ଭୁବନେଶ୍ୱର: କେନ୍ଦ୍ର ସରକାର ସଂସଦରେ ଗୃହିତ କରାଇଥିବା କୃଷକ ବିରୋଧୀ କଳାବିଲ୍ ବାତିଲ୍ କରିବା ଦାବୀରେ ବିଭିନ୍ନ କୃଷକ ଓ ଗଣସଂଗଠନଗୁଡ଼ିକ ପକ୍ଷରୁ ଆହୂତ ଭାରତ ବନ୍ଦରେ ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁଯାୟୀ “ଆମ ଅଧିକାର’ ଆଜି ସାମିଲ୍ ହୋଇଥିଲା । ସଂଗଠନର ୫୦ରୁ ଉଦ୍ଧ୍ୱର୍ ଯୁବକ ଆବାହକ ଅମିୟ ପାଣ୍ଡବ ଓ ମହାସଚିବ ଗଣେଶ ଦାଶଙ୍କ ନେତୃତ୍ୱରେ ଏଜି ଛକରେ ବିକ୍ଷୋଭ କରିଥିଲେ । କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ପ୍ଲାକାଡର଼୍ ଓ ବ୍ୟାନର ଧରି କର୍ମୀମାନେ ପୋଲିସ୍ ବ୍ୟାରିକେଡ଼ ଭାଙ୍ଗି ସଚିବାଳୟ ଆଡ଼କୁ ଅଗ୍ରସର ହେବା ସମୟରେ ପୋଲିସ୍ ସେମାନଙ୍କୁ ବାଧା ଦେଇଥିଲା । ଫଳରେ କର୍ମୀମାନେ ସେଇ ରାସ୍ତା ଉପରେ ବସିଯାଇ ପିକେଟିଂ କରିବାରୁ ପୋଲିସ୍ ସେମାନଙ୍କୁ ଗିରଫ କରି ନେଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମକୁ ଯୁବନେତା ବିଶ୍ୱଭୂଷଣ ମହାପାତ୍ର ପରି·ଳନା କରିଥିଲେ ।