ଭୁତଭୟରେ ଗାଁ ଛାଡ଼ିଲେ ୭ ପରିବାର

ନୟାଗଡ଼,୮.୬ (ନି.ପ୍ର.): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଦର୍ପନାରାୟଣପୁର ପଂଚାୟତ ଗୁଣ୍ଡରିବାଡି ଗ୍ରାମ । ଗ୍ରାମରେ ବାସ କରନ୍ତି ସାତଟି ପରିବାରର ୪୦ରୁ ଉର୍ଦ୍ଧ ସଦସ୍ୟ । ତେବେ ଗତ ଦୁଇବର୍ଷ ମଧ୍ୟରେ ଉକ୍ତ ଗ୍ରାମର ସାତ ଜଣ ପୁରୁଷ ଲୋକଙ୍କ ମୃତ୍ୟୁ ହେବା ପରେ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଫଳରେ ଗାଁ ଛାଡି ସମୂହ ଗ୍ରାମବାସୀ ଏବେ ନିକଟସ୍ଥ ଗ୍ରାମରେ ଆଶ୍ରୟ ନେଇଥିବା ଜଣାପଡିଛି । ଗ୍ରାମବାସୀଙ୍କ ସୁତ୍ରରୁ ଜଣାପଡିଛି ଯେ, ଯେଉଁ ଯୁବକମାନେ ବିବାହ କରୁଛନ୍ତି ସେମାନଙ୍କୁ ହଠାତ ଜ୍ୱର ସହ ରକ୍ତବାନ୍ତି ହେଉଛି । ଡାକ୍ତରଖାନାକୁ ଚିକିତ୍ସାଳୟ ପାଇଁ ନିଆଯାଉଥିଲେ ମଧ୍ୟ ପରମୁହୁର୍ତରେ ସେମାନଙ୍କ ମୃତ୍ୟୁ ଘଟୁଛି । ଏଭଳି ସାତ ଜଣ ଯୁବକଙ୍କ ମୃତ୍ୟୁ ହେଲାଣି ଗାଁକୁ କୌଣସି ଡାହାଣୀ ଆସି ବିବାହିତ ଯୁବକଙ୍କୁ ମାରି ଦେଉଛି ବୋଲି ସେମାନଙ୍କ ମନରେ ସନେ୍ଦହ ହେବାରୁ ବହୁ ଗୁଣିଆ ଡାକି ଉକ୍ତ ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କଲେ ହେଲେ କୌଣସି ସୁଫଳ ମିଳିଲାନି । ଗ୍ରାମବାସୀଙ୍କୁ ସରକାରୀ ଯୋଜନାରେ ମିଳିଲାନି । ଗ୍ରାମବାସୀଙ୍କୁ ସରକାରୀ ଯୋଜନାରେ ମିଳିଛି ବିଜୁ ପକ୍କା ଘର, ମୋ କୁଡିଆ, ଇନ୍ଦିରା ଆବାସ ଆଦି ଗୃହା । ଗାଁକୁ ପକ୍କା ରାସ୍ତା ମଧ୍ୟ ହୋଇଛି । ସେମାନଙ୍କୁ ମଧ୍ୟ ମିଳିଛି ସରକାରୀ ଭତା ହେଲେ ଏସବୁ ସରକାରୀ ସୁବିଧା ସତ୍ୱେ ଗ୍ରାମର ସମସ୍ତ ସଦସ୍ୟ ଗାଁ ଛାଡି ନିକଟସ୍ଥ ଦର୍ପନାରାୟଣପୁର ଫଚାୟତରେ ଆଶ୍ରୟ ନେଇଛନ୍ତି । ଯିବା ବେଳେ ଘରର କବାଟ, ଝରକା ମଧ୍ୟ ତାଡି ନେଇଛନ୍ତି । ଏହି ଘଟଣା ଜଣାପଡିବା ପରେ ଅଂଚଳରେ ଆଲୋଚ୍ୟର ବିଷୟ ହୋଇଥିବା ବେଳେ ସାଧାରଣରେ ଆଲୋଚନା ସୃଷ୍ଟି କରିଛି । ଏ ନେଇ ନୟାଗଡ ଉପଜିଲାପାଳ ଲଗ୍ନଜିତ ରାଉତଙ୍କ ସହ ଯୋଗଯୋଗ କରିବାରେ, ମୁଁ ଆପଣଙ୍କଠୁ ଏ ବିଷୟରେ ଖବର ପାଇଲି ମୋ ପାଖକୁ ପୂର୍ବରୁ କୌରସି ଏଭଳି ଅଭିଯୋଗ ଆସିନାହିଁ । ଏହା ଏକ ସ୍ପର୍ଶକାତର ଘଟଣା । ମୁଁ ନେଇ ରଣପୁର ବିଡିଓଙ୍କ ସହ ଆଲୋଚନା କରିବି । ବାସ୍ତବରେ ସେମାନେ କି ଅନ୍ଧବିଶ୍ୱାସର ଭୟରେ ଗାଁ ଛାଡିଛନ୍ତି ଉଭୟ ସ୍ୱାସ୍ଥ୍ୟ ବିଭାଗ ଟିମ ଓ ବ୍ଲକ ପ୍ରଶାସନର ତଦନ୍ତ ପରେ ଜଣାପଡିବ । ସେମାନଙ୍କୁ ଥଇଥାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।

Leave A Reply

Your email address will not be published.

twenty − eighteen =