ଭାଗଲ ପୁର ରେ ଅଣ୍ଡର ପାସ ରାସ୍ତା ନିର୍ମାଣ ପାଇଁ ରେଳ ବିଭାଗ ପକ୍ଷରୁ ଅଞ୍ଚଳ ପରିଦର୍ଶନ ଓ ନିରୀକ୍ଷଣ

ଯୋଡା : ଯୋଡା ବ୍ଲକ ବିରିକଳା ଗ୍ରାମପଞ୍ଚାୟତର ଭାଗଲ ପୁର ଠାରେ ଏକ ଅଣ୍ଡର ପାସ ରାସ୍ତା ନିର୍ମାଣ ପାଇଁ ରେଳ ବିଭାଗର ଅଧିକାରୀ ମାନେ  ଆଜି  ଅଞ୍ଚଳ ପରିଦର୍ଶନ କରି  ପରୀକ୍ଷଣ ଓ ନିରୀକ୍ଷଣ କରିଛନ୍ତି । ସ୍ଥାନୀୟ  ସରପଞ୍ଚ  ମୁଖ ନାଏକ୍‌ ଙ୍କ ଉପସ୍ଥିତିରେ  ଆଜି ଭାଗଲପୁର୍‌-ବିଲେଇପଦା ରେଳ ଧାରଣାରେ  ଅଣ୍ଡର୍ ପାସ୍‌ ରାସ୍ତା ନିର୍ମାଣ ପାଇଁ ରେଳ ବିଭାଗ  ପକ୍ଷରୁ ଏହି ଅଞ୍ଚଳ ନିରୀକ୍ଷଣ କରାଯାଇଛି । ସୂଚନାଯୋଗ୍ୟ କି ସ୍ଥାନୀୟ ଏହି ଭ।ଗଲ ପୁର ରେଳ ଲାଇନ ଦେଇ ସ୍ଥାନୀୟ ଅଞ୍ଚଳବାସୀ ଯାତାୟାତ କରନ୍ତି । ତେବେ ଏହ। ରେଳ ଧାରଣା କ୍ରସିଂ ପଏଣ୍ଟ ଥିବାରୁ ଏଠାରେ ରେଳ ବିଭାଗ ପକ୍ଷରୁ କୌଣସି ଫାଟକ ଲଗାଯାଇ ନ ଥିଲା କି  ରେଳ ବିଭାଗ ପକ୍ଷରୁ ରେଳ ଗାଡ଼ି ଚଳାଚଳ ନେଇ କୌଣସି ସୂଚନା ମିଳି ପାରୁ ନ ଥିଲା । ଅନେକ ସମୟରେ ଏହି ରାସ୍ତା ଦେଇ ଲୋକେ ଯାତାୟାତ କରିବା ବେଳେ ଟ୍ରେନ  ଦୁର୍ଘଟଣା ଘଟି ବହୁ ଧନ ଜୀବନ ହାନି ହୋଇଛି । ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳ ବାସୀ ରେଳ ବିଭାଗର ଦୃଷ୍ଟି ଆକର୍ଷଣ କରି ଥିଲେ ହେଁ କୌଣସି ସୁଫଳ ପାଇ ନ ଥିଲେ । ସ୍ଥାନୀୟ ସରପଂଚ,ନାଏବ ସରପଞ୍ଚ ଙ୍କ ଉଦ୍ୟମ କ୍ରମେ,କେନ୍ଦୁଝର ଲୋକସଭା ସାଂସଦ  ଚନ୍ଦ୍ରାଣୀ ମୁର୍ମୁ ଙ୍କୁ ଘଟଣାସ୍ଥଳ ପରିଦର୍ଶନ କରାଇ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ତେବେ ସାଂସଦ ଚନ୍ଦ୍ର।ଣି ମୁର୍ମୁ  ଝାଡ଼ଖଣ୍ଡ ରାଜ୍ୟ  ପଶ୍ଚିମ୍ ସିଂ ଭୁମ୍‌  ଲୋକସଭା ସାଂସଦ ଗୀତା କଡା ଓ ପୁର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ  ମଧୁ କଡା ଙ୍କ ସହ ଏ ନେଇ ଆଲୋଚନା କରି ଉକ୍ତ ଅଂଚଳରେ ଏକ ଅଣ୍ଡର ପାସ ରାସ୍ତା ନିର୍ମାଣ ପାଇଁ ଦକ୍ଷିଣ – ପୂର୍ବ ରେଳପଥକୁ ପ୍ରସ୍ତାବ ଦେବା ପରେ ଗତ ଡିସେମ୍ବର ମାସରେ ଏହାର ଟେଣ୍ଡର ପ୍ରକ୍ରିୟା ହୋଇଥିଲା । ଏହି ଟେଣ୍ଡର ପ୍ରକ୍ରିୟା ପରେ ବିଭାଗ ପକ୍ଷରୁ ଅଞ୍ଚଳ ପରିଦର୍ଶନ, ପରୀକ୍ଷଣ ଓ ନିରୀକ୍ଷଣ କରିବାକୁ ବିଭାଗୀୟ ଅଧିକାରୀମାନେ ଏହି ଆସିଥିବା ସ୍ଥାନୀୟ ପୂର୍ବତନ ନାଏବ ସରପଂଚ ବିଷ୍ଣୁ ଖିଲାର କହିଛନ୍ତି ।  ଚକ୍ରଧରପୁର ଡ଼ିଭିଜନରୁ ଆସିଥିବା ରେଳ ବିଭାଗର  ଆଈ.ଓ.ଡବ୍ଲ୍ୟ ବୁଦନ ସିଂ ଜାମୁଦା,ପି.ଡବ୍ଲ୍ୟ.ଆଈ ଲକ୍ଷ୍ମଣ୍‌ ରଜକ୍‌ ତଥା ଅନ୍ୟାନ୍ୟ ଉଚ୍ଚପଦାଧିକାରିମାନେ ବିରିକଳା ଗ୍ରାମପଞ୍ଚାୟତର ପୁର୍ବତନ ନାଏବ- ସରପଞ୍ଚ ବିଷ୍ଣୁ ଖିଲାର୍‌ଙ୍କ ଉପସ୍ଥିତିରେ ଏହି ଅଞ୍ଚଳ ନିରୀକ୍ଷଣ ସମ୍ପୂର୍ଣ କରିଥିବା  ବେଳେ ଖୁବ୍ କମ୍ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଉପସ୍ଥିତ ଅଧିକାରୀମାନେ ପ୍ରକାଶ କରିଥିଲେ । ଏଥି ଯୋଗୁଁ    ଅଞ୍ଚଳବାସୀ ଙ୍କ ଦୀର୍ଘ ଦିନ ର ସ୍ବପ୍ନ ଏବଂ ଦାବି ପୁରଣ ହେବ। ନେଇ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରି ଛନ୍ତି l

Leave A Reply

Your email address will not be published.

20 − six =