ଭୁବନେଶ୍ୱରରୁ ୫ ଉଡ଼ିଲା : ୪ ବାତିଲ

ଭୁବନେଶ୍ୱର: ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଜି ୫ଟି ବିମାନ ଉଡ଼ାଣ କରିଥିବା ବେଳେ ୫ଟି ବିମାନ ଉଡ଼ାଣକୁ ବାତିଲ କରାଯାଇଛି । ଆଜି ବିମାନ ବନ୍ଦରରୁ ସକାଳ ୯ଟା ୪୦ ମିନିଟ୍ ସମୟରେ ଦିଲ୍ଲୀ ଅଭିମୁଖେ ପ୍ରଥମ ବିମାନ ଯାତ୍ରା ଆରମ୍ଭ କରିଥିଲା ବୋଲି ନିଦେ୍ର୍ଧଶକ ଭି.ଭି.ରାଓ କହିଛନ୍ତି । ସେହିପରି ଦିଲ୍ଲୀ-ବେଙ୍ଗାଲୁର ୪ଟି ବିମାନ ଆସିଥିଲା ବେଳେ ୫ଟି ବିମାନକୁ ବାତିଲ କରାଯାଇଛି ।ଭୁବନେଶ୍ୱରରୁ ହାଇଦ୍ରାବାଦ, କୋଲକାତା ଓ ଝାରସୁଗୁଡ଼ାକୁ ବିମାନ ଉଡ଼ାଣ ବାତିଲ ହୋଇଥିବାର ଖବର ମିଳିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଭୁବନେଶ୍ୱରରୁ ହାଇଦ୍ରାବାଦ ପାଇଁ ଉଦ୍ଧିଷ୍ଟ ଇଣ୍ଡିଗୋ ବିମାନକୁ ବାତିଲ କରାଯାଇଥିବା ନେଇ କର୍ତୃପକ୍ଷ ସୂଚନା ଦେଇଛନ୍ତି । କରୋନା କଟକଣା ଯୋଗୁ ଏଭଳି କରାଯାଇଥିବାର ସୂଚନା ଦିଆଯାଇଛି ।ଏଣେ, ଓଡ଼ିଶାର ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦର ବ୍ୟତୀତ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ମଧ୍ୟ ଖୋଲିଛି । ଏଠାରୁ କୋଲକାତା ଏବଂ ଭୁବନେଶ୍ୱର ପାଇଁ ଉଭୟ ବିମାନ ଉଡ଼ାଣ ବାତିଲ ହୋଇଥିବା ଜଣାଯାଇଛି । ସ୍ପାଇସ ଜେଟ୍ ଏୟାରଲାଇନ୍ସ କୋଲକାତା ଏବଂ ଭୁବନେଶ୍ୱର ପାଇଁ ଉଭୟ ବିମାନ ଉଡ଼ାଣ ବାତିଲ କରିଛି ଏବଂ ସ୍ପାଇସ ଜେଟ୍ ଏୟାରଲାଇନ୍ସ ମଇ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ କୋଲକାତା ବିମାନକୁ ବାତିଲ କରିଛି । ତେବେ ଝାରସୁଗୁଡ଼ାରୁ ହାଇଦ୍ରାବାଦ ଓ ଦିଲ୍ଲୀକୁ ଆଜି ଏଲାୟନ୍ସ ଏୟାର କମ୍ପାନୀ ଉଡ଼ାଣ କରିବ ବୋଲି ଜଣାଯାଇଛି । ଆଜି ଝାରସୁଗୁଡ଼ାରୁ ହାଇଦ୍ରାବାଦକୁ ୧୨ଟାରେ ବିମାନ ଯାତ୍ରା ଆରମ୍ଭ କରିବ । ଅପରପକ୍ଷରେ ବିମାନ ଦିଲ୍ଳୀକୁ ୨ଟାରେ ଯାତ୍ରା ଆରମ୍ଭ କରିବ ବୋଲି ଜଣାଯାଇଛି ।ସୂଚନାଯୋଗ୍ୟ, ବିମାନ ସେନା ଯୋଗାଉଥିବା ସ୍ପାଇସ୍ ଜେଟ୍ ଓ ଏଲାୟନ୍ସ ଏୟାର କମ୍ପାନୀ ଉଡ଼ାଣ ପାଇଁ ତାର ସମୟ ସାରଣୀ ମଧ୍ୟ ପ୍ରକାଶ କରିଥିଲା । ଏହି ସମୟ ସାରଣୀ ଅନୁଯାୟୀ ସ୍ପାଇସ ଜେଟ୍ ପକ୍ଷରୁ ଝାରସୁଗୁଡ଼ା ଦିଲ୍ଲୀ ବିମାନ ସେବା ବୁଧବାର ବ୍ୟତୀତ ସପ୍ତାହକୁ ୬ ଦିନ ·ଲିବ ।ଏୟାରପୋର୍ଟ ଟର୍ମିନାଲ ପରିସରରେ ଟଚ୍-ଫ୍ରି ସେବା ଯୋଗାଇବା ପାଇଁ ଭୁବନେଶ୍ୱର ବିମାନ ବନ୍ଦର କର୍ତୃପକ୍ଷ ପୂର୍ବରୁ କହିଥିଲେ । ଏହାକୁ କିଭଳି ସଫଳ ଭାବେ କାର୍ଯ୍ୟକାରୀ କରିହେବ ସେଥିପାଇଁ ବିମାନ ବନ୍ଦରରେ ଅଭ୍ୟାସ ହୋଇଥିଲା । ସେହିଭଳି ବିମାନ ବନ୍ଦରରେ ଯାତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ ସିଟ୍ ଓ ବ୍ୟବହାର ଉପଯୋଗୀ ସ୍ଥାନଗୁଡ଼ିକୁ ସାନିଟାଇଜ୍ କରାଯାଇଛି । ବିମାନ ବନ୍ଦରର ଚେକ୍-ଇନ୍-ଗେଟ୍, ପ୍ରବେଶ ପଥ ଓ ଅନ୍ୟ ସ୍ଥାନରେ ସାମାଜିକ ଦୂରତା ରଖିବାକୁ ଚିହ୍ନଟ କରାଯାଇଛି ।

Leave A Reply

Your email address will not be published.

5 × 3 =