତ କୁମାର ମଲ୍ଲିକ,,ଶିକ୍ଷାବିତ୍ ଶ୍ୟାମସୁନ୍ଦର ପଣ୍ଡା,ନାରୀନେତ୍ରୀ ଅରୁନ୍ଧତୀ ପରିଡା, ପୃଷ୍ଟି ଅଳଙ୍କାର ଜୁଏଲର୍ସ ବ୍ୟବସାୟ ପ୍ରତିଷ୍ଠାନ, ଶିଳ୍ପଦ୍ୟୋଗୀ ଦୈତାରୀ ଧଳ, କ୍ରୀଡ଼ାବିତ ସମ୍ବିତ ମହାନ୍ତି, ଯୁବ ସମାଜସେବୀ ଅଭିଳାଷ ବୋଇତାଇ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର ବରିଷ୍ଠ ଉପଦେଷ୍ଟା ବାବୁରାମ ଜେନା,ସଂଗଠନ ସମ୍ପାଦକ ଉମାକାନ୍ତ ରାଉତ, ଉପସଭାପତି ପ୍ରଦ୍ୟୁମ୍ନ ବୋଇତାଇ,ଯଜ୍ଞଦତ୍ତ ତ୍ରିପାଠୀ, ସହ ସମ୍ପାଦକ ଭାରତ ରାଉତ, କୈଳାସ ରାଉତ, କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାୟକ, ବିଜୟ କୁମାର ସାହୁ,ଦୁଷ୍ମନ୍ତ କୁମାର ରାଉତ,ପ୍ରଶାନ୍ତ କୁମାର ପାତ୍ର,ସୁଦୀପ ମିଶ୍ର,ଜ୍ଞାନରଞ୍ଜନ ରାଉତ, ଶ୍ରୀକାନ୍ତ ବ୍ରହ୍ମ,ବିଶ୍ବରଂଜନ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପବିତ୍ର ରଂଜନ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ। ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ସାମ୍ବାଦିକ, ବୁଦ୍ଧିଜୀବୀ, ଆଇନଜୀବୀ, ସାହିତ୍ୟିକ, ବରିଷ୍ଠ ନାଗରିକ ଓ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ ।