ଭାରତ: ସର୍ବାଧିକ ଶ୍ରମିକଙ୍କ ଆତ୍ମହତ୍ୟା

ଭୁବନେଶ୍ୱର:ଏବେ କାମଧନ୍ଦା ହରାଇ ଆର୍ଥିକ ହୁଃସ୍ଥିତି ଦେଇ ଗତି କରୁଥିବା ଲୋକମାନେ ଦୁଇ ଓଳି ଦୁଇମୁଠା ଖାଇବାକୁ ମଧ୍ୟ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଛି । ଆର୍ଥିକ ଅନଟନ ସାଙ୍ଗକୁ ମାନସିକ ଚିନ୍ତା ଘର ଓ ପରିବାରକୁ ଧ୍ୱଂସ କରିଦେଉଛି । ରୋଜଗାର ହରାଇବା ପରେ ବେକାର ହୋଇ ଘରେ ବସିଥିବା ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ଏକ ଦୈନନ୍ଦିନ ଘଟଣା ହୋଇଥିଲା ବେଳେ ଏଥିସହିତ ଆତ୍ମହତ୍ୟା ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାଦ୍ୱାରା ଦିନମଜୁରିଆ ଏବଂ ସ୍ୱଳ୍ପ ଆୟ ବର୍ଗ ଲୋକମାନେ ଅତିମାତ୍ରାରେ ପ୍ରଭାବିତ ହୋଇଛନ୍ତି । ଏହି ଶ୍ରେଣୀର ଲୋକମାନଙ୍କ କ୍ଷେତ୍ରରେ ଆତ୍ମହତ୍ୟା ଭଳି ଘଟଣା ବଢ଼ିବାରେ ଲାଗିଛି । ନିକଟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି) ରିପୋର୍ଟ ତଥ୍ୟକୁ ଏଭଳି ଦୁଃଖଦ ଚିତ୍ର ପଦାକୁ ଆସିଛି । ଅନ୍ୟପକ୍ଷେ ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ମଧ୍ୟ ବଢ଼ିଚାଲିଛି । ରାଜ୍ୟରେ ଏହି ମୃତ୍ୟୁ ହାର ଜାତୀୟ ହାରଠାରୁ ଅଧିକ । ପ୍ରତି ୧ ଳକ୍ଷରେ ଦେଶରେ ହାରାହାରି ୩.୧୫ ଜଣଙ୍କର ମୃତ୍ୟୁ ହେଉଥିବା ବେଳେ ଓଡ଼ିଶାରେ ୩୭.୬ ଜଣଙ୍କର ମୃତ୍ୟୁ ହୋଇଥିବା ଉକ୍ତ ରିପୋର୍ଟରେ କରାଯାଇଛି । ପ୍ରକାଶିତ ରିପୋର୍ଟ ଅନୁଯାୟୀ । ୧୦୧୯ରେ ଦିନମଜୁରିଆମାନେ କାମଧନ୍ଦା ନ ପାଇ ପରିବାର ପ୍ରତିପୋଷଣରେ ଅକ୍ଷମତା କାରଣରୁ ଅଧିକ ସଂଖ୍ୟାରେ ଆତ୍ମହତ୍ୟା ଭଳି ଚରମ ଦନକ୍ଷେପ ନେଉଛନ୍ତି । ୨୦୧୯ରେ ଦେଶରେ ୧,୩୯,୧୨୩ ଆତ୍ମହତ୍ୟା ଘଟଣା ଘଟିଛି । ୨୦୧୮ ତୁଳନାରେ ତାହା ୩.୪ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୮ରେ ୧,୩୪,୫୧୬ ଆତ୍ମହତ୍ୟା କରିଥିଲେ । ସେଥିମଧ୍ୟରୁ ୨୩.୪ ପ୍ରତିଶତ ହେଉଛନ୍ତି ଦିନମଜୁରିଆ ବା ଶ୍ରମିକ । ଏଥିସହିତ ଅନ୍ୟାାନ୍ୟ ବୃତିଧାରୀ ମଧ୍ୟ ଆତ୍ମହତ୍ୟା କରିଥିବା ରିପୋର୍ଟରେ କୁହାଯାଇଛି । ୯୭,୬୧୩ ଜଣଙ୍କ ମଧ୍ୟରୁ ୨୯ ହଜାର ୯୨ ଜଣ ଶ୍ରମିକଶ୍ରେଣୀର ବ୍ୟକ୍ତି ଆତ୍ମହତ୍ୟା ଛାତ୍ରଛାତ୍ରୀଙ୍କ ପରେ ଶ୍ରମଜୀବୀ ମହିଳା ଆତ୍ମହତ୍ୟା କରୁଥିବା ରିପୋର୍ଟରେ କୁହାଯାଇଛି । ଦେଶରେ ସବୁଠାରୁ କମ୍ ରୋଜଗାର କରୁଥିବା ଗୋଷ୍ଠୀରେ ଶ୍ରମିକ ଶ୍ରେଣୀ ଅନ୍ତର୍ଭୁକ୍ତ । କୃଷି ଶ୍ରମିକମାନେ ମଧ୍ୟ ଏହି ଗୋଷ୍ଠୀରେ ରହିଛନ୍ତି । କୃଷି ପରେ କୃଷି ଶ୍ରମିକମାନେ କାମ ଧନ୍ଦା ହରାଇ ବେକାର ହୋଇଯାଉଛନ୍ତି । ଏନ୍ସିଆର୍ବି ରିପୋର୍ଟ ଅନୁଯାୟୀ ୨୦୧୯ରେ ୧୦,୨୮୧ କୃଷି ସହ ଜଡିତ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ସେମାନଙ୍କ ମଧ୍ୟରେ ୫,୯୫୭ ଜଣ କୃଷିଶ୍ରମିକ ରହିଛନ୍ତି । ଦେଶରେ ଆତ୍ମହତ୍ୟା ରହିଛନ୍ତି । ଦେଶରେ ଆତ୍ମହତ୍ୟା କରୁଥିବା ଜନସଂଖ୍ୟାର ଏହା ହେଉଛି ୭.୪ ପ୍ରତିଶତ । ବିଭିନ୍ନ ରାଜ୍ୟରେ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଉଛି । ମହାରାଷ୍ଟ୍ରରେ ସର୍ବାଧବକ ଚାଷୀ ଆତ୍ମହତ୍ୟା କରୁଥିବା ରିପୋର୍ଟରେ କୁହାଯାଇଛି । ଦେଶରେ ଆତ୍ମହତ୍ୟା କରୁଥିବା ଚାଷୀଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୩୮.୨ ପ୍ରତିଶତ ଚାଷୀ ଋଣଭାର ଓ ଫସଲହାନି ଯୋଗୁ ଜୀବନ ହାରିଛନ୍ତି । ସେହିପରି କର୍ନାଟକରେ ୧୯.୪ ପ୍ରତିଶତ ଚାଷୀ ଆତ୍ମହତ୍ୟା କରୁଥିବା ଏଥିରେ କୁହାଯାଇଛି । ଏହା ପଛକୁ ଆନ୍ଧ୍ରପ୍ରଦେଶରେ ୧୦ ଏବଂ ମହାରାଷ୍ଟ୍ରରେ ୫.୩ ପ୍ରତିଶତ ଚାଷୀ ଆତ୍ମହତ୍ୟା କରିଛନ୍ତି । ଦେଶରେ ଆତ୍ମହତ୍ୟା କରୁଥିବା ସମୁଦାୟ ଲୋକଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ଲୋକଙ୍କର ମାସିକ ରୋଜଗାର ମାତ୍ର ୮ ହଜାର ୩୩୩ ଟଙ୍କା । ଅର୍ଥାତ୍ ସେମାନଙ୍କ ବାର୍ଷିକ ରୋଜଗାର ୧ ଲକ୍ଷରୁ କମ୍ ଆତ୍ମହତ୍ୟା କରୁଥିବା ୩୦ ପ୍ରତିଶତ ଲୋକଙ୍କର ବାର୍ଷିକ ରୋଜଗାର ୧ରୁ ୫ ଲକ୍ଷ ହୋଇଥିବା ରିପୋର୍ଟରେ କୁହାଯାଇଛି । ରିପୋଟ ଅନୁଯାୟୀ ସମୁଦାୟ ଆତ୍ମହତ୍ୟା ମାମଲାରେ ଦେଶରେ ୭ ପ୍ରତିଶତ ଚାଷୀ ଜୀବନ ହାରିଥିବା ବେଳେ ଛାତ୍ରଛାତ୍ରୀ ୭, ଦିନମଜୁରିଆ ୨୩, ଗୃହିଣୀ ୧୫, ଆତ୍ମନିଯୁକ୍ତି କରିଥିବା ବ୍ୟକ୍ତି ୧୨, ବେକାର ୧୦ ପ୍ରତିଶତ ଆତ୍ମହତ୍ୟା କରିଛନ୍ତି । ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ଆତ୍ମହତ୍ୟା କରୁଛନ୍ତି । ରଶି ଦେଇ ୫୩.୬ ପ୍ରତିଶତ ଆତ୍ମହତ୍ୟା କରିଥିବା ବେଳେ ବିଷ ପିଇ ୨୫.୮ ପ୍ରତିଶତ, ପାଣିକୁ ଡେଇଁ ୫.୨, ପୋଡିହୋଇ ୩.୮ ପ୍ରତିଶତ ଜୀବନ ହାରିଛନ୍ତି । ମୋଟ ଆତ୍ମହତ୍ୟା ମାମଲା ମଧ୍ୟରେ ପୁରୁଷ ଓ ମହିଳାଙ୍କ ଅନୁପାତ ଯଥାକ୍ରମେ ୭୦.୨ ଓ ୨୯.୯ ପ୍ରତିଶତ ।

Leave A Reply

Your email address will not be published.

5 × four =