ଭାରତରେ ୨୫ ନିୟୁତ କ୍ଷୁଦ୍ର ବ୍ୟବସାୟୀଙ୍କୁ ଡିଜିଟାଲ ସକ୍ଷମ କରାଇବ ଫୋନ ପେ’


ଭୁବନେଶ୍ୱର: ଭାରତର ଅଗ୍ରଣୀ ଡିଜିଟାଲ ପେମେଂଟ ପ୍ଲାଟଫର୍ମ ଫୋନ ପେ ପକ୍ଷରୁ ଆସନ୍ତା ଏକ ବର୍ଷ ମଧ୍ୟରେ ସମଗ୍ର ଭାରତରେ ୨୫ ନିୟୁତରୁ ଅଧିକ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଡିଜିଟାଲ ପେମେଂଟକୁ ସକ୍ଷମ କରାଇବା ଲାଗି ଘୋଷଣା କରାଯାଇଛି । କମ୍ପାନୀ ଏହି କିରାନା ଦୋକାନଗୁଡ଼ିକୁ ନିଜର ଫୋନପେ ଫର ବିଜନେସ ଆପରେ ମଧ୍ୟ ଅନ୍ତର୍ଭୁକ୍ତ କରିବ, ଯେଉଁଥିରେ ସେମାନଙ୍କୁ ତତ୍କ୍ଷଣାତ୍ ପେମେଂଟ ସୁନିଶ୍ଚିତତା, ରସିଦ ଏବଂ ସମନ୍ୱୟ ସହିତ ପେମେଂଟ ପ୍ରକ୍ରିୟାର ସମସ୍ତ ପ୍ରକାରର ନିୟନ୍ତ୍ରଣ କରିବାର ସୁବିଧା ପ୍ରଦାନ କରିବା ଏହାର ବ୍ୟବସାୟ ଅଧିଗ୍ରହଣ ଟିମ ଜରିଆରେ ଏହା ୫,୫୦୦ ତାଲୁକାରେ ପହଂଚିବାକୁ ଯୋଜନା ରଖିଛି, ଯାହାଦ୍ୱାରା ଅର୍ଦ୍ଧ ସହରାଂଚଳ ଏବଂ ଗ୍ରାମଂଚଳରେ ୧୦,୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିପାରିବ । ଗୋଟିଏ ପଟେ କିରାନା ଦୋକାନଗୁଡ଼ିକ ଗ୍ରାହକଙ୍କୁ ଆକର୍ଷଣ କରି ସେମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରିବାକୁ ଚାହୁଁଥିବାବେଳେ, ଗ୍ରାହକମାନେ ସେମାନଙ୍କ ସ୍ଥାନୀୟ ବିଶ୍ୱସ୍ତ ପଡେ଼ାଶୀ ବ୍ୟବସାୟୀଙ୍କ ନୀକଟରୁ କ୍ରୟ କରିବା ସମୟରେ ସୁରକ୍ଷା ଏବଂ ସୁବିଧା ମଧ୍ୟ ଚାହିଁଥାନ୍ତି । ତେଣୁ ଫୋନପେ ନିଜର ଏକାଧିକ ଅଫର ସହିତ ଏହି ବ୍ୟବଧାନକୁ ଦୂର କରିବାକୁ ପ୍ରସ୍ତୁତ ଅଟେ । ଏହା ନିଜର ବ୍ୟବସାୟ ସହଯୋଗୀମାନଙ୍କୁ ଫୋନ ପେ ଆପ୍ ମଧ୍ୟରେ ଏକ ବ୍ୟକ୍ତଗତ ଷ୍ଟୋର ପୃଷ୍ଠା ପ୍ରଦାନ କରେ । ଏହା ବ୍ୟବସାୟୀମାନଙ୍କୁ ନିଜର ଷ୍ଟୋର ସମୟ ତାଲିକାଭୁକ୍ତ କରିବା, ସେମାନଙ୍କ ଉତ୍ପାଦ କାଟାଲଗ ସେୟାର କରିବାକୁ ଏବଂ ହୋମ ଡେଲିଭରୀ ବିକଳ୍ପକୁ ପ୍ରୋତ୍ସହିତ କରିବା ଲାଗି ସକ୍ଷମ କରିଥାଏ, ଯାହାଦ୍ୱାରା ସେମାନେ ଏକ ବୃହତ ଉପଭୋକ୍ତା ଆଧାରରରେ ପହଂଚିପାରନ୍ତି । ଫୋନ ପେ ଆପରେ ଥିବା ଷ୍ଟୋର ଟ୍ୟାବ ମାଧ୍ୟମରେ ଗ୍ରାହକମାନେ ସେମାନଙ୍କ ଆଖପାଖରେ ଥିବା ସ୍ଥାନୀୟ ଷ୍ଟୋରଗୁଡ଼ିକୁ ଖୋଜି ବାହାର କରିପାରିବେ ଏବଂ କଲ୍ କିମ୍ବା ଚାଟ ଫିଚର ବ୍ୟବହାର କରି ସେମାନଙ୍କ ଅର୍ଡର କରିବା ସୁବିଧା ପାଇପାରିବେ । ଏହା ସମ୍ପର୍କରେ ଫୋନ ପେର, ଅଫଲାଇନ ବ୍ୟବସାୟ ବିକାଶ-ଉପାଧ୍ୟକ୍ଷ ଶ୍ରୀ ବିବେକ ଲୋହତବ କହିଛନ୍ତି ଯେ, ନ୍ତଛୋଟ ଗ୍ରାମ ଓ ସହରାଂଚଳରେ କିରାନା ଓ ବ୍ୟବସାୟୀମାନେ ଅଗ୍ରଗତି ତଥା ସମୃଦ୍ଧ ହେବାକୁ ଚେଷ୍ଟା କରୁଛନ୍ତି । ଏହି ଯାତ୍ରାରେ ସେମାନଙ୍କ ସହ ସହଭାଗୀ ହୋଇ ଏବଂ ଭାରତର ପ୍ରତ୍ୟେକ ଗ୍ରାମ ଏବଂ ସହରରେ ଶେଷ ମାଇଲ ପର୍ଯ୍ୟନ୍ତ ଡିଜିଟାଲ ପେମେଂଟକୁ ପ୍ରସାରିତ କରି ଆମେ ପ୍ରକୃତରେ ଉତ୍ସହିତ ।

Leave A Reply

Your email address will not be published.

one × 1 =