ଭୁବନେଶ୍ୱର: ରାଜ୍ୟ ସରକାର ଆଜି ସୁକିନ୍ଦା ତହସିଲ୍ଦାରଙ୍କୁ ଚାକିରିରୁ ସସ୍ପେଣ୍ଡ କରିଛନ୍ତି । ସେ କୋଭିଡ୍-୧୯ ନିୟମ ଉଲ୍ଲଂଘନ କରି ନିଜ ଭାଇର ବାହାଘର ଉତ୍ସବରେ ନାଚୁଥିଲେ । ଏହାର ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ତିବ୍ର ଆଲୋଡନ୍ ସୃଷ୍ଟି କରିଥିଲା । କରୋନା ନିୟମ ଉଲ୍ଲଂଘନ ପାଇଁ ପୋଲିସ୍ ଅମାନିଆଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲା ବେଳେ ଜଣେ ତହସିଲଦାର ପୋଲିସ୍ ଉପସ୍ଥିତିରେ ନାଚିବା ଘଟଣା ବଡବଡିଆଙ୍କୁ ସାତଖୁଂଟ ମାପ୍ ବୋଲି ଅଭିଯୋଗ ହୋଇଥିଲା । ରାଜ୍ୟ ସରକାର ଆଜି ତାଙ୍କୁ ଚାକିରିରିୁ ନିଲମ୍ବନ କରିଛନ୍ତି ।