ଭିସୁଟରେ ୨୫ ଛାତ୍ରଙ୍କୁ କରୋନା

ବୁର୍ଲା: ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଭିସୁଟ)ର ୨୫ ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁଯାୟୀ, ୨ ଦିନ ଭିତରେ ଭିସୁଟ୍ରେ ୩ଟି ହଷ୍ଟେଲର ୨୫ଛାତ୍ର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୨୪ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୨୪ ଚଣ ଚିହ୍ନଟ ହୋଇଥିବ ୈବଳେ ଆଜି ଜଣେ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସଂକ୍ରମିତ ଛାତ୍ରମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି । ଏଣେ ଉପଜିଲ୍ଲାପାଳ ହଷ୍ଟେଲରେ ସ୍ଥିତି ସମୀକ୍ଷା କରିଛନ୍ତି । ଏନେଇ ହଷ୍ଟେଲ୍ରୁ ବାହାରକୁ ନଯିବା ପାଇଁ କୁହାଯାଇଛି ଏବଂ ହଷ୍ଟେଲ୍ରେ ଛାତ୍ରମାନଙ୍କୁ ସବୁ ସୁବିଧା ଯୋଗାଇ ଦେବାକୁ ଭିସୁଟ୍ ପକ୍ଷରୁ ନିଦେ୍ର୍ଧଶ ଦିଆଯାହଇଛି ।

Leave A Reply

Your email address will not be published.

3 + eighteen =