ଭାରତର ଅଗ୍ରଣୀ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ଲଞ୍ଚ କରିଛି ତା’ର ନୂତନ ଟ୍ୟାଗଲାଇନ୍ “ରଚିବା ନିତି କାଲିର ଭିତ୍ତି”
ଭୁବନେଶ୍ୱର : ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ | ଏହି ପରି ଭାବନା ଆଖିଆଗରେରେ ରଖି ଜୀ-ସାର୍ଥକ ଲଞ୍ଚ କରିଛି ତା’ର ନୂତନ ଟ୍ୟାଗଲାଇନ୍ “ରଚିବା ନିତି କାଲିର ଭିତ୍ତି” ଅର୍ଥାତ “ଆସନ୍ତାକାଲିର ମୂଳଦୁଆ ପକାଇବା, ସବୁଦିନ” ଯାହାକି ଜୀ-ସାର୍ଥକ ଦେଖାଇଥିବା କାହାଣୀ ଏବଂ ଚରିତ୍ରରେ ପ୍ରତିଫଳିତ ହୋଇଥାଏ | ଏହି ନୂତନ ନୂତନ ଟ୍ୟାଗଲାଇନ୍ ମାଧ୍ୟମରେ ଜୀ-ସାର୍ଥକ ଓଡ଼ିଶାର ପ୍ରଗତିଶୀଳ ସଶକ୍ତ ଓଡିଆ ମହିଳା ଚିନ୍ତାଧାରକୁ ଦର୍ଶାଇବାକୁ ତିଆରି ହୋଇଛି | ଓଡିଆ ମହିଳାଙ୍କ ସଂସ୍କୃତି ଉପରେ ହୋଇଥିବା ଅଧ୍ୟୟନର ଅନ୍ତର୍ନିହିତ ତଥ୍ୟରେ ଦର୍ଶାଯାଇଛି ଯେ ଓଡିଆ ମହିଳାମାନେ ସର୍ବଦା ପରିବାରକୁ ପ୍ରାଧାନ୍ୟ ଦିଅନ୍ତି, ସେ ମଧ୍ୟରେ ବି ସେମାନଙ୍କର ସ୍ୱପ୍ନକୁ ସାକାର କରିବା ଏବଂ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହେବା ପାଇଁ ନିଜକୁ ସର୍ବଦା ପ୍ରସ୍ତୁତ ରଖନ୍ତି | ଜୀ-ସାର୍ଥକ ସେହି ମହିଳାମାନଙ୍କୁ ସମ୍ମାନ କରନ୍ତି, ଯେଉଁମାନେ ଆସନ୍ତାକାଲିର ଭଲ ପାଇଁ ପ୍ରତିଦିନ ନୀରବରେ ନିଜର ଉଦ୍ୟମ ଜାରି ରଖିଛନ୍ତି |ଏହି ଟ୍ୟାଗଲାଇନ୍ ଉପରେ ନିଜର ମନ୍ତବ୍ୟ ଦେଇ ଚ୍ୟାନେଲ ମୁଖ୍ୟ କ୍ଲଷ୍ଟର ଅଫିସର ଶ୍ରୀ ସମ୍ରାଟ ଘୋଷ, ଇଷ୍ଟ, ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ (ZEEL) କହିଛନ୍ତି, “ନଂ-୧ ଜିଇସି ଚ୍ୟାନେଲ ଭାବରେ ଜୀ-ସାର୍ଥକ ଓଡିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ ସର୍ବଦା ଆଣିଛି । ରାଜ୍ୟର ଗଭୀର ସାଂସ୍କୃତିକ ଆଭିମୁଖ୍ୟ ସହ ସର୍ବଦା ନୂତନ ପ୍ରଗତି ଦିଗରେ ଛୋଟ, ଅର୍ଥପୂର୍ଣ୍ଣ ପଦକ୍ଷେପ ନେଇଥାଏ | ଏହା ପ୍ରତିଦିନ ଓଡିଆ ମହିଳାମାନଙ୍କ ଆତ୍ମବିଶ୍ୱାସକୁ ଦୃଢ କରିବାକୁ ଲକ୍ଷ୍ୟ ରଖିଛି ଯାହା ଦ୍ବାରା ଚ୍ୟାନେଲ ଏକ ଉତ୍ତମ, ଉଜ୍ଜ୍ୱଳ ଭବିଷ୍ୟତ ଖୋଜିବା ପାଇଁ ଏକ ସକ୍ଷମକାରୀ ହୋଇପାରିବ ବୋଲି ଆମର ଆଶା | ଆବଶ୍ୟକୀୟ ଏବଂ ପ୍ରେରଣାଦାୟକ ବିଷୟବସ୍ତୁ ସୃଷ୍ଟି କରିବାକୁ ଏହା ଆମର ନିରନ୍ତର ପ୍ରୟାସ ଜାରି ରହିବା | ଏହା ମଧ୍ୟରେ ଏକ ନୂତନ ବ୍ରାଣ୍ଡ ପ୍ରତିଷ୍ଠା ପାଇଁ ଏକ ନୂଆ ଲକ୍ଷ ମଧ୍ୟ । ” ନୂତନ ଟ୍ୟାଗଲାଇନ୍ ବିଷୟରେ ଆଲୋଚନା କରି ଚ୍ୟାନେଲ ମୁଖ୍ୟ ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି ଯେ, “ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ ଜାରି ରଖିଛୁ। “ସାଥିରେ” , “ମୁଁ ବି ବିଜୟିନୀ”, “ତୁ ଖରା ମୁ ଛାଇ”, “ଖୁସିର ଛୁଙ୍କ”, “ରଜ କୁଇନ୍” ପରି ପ୍ରୋଗ୍ରାମ୍ ଏକ ନୂତନ ବ୍ରାଣ୍ଡର ସ୍ଥିତିକୁ ସୁଦୃଢ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଜୀ-ସାର୍ଥକର ପ୍ରତ୍ୟେକ ଚରିତ୍ର ହେଉଛି ନୂତନ ଉଦୀୟମାନ ଓଡିଆ ମହିଳାମାନଙ୍କର ପ୍ରତିଫଳନ, ଯେଉଁମାନେ ସେମାନଙ୍କର ସ୍ୱପ୍ନକୁ ସାକାର କରିବାରେ ପ୍ରଥମ ଚେଷ୍ଟା କରୁଛନ୍ତି । ”ଏହି ଅଭିଯାନର ଏକ ଅଂଶ ଭାବରେ, ‘ଲ ଆଣ୍ଡ କେନେଥ ସାତ୍ଚି ଆଣ୍ଡ ସାତ୍ଚି’ ଚିନ୍ତାଧାରା ଦ୍ବାରା ତିଆରି ହୋଇଥିବା ଏହି ଟ୍ୟାଗଲାଇନ କୁ ଜୀ-ସାର୍ଥକ ଏକ ଚଳଚ୍ଚିତ୍ର ମାଧ୍ୟମରେ ଆରମ୍ଭ କରିବାକୁ ଘୋଷଣା କରିଛି | ଚ୍ୟାନେଲର ପ୍ରକାର ଓ ବ୍ରାଣ୍ଡକୁ ପ୍ରୋତ୍ସାହିତ କରିବା ପାଇଁ ସଂଗୀତ ନିର୍ଦ୍ଦେଶକ ଇନ୍ଦ୍ରଦୀପ ଦାସଗୁପ୍ତଙ୍କ ଦ୍ୱାରା ନିର୍ଦେଶୀତ ତଥା ସୂର୍ଯ୍ୟ ମହାପାତ୍ରଙ୍କ ଦ୍ୱାରା ରଚିତ ଓ ଅନ୍ତରା ମିତ୍ରଙ୍କ ଗାଇଥିବା ଏକ ବ୍ରାଣ୍ଡ ଗୀତ ସହିତ ଏହି ଅଭିଯାନକୁ ଆଗକୁ ନେବାପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରିଣ୍ଟ୍ ତଥା ୟୁଟ୍ୟୁବ୍, ଇନଷ୍ଟାଗ୍ରାମ, ଏବଂ ଫେସବୁକ୍ ସହିତ ଏହାର ସୋସିଆଲ୍ ମିଡିଆ ଚ୍ୟାନେଲଗୁଡିକ ମଧ୍ୟରେ 360-ଡ଼ିଗ୍ରୀ ଆଭିମୁଖ୍ୟରେ ଜୀ-ସାର୍ଥକ ଚ୍ୟାନେଲ ଏହାର ପ୍ରୋଶ୍ଚାହନ କରିବ |