ଭାରତ ମୁଣ୍ଡା ସମାଜ ପାଳନ କଲା ବିଶ୍ୱ ଆଦିବାସୀ ଦିବସ

ବାରିପଦା: ଭାରତମୁଣ୍ଡା ସମାଜର ଓଡିଶା ରାଜ୍ୟ ସଭାପତି ଶ୍ରୀଯୁକ୍ତ ରବିନ୍ଦ୍ରନାଥ ସିଂହଙ୍କ ସଭାପତିତ୍ୱରେ ତୁଳସୀଚଉରା ସ୍ଥିତ ବିର୍ସାମୁଣ୍ଡା ମେମୋରିଆଲ ହଲ୍ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛିା ଭାରତ ମୁଣ୍ଡା ସମାଜର କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ନାଥ ସିଂହ ପ୍ରାରମ୍ଭିକ ସୂଚନାରେ ବିଶ୍ୱ ଆଦିବାସୀ ଦିସସର ତାତ୍ପର୍ଯ୍ୟ , ଆଦିବାସୀ ସମାଜର ମହାପୁରୁଷ ସଦିଦ ବିର୍ସାମୁଣ୍ଡା , ପୁର୍ବତନ ହକି ଚମ୍ପିଆନ ତଥା କେନ୍ଦ୍ରମନ୍ତ୍ରୀ ଜୟପାଲ ସିଂ, ରାଂଚି ବିଶ୍ୱବିଦ୍ୟାଳୟର ପୁର୍ବତନ କୁଳପତି ତଥା ଆଦିବାସୀ ନେତା ରାମଦୟାଲ ମୁଣ୍ଡା,ଅଲଗୁରୁ ରୋହିଦାସ ସିଂ ନାଗ ଓ ଭାରତ ମୁଣ୍ଡା ସମାଜର ପ୍ରତିଷ୍ଠାତା ସଭାପତି ଓ ସମାଜ ସଂସ୍କାରକ ସନାତନ ମୁଣ୍ଡାଙ୍କର ଅବଦାନ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଆଦିବାସୀ ମାନେ ଯୁଗେ ଯୁଗେ କିଭଳି ଅବହେଳିତ , ଅତ୍ୟାଚାରିତ ଓ ତାଙ୍କର ନ୍ୟାର୍ଯ୍ୟଅଧିକାର ରୁ କିଭଳି ବଂଚିତ ହେଉଛନ୍ତି ତାହା ଆଲୋଚିତ ହେବା ସାଙ୍ଗକୁ ଆଦିବାସୀଙ୍କର ସଂରକ୍ଷଣ ସୁବିଧା , ପଦୋନ୍ନତି , ସାମାଜିକ ନ୍ୟାୟ ଓ ଗଣତାନ୍ତ୍ରିକ ଅଧିକାର ଉପରେ ଯେଉଁ ବିପଦ ଦେଖା ଦେଉଛି ତାର ଘୋର ବିରୋଧ କରିବାସାଙ୍ଗକୁ ଆଦିବାସୀ ମାନେ ଏକତା ବଦ୍ଧ ହୋଇ ଏହା ବିରୁଦ୍ଧରେ ସଂଗ୍ରାମ କରିବାକୁ ବକ୍ତାମାନଙ୍କ ମଧ୍ୟରେ ସବ ର୍ଶ୍ରୀ ଗୋବର୍ବ୍ଦନ ସିଂ, ମୋନଜ କୁମାର ମୁଣ୍ଡା , ବାଇଧର ସିଂ, ବିଜୟ କୁମାର ସିଂ, ହରିହର ସିଂ, ଗୌରଚନ୍ଦ୍ର ସି, ବାଉଳା ସିଂ, ଶାମାଖୁଂଟା ବ୍ଲକର ପୁର୍ବତନ ଚେୟାରମେନ ଶ୍ରୀମତୀ ସସ୍ମିତା ସିଂ, ରାମେଶ୍ୱର ସିଂ, ଡାକ୍ତର ଲକ୍ଷ୍ମିକାନ୍ତ ସିଂ, ବସନ୍ତି କୁମାର ସି, ବୁଧିଆ ସି, ହରିମୋହନ ସିଂ ପ୍ରଭୃତି ଗୁରୁତ୍ୱ ଆରୋପ କରିଥିଲେ । କୋରନା ନିରାକରଣ ପାଇଁ ସାମାଜିକ ଦୂରତା ଅବଲମ୍ବନ ପୁର୍ବକ ସଭାର ସଫଳତା ପାଇଁ ସବରନ ସିଂ, ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

four × two =