ଭୁବନେଶ୍ୱର: ବାଲିଗାଁସ୍ଥିତ ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠରେ ଅଧିଷ୍ଠିତ ଚତୁର୍ଦ୍ଧା ମୂର୍ତିଙ୍କର ଝୁଲଣ ପର୍ବ ଶ୍ରାବଣମାସ ଶୁକ୍ଲପକ୍ଷ ଦଶମୀ ଠାରୁ ପ୍ରତିପଦ ପର୍ଯ୍ୟନ୍ତ ଦୀର୍ଘ ୭ ଦିନ ବ୍ୟାପୀ ପାଳିତ ହୋଇଯାଇଛି । ଏଠାରେ ଅନୁଷ୍ଠିତ ପ୍ରତ୍ୟେକ ପୂଜା ପଦ୍ଧତି ଶ୍ରୀମନ୍ଦିର, ପୁରୀର ରୀତିନିତୀ ଅନୁଯାୟୀ ପାଳନ କରାଯାଏ ।
ପ୍ରତ୍ୟହ ସନ୍ଧ୍ୟା ଆଳତୀ ପରେ ମଦନ ମୋହନ, ଭୂଦେବୀ, ଶ୍ରୀଦେବୀ ଓ ଗୁରୁଣ୍ଡି ଗୋପାଳଙ୍କୁ ଝୁଲଣ ବିମାନରେ ବିରାଜମାନ କରାଯାଇ ପାରମ୍ପରିକ ସଙ୍ଗୀତ, ଭଜନକୀର୍ତିନ ନିକଟସ୍ଥ ଗ୍ରାମ ରାୟଗୁରପୁର, ପ୍ରହରାଜପୁର, ଆବଲପୁର, ଶ୍ରୀପତିପୁର, ମଙ୍ଗଳପୁରରୁ ଶ୍ରଦ୍ଧାଳୁ ଭକ୍ତମାନେ ପରିବେଷଣ କରିଥିଲେ । କୋଭିଡ-୧୯ ନିୟମ ଅନୁସାରେ ପ୍ରତ୍ୟହ ୧୫/୨୦ଜଣ ଭକ୍ତଙ୍କ ସମାବେଶ କରାଯାଇଥିଲା । ଭଜନ, କୀର୍ତନ ପରେ ଫଳଭୋଗ, କ୍ଷୀରା, ଅମାଲୁ, ସର ଓ କୋରାଖଇ ରୋଗ ପ୍ରଭୁଙ୍କ ପାଖରେ ଅର୍ପଣ କରାଯାଇଥିଲା । ଶ୍ରୀ କୃଷ୍ଣଚନ୍ଦ୍ର ରାଉତ, କବିତ୍ର ବେହେରା, ଯୋଗେନ୍ଦ୍ର ସାହୁ, ଗିରିଧାରୀ ପଲେଇ, ଳକ୍ଷ୍ମୀଧର ଲେଙ୍କା, ପତୁ ଜେନା, ସଞ୍ଜୟ ସାହୁ ଓ ସାଗର ବଳଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଭକ୍ତ ଦାସିଆ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଉକ୍ତ ପର୍ବ ବାଲିଗାଁର ଗ୍ରାମବାସୀଙ୍କ ସହଯୋଗ ଦ୍ୱାରା ସୁରୁଖୁରୁରେ ସମାପନ ହୋଇପାରିଛି ।