ଭତା ପାଇଁ ଦାବିକଲା ପାଇକ ମହାସଂଘ

ଭୁବନେଶ୍ୱର : ପୁରୀଜିଲ୍ଲା ଅନ୍ତର୍ଗତ ପାରିକୁଦ ଗଡ଼ଠାରେ ଏକ ପାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାଇକ ବାହିନୀଙ୍କ କୁହାଟ, ଢାଲ ତରବାରୀ ପୁଣି ଇତିହାସ ପୃଷ୍ଠାରେ ଥିବା ପାଇକ ବିଦ୍ରୋହକୁ ମନେପକାଇଥିଲା । ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ପାରିକୁଦ ଗ୍ରସ୍ଥ କାର୍ଯ୍ୟକ୍ରମରେ ଏକ ପାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରଥମେ କାଳଜୟୀ କବି ଡ଼ଃ ମାୟାଧର ମାନସିଂହଙ୍କ ସମାଧି ପିଠରେ ପୁଷ୍ପ ମାଲ୍ୟ ଅର୍ପଣ ପରେ ସେଠାରେ ବୀର ବାଦ୍ୟର ତାଳେ ତାଳେ ପାଇକ ଗୁରୁ କିଶୋର କିଶୋରଙ୍କ ନେତୃତ୍ୱରେ ରଣବାଦ୍ୟ ନାଦ କରିଥିଲା । ପରେ ପାରିକୁଦ ଗାନ୍ଧି ଉଦୟନାଥ ଜେନାଙ୍କ ପ୍ରତିମୂର୍ତୀରେ ପୁଷ୍ପ ମାଲ୍ୟ ଅର୍ପଣ ପରେ ଶୋଭାଯାତ୍ରା ପାରିକୁଦଗଡ଼ ପର୍ଯ୍ୟନ୍ତ ଚାଲିଥିଲା । ପାରିକୁଦ ତିତିପଠାରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ତିତିପ ବଡ଼ସାହିର ବର୍ଷିୟାନ ପାଇକଗୁରୁ କେଳୁ ଚରଣ ଜେନା ଓ ତିତିପ ସାନ ସାହିର ୯୪ବର୍ଷୀୟ ବିଶିଷ୍ଠ ଗୁରୁ ଦଣ୍ଡପାଣି ଜେନାଙ୍କୁ ପାଇକ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉପଢୌକନ, ମାନପତ୍ର, ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ଗୁରୁମାନଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା । ଏହିଠାରେ ଅନୁଷ୍ଠିତ ସମାବେଶରେ ବର୍ଷିୟାନ ପାଇକଗୁରୁ ଯେଉଁମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଶ୍ରେଷ୍ଠ ବିବେଚିତ ହୋଇଥିଲେ ଏବଂ ଶହ ଶହ ପାଇକବୀର ସୃଷ୍ଟିକରି ଶମର କଳାକୁ ବଂଚେଇ ରଖିଛନ୍ତି ସେମାନେ ଆଜି ସରକାରୀ ଭତାରୁ ବଂଚିତ । ଦୁଃଖ, ଦାରିଦ୍ର୍ୟର ଜୀବନର ଶେଷ ପାହାଚରେ ପହଞ୍ଚô କାଳାତିପାତ କରୁଛନ୍ତି । ଏହା ଦୁଃଖ ଓ ବିଡ଼ମ୍ବନାର ବିଷୟ, ରାଜ୍ୟସରକାର ତୁରନ୍ତ ସ୍ୱତନ୍ତ୍ର ପାଇକ ଭତ୍ତା ଏହି ପାଇକ ଗୁରୁମାନଙ୍କୁ ଦେବାକୁ ରାଜ୍ୟ ସଭାପତି ଦାବୀ ଜଣାଇଥିଲେ ।

Leave A Reply

Your email address will not be published.

two × 5 =