ଭଡାଟିଆ ଆକ୍ରମଣରେ ଘର ମାଲିକାଣୀ ମୃତ

ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ୯ନଂ ୱାର୍ଡ କମାରସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘରର ମାଲିକାଣୀକୁ ଜଣେ ଭଡାଟିଆ ଅତି ନୃଶଂସ ଭାବେ ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ଶାନ୍ତି ରୁଣ୍ଡାଙ୍କ ଘରେ କମଳେଶ ଯାଦବ ନାମକ ଜଣେ ବ୍ୟକ୍ତି ଦୀର୍ଘ ବର୍ଷ ହେବ ଶାନ୍ତିଙ୍କ ଘରେ ଭଡାଟିଆ ଭାବେ ରହିଆସୁଥିଲେ । ରବିବାର ରାତି ଉଭୟଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ପାଟି ତୁଣ୍ଡ ହୋଇଥିଲା ଯାହା ଫଳରେ କମଲେସ ଉତ୍କ୍ଷିପ୍ତ ହୋଇ ତାଙ୍କୁ ଫୁଙ୍କନଳୀ ରେ ଶାନ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଘର ମାଲିକାଣୀ ଶାନ୍ତି ରୁଣ୍ଡା (୫୦) ମୃତ୍ୟୁ ଘଟିଥିଲା । ଘଟଣା ପରେ କମଲେଶ ଯାଦବକୁ ସ୍ଥାନୀୟ ଲୋକେ କାବୁ କରି ଯୋଡା ପୋଲିସକୁ ଜିମା ଦେଇଥିଲେ । ପୋଲିସ ଅଭିଯୁକ୍ତ କମଲେଶକୁ ସେଠାରୁ ନେଇ ଅଟକ ରଖି ପଚରା ଉଚରା ଚଳାଇଛି । ତେବେ ହତ୍ୟା ପଛର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଏନେଇ ତଦନ୍ତ ଜାରି ରଖିଛି ପୋଲିସ । ଶାନ୍ତି ରୁଣ୍ଡାଙ୍କର ସ୍ୱାମୀ କିଛି ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିବା ବେଳେ ପୁଅ-ବୋହୁ, ନାତୀ-ନାତୁଣୀ ଗୋଟିଏ ଘରେ ରହିଆସୁଥିଲେ । କିଛି ଘର ତିଆରି କରି ଭଡା ଲଗାଇ ନିଜର ପରିବାର ପ୍ରତିପୋଷଣ କରିଆସୁଥିଲେ । କମଲେଶ ଯୋଡା ଠାରେ ଥିବା ତାରିଣୀ ଗ୍ୟାସ ଏସେନ୍ସିରେ ଡ୍ରାଇଭର ଭାବେ କାର୍ଯ୍ୟ କରିଥାନ୍ତି ବୋଲି ଜଣାପଡିଛି ।

Leave A Reply

Your email address will not be published.

three × 1 =